ଆବଶ୍ୟକ ସାମଗ୍ରୀ: ଚିକେନ, କଟା ପିଆଜ, ହଳଦୀ ଗୁଣ୍ଡ, ଲୁଣ, ଲଙ୍କାଗୁଣ୍ଡ, କଟା ଟମାଟୋ, ତେଲ, ଗରମ ମସଲା ଓ କଞ୍ଚା ଲଙ୍କା ।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ବଜାରରୁ କିଛି ଚିକେନ ଆଣନ୍ତୁ। ତାକୁ ଭଲ ଭାବେ ଧୋଇ ଏକ ପାତ୍ରରେ ରଖନ୍ତୁ। ପରେ କରେଇରେ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ସେଥିରେ କଟା ପିଆଜ ପକାନ୍ତୁ।
ପିଆଜ ଭଲଭାବରେ ଭାଜି ହେବା ପରେ କଟା କଞ୍ଚା ଲଙ୍କା ଓ ଚିକେନ ପକାଇ କଷନ୍ତୁ। ଏହାପରେ ହଳଦୀ ଗୁଣ୍ଡ, ସ୍ୱାଦ ଅନୁସାରେ ଲୁଣ, ଲଙ୍କାଗୁଣ୍ଡ, କଟା ଟମାଟୋ ପକାଇ ଭଲ ଭାବେ ଗୋଳାନ୍ତୁ। ଚିକେନ ଭଲ ଭାବରେ କଷି ହୋଇଗଲା ପରେ ସେଥିରେ ଅଳ୍ପ ପାଣି ଦେଇ ତାକୁ ଘୋଡ଼ାଇ ଦିଅନ୍ତୁ। ଚିକେନରୁ ପାଣି ମରିଗଲା ପରେ ଗରମ ମସଲା ପକାଇ ତାକୁ ଓଲ୍ଲାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଚିକେନ ପିଆଜ କଷା।
The post ଘରେ ଝଟାପଟ ପ୍ରସ୍ତୁତ କରନ୍ତୁ ଚିକେନ ପିଆଜ କଷା appeared first on Odisha Reporter.
from Odisha Reporter https://ift.tt/3unBpcj
No comments:
Post a Comment