ବନ୍ଦ ହେଲା ଦିଲ୍ଲୀପ କୁମାରଙ୍କ ଟ୍ୱିଟର ଆକାଉଣ୍ଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, September 16, 2021

ବନ୍ଦ ହେଲା ଦିଲ୍ଲୀପ କୁମାରଙ୍କ ଟ୍ୱିଟର ଆକାଉଣ୍ଟ

ମୁମ୍ବାଇ:  ଦୀର୍ଘ ଦିନ ଅସୁସ୍ଥ ରହିବା ପରେ ପ୍ରାୟ ୨ ମାସ ପୂର୍ବେ ଆଖି ବୁଜିଥିଲେ ବର୍ଷୀୟାନ ଅଭିନେତା ଦିଲ୍ଲୀପ କୁମାର। ଦିଲ୍ଲୀପ କୁମାର ଜୀବୀତ ଥିବା ଅବସ୍ଥାରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ଜାଣିବାକୁ ଫ୍ୟାନ୍ସ ସବୁବେଳେ ବ୍ୟଗ୍ର ରହୁଥିଲେ। ତେଣୁ ଟ୍ୱିଟର ଜରିଆରେ  ଦିଲ୍ଲୀପ କୁମାରଙ୍କ ହେଲଥ୍‌ ଅପଡେଟ ଦେଉଥିଲେ ପରିବାର ଲୋକ । ହେଲେ ଏବେ ତାଙ୍କ ମୃତ୍ୟୁ ପରେ ସବୁକିଛି ଥମି ଯାଇଛି। ତେଣୁ ଏହି ସୁପରଷ୍ଟାରଙ୍କ ଟ୍ୱିଟର ଆକାଉଣ୍ଟ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି ପରିବାର ଲୋକ।

ଦିବଙ୍ଗତ  ଅଭିନେତାଙ୍କ ପତ୍ନୀ ସାଇରା ବାନୋଙ୍କ ସହମତିରେ ଏପରି ପଦକ୍ଷେପ ନିଆଯାଇଥିବା ତାଙ୍କ ବନ୍ଧୁ ଫୈସଲ ଫାରୁକ ସୂଚନା ଦେଇଛନ୍ତି। ଏଥିସହ ଦିଲ୍ଲୀପ କୁମାରଙ୍କ ଏକ ଫଟୋ ଶେଆର କରି ଟ୍ୱିଟ କରିଛନ୍ତି। ଏଥିସହ ଲେଖିଛନ୍ତି, ବହୁ ବିଚାର ବିମର୍ଷ ପରେ ସାଇରା ବାନୋଙ୍କ ସହମତି ସହ ପ୍ରିୟ ଦିଲ୍ଲୀପ କୁମାରଙ୍କ ଆକାଉଣ୍ଟକୁ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି। ଆପଣମାନଙ୍କ ନିରନ୍ତର ଭଲ ପାଇବା ଓ ସମର୍ଥନ ପାଇଁ ଧନ୍ୟବାଦ । ହେଲେ ନିଜ ପ୍ରିୟ ଅଭିନେତାଙ୍କ ଟ୍ୱିଟର ଆକାଉଣ୍ଟ ବନ୍ଦ ହେବା ଜାଣି ଫ୍ୟାନ୍ସ ଖୁବ୍‌ ଭାଙ୍ଗି ପଡ଼ିଛନ୍ତି। ଏହାଦ୍ୱାରା ଏକ ଯୁଗର ଅବସାନ ହେଲା ବୋଲି କିଛି ଫ୍ୟାନ୍ସ ଟ୍ୱିଟ କରିଥିବା ବେଳେ  ଆଉ କିଛି ଏହାକୁ ଏକ ସ୍ମରଣୀୟ ଆକାଉଣ୍ଟ କରିବା ପାଇଁ ଅନୁରୋଧ କରିଛନ୍ତି।

ଦିଲ୍ଲୀପ କୁମାର ଓ ସାଇରା ବାନୋ  ୧୯୬୬ ମସିହାରେ ବିବାହ କରିଥିଲେ। ଉଭୟଙ୍କ ମଧ୍ୟରେ ୨୨ ବର୍ଷ ବୟସ ବ୍ୟବଧାନ ଥିଲା। ପ୍ରାୟ ୫୫ ବର୍ଷ ଦୁହେଁ ସାଥୀ ହୋଇ ରହିଥିଲେ।  ଏକ ସାକ୍ଷାତକାରରେ ସାଇରାବାନୋ କହିଥିଲେ, ଜଣେ ସମର୍ପିତ ପତ୍ନୀ ଭାବେ ପ୍ରଶଂସା ସାଉଣ୍ଟିବା ପାଇଁ ମୁଁ ତାଙ୍କ ସେବା କରୁ ନ ଥିଲି। ମୁଁ କେବଳ ତାଙ୍କ ପାଖରେ ରହିବାକୁ ଚାହୁଁଥିଲି। ତାଙ୍କୁ ସ୍ପର୍ଶ କରିବା ମୋ ପାଇଁ ଦୁନିଆର ସବୁଠୁ ସୁଖଦ ଅନୁଭୂତି। ମୁଁ ତାଙ୍କୁ ପାଗଳ ପରି ଭଲ ପାଉଥିବା ବେଳେ ସେ ମୋ ନିଶ୍ୱାସରେ ବସି ଯାଇଥିଲେ।

ଦୀର୍ଘ ଦିନ ଧରି ଅସୁସ୍ଥ ଥିବା ଦିଲୀପ କୁମାର  ଜୁଲାଇ ୭ ତାରିଖରେ  ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ତାଙ୍କ ମୃତ୍ୟୁ ପରେ ପୂରା ଭାଙ୍ଗି ପଡିଥିଲେ ସାଏରା ବାନୋ। ସ୍ୱାମୀଙ୍କ ମୃତ୍ୟୁକୁ ବିଶ୍ୱାସ କରିପାରୁ ନ ଥିବା ସାଇରା ବାନୋ ତାଙ୍କ ମୃତ୍ୟୁ ପରେ ପୂରା ଚୁପ୍‌ଚାପ ରହୁଥିଲେ।   ପରିବାର ଲୋକଙ୍କ ସହ ସଦାବେଳେ ସେ ଦିଲୀପଙ୍କ ବିଷୟରେ ହିଁ କଥା ହେଉଥିଲେ। ଏପରିକି  ସ୍ୱାମୀଙ୍କୁ ଝୁରି ଝୁରି ହୃଦଘାତର ବି ଶିକାର ହୋଇଥିଲେ ।

The post ବନ୍ଦ ହେଲା ଦିଲ୍ଲୀପ କୁମାରଙ୍କ ଟ୍ୱିଟର ଆକାଉଣ୍ଟ appeared first on Odisha Reporter.



from Odisha Reporter https://ift.tt/3CeJXVC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages