ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜର ଷ୍ଟାର୍ ଅଲରାଉଣ୍ଡର କାଇରନ୍ ପୋଲାର୍ଡ କେବଳ ଖେଳ ନୁହେଁ ନିଜ ବ୍ୟବହାର ପାଇଁ ମଧ୍ୟ ଖୁବ୍ ଚର୍ଚ୍ଚା ସାଉଁଣ୍ଟନ୍ତି। ଚଳିତ କ୍ୟାରିବିଆନ୍ ପ୍ରିମିୟର୍ ଲିଗ୍ (ସିପିଏଲ)ରେ ତ୍ରିନବାଗୋ ନାଇଟ୍ ରାଇଡର୍ସ ପକ୍ଷରୁ ଖେଳୁଥିବା ପୋଲାର୍ଡଙ୍କର କିଛି ଏଭଳି ଝଲକ ସେଣ୍ଟ ଲୁସିଆ ବିପକ୍ଷରେ ଦେଖିବାକୁ ମିଳିଛି।
ତ୍ରିନବାଗୋ ନାଇଟ୍ ରାଇଡର୍ସ ଇନିଂସର ୧୯ତମ ଓଭରରେ ୱହାଜ ରିଆଜ ବୋଲିଂ କରୁଥିଲେ। ୱହାବ ଏହି ଓଭରରେ ୧୦ ବଲ୍ ପକାଇଥିଲେ। ଓଭରର ପଞ୍ଚମ ବଲ ଖେଳୁଥିଲେ ନ୍ୟୁଜିଲ୍ୟାଣ୍ଡର ଟିମ୍ ସିଫର୍ଟ। ବଲ୍ ଅଫ୍ ଷ୍ଟମ୍ପର ୱାଇଡ୍ ଲାଇନ୍ ବାହାରେ ଯାଇଥିଲା। କିୱିର ୱିକେଟକିପର ବ୍ୟାଟ୍ସମ୍ୟାନ୍ ଏହାକୁ ଖେଳିବାକୁ ପୂରା ପ୍ରୟାସ କରିଥିଲେ, କିନ୍ତୁ ବଲ୍ ବହୁତ ଦୂର ଥିଲା।
ସମସ୍ତଙ୍କୁ ଲାଗିଲା ଅମ୍ପାୟାର ଏହାକୁ ୱାଇଡ୍ ଦେବେ। କିନ୍ତୁ ଅମ୍ପାୟାର ଏହାକୁ ୱାଇ ଦେଲେ ନାହିଁ, ଯାହାକୁ ନେଇ ସିଫର୍ଟ ଓ ନନଷ୍ଟ୍ରାଇକର୍ ଏଣ୍ଡରେ ଥିବା ପୋଲାର୍ଡ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଅମ୍ପାୟାରଙ୍କ ଏହି ନିଷ୍ପତ୍ତିରେ ପୋଲାର୍ଡ ଯୁକ୍ତି କରିବା ବଦଳରେ ଚୁପ ରହି ବିରୋଧ କରିବାକୁ ନିଷ୍ପତ୍ତି ନେଲା। ପୋଲାର୍ଡ ଶର୍ଟ ମିଡୱିକେଟ୍ ଆଡ଼କୁ ୨୦ ଗଜ ଦୂରକୁ ଯାଇ ଛିଡ଼ା ହେଲେ। ମଇଦାନରେ ଏଭଳି ଦୃଶ୍ୟ ଦେଖି ସମସ୍ତେ ଚକିତ ହୋଇଯାଇଥିଲେ।
— Hassam (@Nasha_e_cricket) August 31, 2021
ଚଳିତ ସିପିଏଲରେ ତ୍ରିନବାଗୋ ନାଇଟ୍ ରାଇଡର୍ସ ପ୍ରଥମ ଟିମ୍ ଭାବେ ୪ଟି ମ୍ୟାଚ୍ ଖେଳିଛି। ଗତ ସିଜନରେ ତ୍ରିନବାଗୋର ଟିମ୍ ଗୋଟିଏ ବି ମ୍ୟାଚ୍ ହାରିନଥିଲା। ହେଲେ ଚଳିତ ସଂସ୍କରଣରେ ଟିମ୍ ୪ଟି ମ୍ୟାଚରୁ ୨ଟିରେ ହାରିଛି।
ମଙ୍ଗଳବାର ଖେଳାଯାଇଥିବା ମ୍ୟାଚରେ ତ୍ରିନବାଗୋ ନାଇଟ୍ ରାଇଡର୍ସ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୭ ୱିକେଟ୍ ହରାଇ ୧୫୮ ରନ୍ କରିଥିଲା। ପୋଲାର୍ଡ ଓ ଟିମ୍ ସିଫର୍ଟଙ୍କ ଯୋଡ଼ି ପଞ୍ଚମ ୱିକେଟ୍ ପାଇଁ ୭୮ ରନର ଭାଗିଦାରୀ କରିଥିଲେ। ୧୫୯ ରନର ଲକ୍ଷ୍ୟର ପିଛା କରୁଥିବା ସେଣ୍ଟ ଲୁସିଆ ୨୦ ଓଭରରେ ୭ ୱିକେଟ୍ ହରାଇ ୧୩୧ ରନ୍ କରିବାକୁ ସକ୍ଷମ ହୋଇଥିଲା। ଏଥିସହ ପୋଲାର୍ଡଙ୍କ ଟିମ୍ ୨୭ ରନରେ ମ୍ୟାଚକୁ ଜିତି ନେଇଥିଲା।
The post ୱାଇଡ୍ ଦେଲେନି ଅମ୍ପାୟାର, ରାଗିକି ଏମିତି କାମ କଲେ ପୋଲାର୍ଡ, ଦେଖନ୍ତୁ ଭିଡିଓ appeared first on Odisha Reporter.
from Odisha Reporter https://ift.tt/3kGIAb2
No comments:
Post a Comment