ଚଣ୍ଡିଗଡ: ସରୁନି ପଞ୍ଜାବ ରାନୈତକ ଡ୍ରାମା। ଏଠାରେ ଘଡିକେ ଘୋଡା ଛୁଟୁଛି। ନାଟକୀୟ ମୋଡ ନେବାରେ ଲାଗିଛି ପଞ୍ଜାବ କଂଗ୍ରେସର ରଜନୀତି। ପଞ୍ଜାବ ପିସିସି ସଭାପତି ପଦରୁ ନବଜୋତ ସିଂହ ସିଦ୍ଧୁ ଇସ୍ତଫା ଦେବା ପରେ ପୁଣି ଆରମ୍ଭ ହୋଇଛି ହାଇ ଭୋଲଟେଜ ଡ୍ରାମା। କଂଗ୍ରେସ ନେତାମାନେ ହିଁ ତାଙ୍କୁ ଟାର୍ଗେଟ କରିବାରେ ଲାଗିଛନ୍ତି। ସିଦ୍ଧୁ ବିଶ୍ୱାସଘାତ କରିଥିବା କହିଛନ୍ତି ପଞ୍ଜାବର ପୂର୍ବତନ କଂଗ୍ରେସ ମୁଖ୍ୟ ସୁନୀଲ ଜାଖଡ।
ସେ ଟୁଇଟ କରି କହିଛନ୍ତି, ‘କଂଗ୍ରେସ ହାଇକମାଣ୍ଡ ପଞ୍ଜାବ କଂଗ୍ରେସକୁ ଭୁଶୁଡିବାରୁ ବଞ୍ଚାଇବା ପାଇଁ ସିଦ୍ଧୁଙ୍କ ଉପରେ ଭରସା କରିଥିଲେ। ନୂଆ ମୁଖ୍ୟମନ୍ତ୍ରୀ ମଧ୍ୟ ଶପଥ ଗ୍ରହଣ କରିଥିଲେ। ସବୁ ପରେ ବି ଏଭଳି ଇସ୍ତଫା ଦେଇ ସିଦ୍ଧୁ ଦଳ ପ୍ରତି ବିଶ୍ୱାସଘାତ କରିଛନ୍ତି।’
ସେପଟେ କଂଗ୍ରେସର ବରିଷ୍ଠ ନେତା ତଥା ସାଂସଦ ମନୀଷ ତିୱାରୀ ମଧ୍ୟ ଇସ୍ତଫା ନେଇ ସିଦ୍ଧୁଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ‘ଯାହାକୁ ପଞ୍ଜାବର ସ୍ଥିତି ସୁଧାରିବା ପାଇଁ ଦାୟିତ୍ୱ ଦିଆଯାଇଥିଲା, ତାଙ୍କର ପଞ୍ଜାବକୁ ବୁଝିବାର ଶକ୍ତି ନାହିଁ। ସେ ପଞ୍ଜବା କ’ଣ ତାହା ବୁଝିନଥିଲେ।’
ଏକ ସାକ୍ଷାତକାର୍ରେ ମନୀଷ କହିଛନ୍ତି, ‘ପଞ୍ଜାବ ସୁରକ୍ଷିତ ହାତରେ ରହିବା ଉଚିତ୍। ପଞ୍ଜାବ ହେଉଛି ଏକ ସୀମାବର୍ତ୍ତୀ ରାଜ୍ୟ, ଯାହାର ସୀମା ପାକିସ୍ତାନ ସହିତ ମିଶିଛି। ତଥାପି ମାମଲାକୁ ଖରାପ ଭାବରେ ପରିଚାଳିତ କରାଗଲା ଯାହା ଦୁର୍ଭାଗ୍ୟଜନକ। ମନୀଷ ତେୱାରୀ କହିଛନ୍ତି, ‘ଯଦି ପଞ୍ଜାବର ସାମ୍ପ୍ରତିକ ପରିସ୍ଥିତିରେ କେହି ଖୁସି ଅଛି, ତେବେ ସେ ହେଉଛି ପାକିସ୍ତାନ।’
ଏହା ପୂର୍ବରୁ ସିଦ୍ଧୁଙ୍କ ଇସ୍ତଫା ପରେ ତାଙ୍କୁ ଟାର୍ଗେଟ କରି ସମାଲୋଚନା କରିଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ। ସେ କହିଥିଲେ ଯେ, ଚନ୍ନିଙ୍କୁ ନିଜ ଇସାରାରେ ନଚାଇବାକୁ ଚାହୁଁଥିଲେ ସିଦ୍ଧୁ। କିନ୍ତୁ କୌଣସି ମୁଖ୍ୟମନ୍ତ୍ରୀ ଏହା ସହ୍ୟ କରିବେ ନାହିଁ। ରାଜ୍ୟ ଚଳାଇବା ପାଇଁ ଜଣେ ମୁଖ୍ୟମନ୍ତ୍ରୀଙ୍କୁ ପୂର୍ଣ୍ଣ ଛାଡ ଦିଆଯିବା ଉଚିତ୍। ଯଦି ସିଦ୍ଧୁ ଭାବିବେ ଯେ ସେ ଚନ୍ନିଙ୍କ ମାଧ୍ୟମରେ ସରକାର ଚଳାଇବେ, ତେବେ ଏଭଳି ହେବା ସ୍ୱାଭାବିକ। ମୁଁ ଇସ୍ତଫା ପତ୍ର ଦେଖିଲି। ମୁଁ ଜାଣିବାକୁ ପାଇଲି ଯେ, ସେ ଅନ୍ୟ ଦଳ ସହିତ ମଧ୍ୟ କଥାବାର୍ତ୍ତା କରୁଛନ୍ତି।
ସୂଚନା ମୁତାବକ ନବଜୋତ ସିଂହ ସିଦ୍ଧୁ ଗତକାଲି ପଞ୍ଜାବ କଂଗ୍ରେସ ପଦରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫା ପତ୍ର କଂଗ୍ରେସ ହାଇକମାଣ୍ଡଙ୍କୁ ପଠାଇବା ସହ ଏକ ଚିଠି ଲେଖି ମଧ୍ୟ ଜଣାଇଛନ୍ତି।
The post ସିଦ୍ଧୁ ବିଶ୍ୱାସଘାତ କରିଛନ୍ତି: ଜାଖଡ appeared first on Odisha Reporter.
from Odisha Reporter https://ift.tt/2Wp7N1G
No comments:
Post a Comment