ମୋଦିଙ୍କୁ ଭେଟିବା ବେଳେ ପାକିସ୍ତାନର ଆତଙ୍କୀ କଥା ଉଠାଇଲେ କମଳା ହ୍ୟାରିସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, September 23, 2021

ମୋଦିଙ୍କୁ ଭେଟିବା ବେଳେ ପାକିସ୍ତାନର ଆତଙ୍କୀ କଥା ଉଠାଇଲେ କମଳା ହ୍ୟାରିସ

ୱାଶିଂଟନ: ଆମେରିକା ଗସ୍ତରେ ଯାଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ପ୍ରଥମଥର ପାଇଁ ଆମେରିକା ଉପ ରାଷ୍ଟ୍ରପତି କମଳା ହ୍ୟାରିସ ଆଲୋଚନା କରିଛନ୍ତି। ଉଭୟ ଆଫଗାନିସ୍ତାନ ଠାରୁ ଆରମ୍ଭ କରି ଆତଙ୍କବାଦ ଓ କୋଭିଡ ସ୍ଥିତି ସମ୍ପର୍କରେ ବିସ୍ତୃତ ଆଲୋଚନା କରିଛନ୍ତି। ଭାରତ ଓ ଆମେରିକା ସମ୍ପର୍କକୁ ସୁଦୃଢ଼ କରିବା ପାଇଁ ମଧ୍ୟ ଏହି ବୈଠକରେ ଗୁରୁତ୍ୱ ଦିଆଯାଇଛି।

ତେବେ ଆତଙ୍କବାଦ ପ୍ରସଙ୍ଗରେ ଆଲୋଚନା ଚାଲିଥିବା ବେଳେ ହଠାତ୍‌ କମଳା ହ୍ୟାରିସ ନିଜ ଆଡ଼ୁ ପାକିସ୍ତାନର ଆତଙ୍କବାଦ ପ୍ରୀତି କଥା ଉଠାଇଛନ୍ତି। ପାକିସ୍ତାନରେ ଆତଙ୍କୀ ଗ୍ରୁପ୍‌ ବେଧଡ଼କ କାର୍ଯ୍ୟ କରୁଥିବା ସେ କହିବା ସହ ଇସଲାମାବାଦକୁ ସେମାନଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପରାମର୍ଶ ଦେଇଛନ୍ତି। ଏଥିସହ ପାକିସ୍ତାନ ସହ ତାଲିବାନଙ୍କ ସମ୍ପର୍କ କଥା ମଧ୍ୟ ଏହି ବୈଠକରେ ଉଠିଛି।

ହ୍ୱାଇଟ ହାଉସରେ ମୋଦି ଓ କମଳା ହ୍ୟାରିସଙ୍କ ବୈଠକ ପରେ ବୈଦେଶିକ ସଚିବ ହର୍ଷ ବର୍ଦ୍ଧନ ଶ୍ରୀଙ୍ଘଲ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, “ଯେତେବେଳେ ଆତଙ୍କବାଦ କଥା ଉଠିଲା ଉପ ରାଷ୍ଟ୍ରପତି କମଳା ହ୍ୟାରିସ ଏଥିରେ ପାକିସ୍ତାନର ଭୂମିକା କଥା ନିଜ ଆଡ଼ୁ ଆଲୋଚନାରେ ସାମିଲ କରିଥିଲେ।

ଉପରାଷ୍ଟ୍ରପତି କମଳା ପାକିସ୍ତାନରେ ଏକାଧିକ ଆତଙ୍କୀ ସଂଗଠନ କାର୍ଯ୍ୟ କରୁଥିବା କଥା କହିଛନ୍ତି। ପାକିସ୍ତାନକୁ ସେ ଆତଙ୍କୀ ଗ୍ରୁପ୍ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପରାମର୍ଶ ଦେଇଛନ୍ତି। ଏହାଦ୍ୱାରା ଆମେରିକା ଓ ଭାରତର ସୁରକ୍ଷା ପ୍ରତି ଆଉ କୌଣସି ବିପଦ ସୃଷ୍ଟି ହେବନି ବୋଲି ସେ ଆଶା କରିଛନ୍ତି।

ସୀମା ପାର ଆତଙ୍କୀ ସମ୍ପର୍କରେ ପ୍ରଧାନମନ୍ତ୍ରୀ ମୋଦି ତାଙ୍କୁ ଯେଉଁ ସବୁ ତଥ୍ୟ ଦେଲେ, ସେଥିରେ ସେ ଏକମତ ହୋଇଛନ୍ତି। ସେହିପରି ସୀମା ପାର ଆତଙ୍କବାଦ ଦ୍ୱାରା ଭାରତ କେମିତି ପ୍ରଭାବିତ ହେଉଛି, ସେକଥାକୁ ମଧ୍ୟ ବୁଝିଛନ୍ତି। ପାକିସ୍ତାନ କେମିତି ଆତଙ୍କୀ ସଂଗଠନକୁ ସମର୍ଥନ କରୁଛି, ତା’ ଉପରେ ନଜର ରଖିବା ଉପରେ ମଧ୍ୟ ସେ ଗୁରୁତ୍ୱ ଦେଇଛନ୍ତି।”

କମଳା ହ୍ୟାରିସ କହିଛନ୍ତି,“ବର୍ତ୍ତମାନ ସମଗ୍ର ବିଶ୍ୱରେ ଗଣତନ୍ତ୍ର ବିପଦରେ ରହିଛି। ଭାରତ ଓ ଆମେରିକା ନିଜ ନିଜ ଦେଶରେ ଏହାକୁ ସୁରକ୍ଷା ଦେବା ପାଇଁ କାର୍ଯ୍ୟ କରି ଚାଲିଛନ୍ତି। ଲୋକଙ୍କ ସ୍ୱାର୍ଥକ ଗୁରୁତ୍ୱ ଦେଇ ଗଣତାନ୍ତ୍ରିକ ମୂଲ୍ୟବୋଧର ସୁରକ୍ଷା କରାଯିବା ଦରକାର।”

ମୋଦି ଉପ ରାଷ୍ଟ୍ରପତି ହ୍ୟାରିସଙ୍କ ବ୍ୟତୀତ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ ଓ ଜାପାନ ପ୍ରଧାନମନ୍ତ୍ରୀ ୟୋଶିହିଦେ ସୁଗାଙ୍କ ସହ ମଧ୍ୟ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି। ଆଜି ସେ କ୍ୱାଡ ବୈଠକରେ ଯୋଗଦେବେ। ସେହିପରି ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ ମଧ୍ୟ ଆଲୋଚନା କରିବେ।

The post ମୋଦିଙ୍କୁ ଭେଟିବା ବେଳେ ପାକିସ୍ତାନର ଆତଙ୍କୀ କଥା ଉଠାଇଲେ କମଳା ହ୍ୟାରିସ appeared first on Odisha Reporter.



from Odisha Reporter https://ift.tt/3kxmysp

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages