୯ ଦିନ ପରେ ଓମାନରୁ ଫେରିଲା ଶ୍ରମିକଙ୍କ ମୃତଦେହ, ଏବେବି ଫସି ରହିଛନ୍ତି ୯ ଜଣ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, September 23, 2021

୯ ଦିନ ପରେ ଓମାନରୁ ଫେରିଲା ଶ୍ରମିକଙ୍କ ମୃତଦେହ, ଏବେବି ଫସି ରହିଛନ୍ତି ୯ ଜଣ

ଖଲ୍ଲିକୋଟ(ସିଲୁ ବିଶ୍ୱାଳ):ମୃତ୍ୟୁର ୯ ଦିନ ପରେ ସୁଦୂର ଓମାନରୁ ଗଞ୍ଜାମ ଖଲ୍ଲିକୋଟ ବ୍ଲକ କମଳାପଦରର  ପ୍ରଦୀପ ପାହାନଙ୍କ ମୃତଦେହ  ଆସି ଗାଁରେ ପହଞ୍ଚିଛି।  ପ୍ରଦୀପ  ଘରର ଏକମାତ୍ର ରୋଜଗାରିଆ ପୁଅ ହୋଇଥିବାରୁ ତାଙ୍କ ମୃତଦେହ ପହଞ୍ଚିବା ପରେ ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି।

ସୂଚନାଯୋଗ୍ୟ,  ପ୍ରଦୀପ ଗତ କିଛି ବର୍ଷ ଧରି ଓମାନରେ କାମ କରି ଆସୁଥିଲେ। ମାତ୍ର ଗତ ୧୪ ତାରିଖରେ ସେଠାରେ ରାସ୍ତା ଦୁର୍ଘଟଣାରେ ତାଙ୍କ ମୃତ୍ୟୁ ହୋଇଥିଲା ।  ଏହାପରେ ମୃତଦେହ ଘରକୁ ଆଣିବାକୁ ଉଦ୍ୟମ ଆରମ୍ଭ ହୋଇଥିଲା।  ଓଡ଼ିଆ ସମାଜ ଓ ଜିଲ୍ଲା ପ୍ରଶାସନର ସହାୟତାରେ ମୃତ୍ୟୁର ପ୍ରାୟ ୯ ଦିନ ପରେ ତାଙ୍କ ମର ଶରୀର  ଆସି ଗାଁରେ ପହଞ୍ଚିଛି ।

ପ୍ରଦୀପଙ୍କ ଘରେ ପତ୍ନୀ, ଦୁଇ ପୁଅ, ଝିଅ ଅଛନ୍ତି। ପ୍ରଦୀପଙ୍କ ପରିବାରକୁ ତହସିଲଦାର ରେଡକ୍ରସ ଫଣ୍ଡରୁ ୨୦ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ଏହାସହ ଖଲ୍ଲିକୋଟ ବିଧାୟିକା, ସ୍ଥାନୀୟ ସରପଞ୍ଚ ମଧ୍ୟ ପରିବାରବର୍ଗକୁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ଏହାବାଦ ଅନ୍ୟ ସରକାରୀ ସହାୟତା ଖୁବ୍‌ ଶୀଘ୍ର ଯୋଗାଇ ଦେବାର ପ୍ରତିଶ୍ରୁତି ଦେଇଛନ୍ତି।

 ସୂଚନାଯୋଗ୍ୟ, ବହୁ ସଂଖ୍ୟାରେ ଶ୍ରମିକ ବିଦେଶକୁ କାମ କରିବାକୁ ଯାଇ ଆଉ ଫେରି ପାରୁନାହାନ୍ତି । ଫଳରେ ସେଠାରେ କମ୍ପାନୀ କର୍ତ୍ତୃପକ୍ଷ ସେମାନଙ୍କୁ ନିର୍ଯାତନା କରିବା ସହ ଟଙ୍କା ମଧ୍ୟ ଦେଉ ନାହାନ୍ତି। ଏପରି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଓମାନରେ ଫସିଥିବା ୯  ଓଡ଼ିଆ  ଶ୍ରମିକ । ଏହି ଶ୍ରମିକମାନେ ଓମାନ୍‌ସ୍ଥିତ ଡଲଫିନ୍ କମ୍ପାନୀର କାମ କରୁଥିଲେ। ମାତ୍ର ପ୍ରାୟ ୧୦ ମାସ ହେବ ସେମାନଙ୍କୁ କିଛି ଟଙ୍କା ମିଳିନି। ଫଳରେ ଉଦ୍ଧାର ପାଇଁ ଏହି ଶ୍ରମିକମାନେ ଆକୁଳ ନିବେଦନ କରିଛନ୍ତି।  

ଓମାନରେ ଫସି ରହିଥିବା ଶ୍ରମିକ ଉଦ୍ଧାର ପାଇଁ ଆକୁଳ ନିବେଦନ କରୁଛନ୍ତି।

ସେମାନେ ଜାରି କରିଥିବା ଭିଡିଓରେ ଗତ ୭ ବର୍ଷ ହେବ ଓମାନରେ ରହି କାମ କରୁଥିବା କହିଛନ୍ତି । ମାତ୍ର କୌଣସି କାରଣବଶତଃ ବର୍ଷେ ହେବ କମ୍ପାନୀ ବନ୍ଦ ହୋଇଗଲା। ଏହାପରେ  ଗାଁକୁ ଛାଡ଼ି ଦେବାକୁ କମ୍ପାନୀ କର୍ତ୍ତୃପକ୍ଷଙ୍କୁ ନିବେଦନ କରୁଥିଲେ ମଧ୍ୟ ସେମାନେ ଶୁଣୁ ନାହାନ୍ତି। ଏପରିକି ବର୍ଷେ ହେଲା ନା କାମ ମିଳୁଛି, ନା ପଇସା ମିଳୁଛି। ୨ ମାସ କାମ କରିଥିବାରୁ ଟଙ୍କା ଦେଇଛି କମ୍ପାନୀ। ମାତ୍ର ସେତେବେଳେ ସମସ୍ତ ଟଙ୍କା ମିଳିଛି କହି ଜବରଦସ୍ତି ସାଇନ୍‌ କରାଇ ନେଇଛି।   ନ ହେଲେ ଫ୍ଲାଇଟ୍‌ ଟିକେଟ ଦେବନି ବୋଲି ଧମକ ଦେବାରୁ ଶ୍ରମିକମାନେ ବାଧ୍ୟ ହୋଇ ସାଇନ୍‌ କରିଥିବା କହିଛନ୍ତି।

୧୦ ମାସ ହେଲା ଟଙ୍କାଟେ ମିଳୁ ନ ଥିବାରୁ ଚଳିବାରେ ବହୁ ଅସୁବିଧା ହେଉଛି । ତେଣୁ  ସେଠାରୁ  ଦ୍ଧାର ପାଇଁ ବାହାରିନ ଓଡ଼ିଆ ସମାଜ ସଭାପତି ଅରୁଣ କୁମାର ପ୍ରହରାଜ ଓଡ଼ିଶା ସରକାର ଓ ବୈଦେଶିକ ମନ୍ତ୍ରୀଙ୍କୁ ଗୁହାରୀ କରିଛନ୍ତି  ।

The post ୯ ଦିନ ପରେ ଓମାନରୁ ଫେରିଲା ଶ୍ରମିକଙ୍କ ମୃତଦେହ, ଏବେବି ଫସି ରହିଛନ୍ତି ୯ ଜଣ appeared first on Odisha Reporter.



from Odisha Reporter https://ift.tt/3EIUHOd

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages