ମୁମ୍ବାଇ: ଆହୁରି ଫସିଲେ ବ୍ୟବସାୟୀ ରାଜ କୁନ୍ଦ୍ରା। ବଢ଼ିଲା ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କ ଅଡୁଆ। ଅଶ୍ଲୀଳ ଭିଡିଓ ତିଆରି ମାମଲାରେ ଗିରଫ ହୋଇଥିବା ରାଜଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କଲା ମୁମ୍ବାଇ କ୍ରାଇମବ୍ରାଞ୍ଚ ପୁଲିସ।
ସୂଚନା ମୁତାବକ ପୁଲିସ ରାଜଙ୍କ ବିରୋଧରେ ୧୫୦୦ ପୃଷ୍ଠା ସମ୍ବଳିତ ଚାର୍ଜସିଟ୍ ଦାଖଲ କରିଛି। ଶିଳ୍ପା ସେଟ୍ଟୀ ଓ ଶର୍ଲିନ୍ ଚୋପ୍ରା ସମେତ ୪୩ ଜଣ ଶାଖିଙ୍କ ବୟାନ ଆଧାରରେ ଏହି ଚାର୍ଜସିଟ୍ କୋର୍ଟରେ ଦାଖଲ କରାଯାଇଥିବା ପୁଲିସ ସୂଚନା ଦେଇଛି।
ମିଡିଆ ରିପୋର୍ଟ ଅନୁଯାୟୀ, ମୁମ୍ବାଇ କ୍ରାଇମ ବ୍ରାଞ୍ଚ ଟିମ୍ ଏହି ଚାର୍ଜସିଟ୍ରେ ରାଜ କୁନ୍ଦ୍ରାଙ୍କ ବ୍ୟତୀତ ଆଉ ଦୁଇଟି ନାଁ ମଧ୍ୟ ଅନ୍ତର୍ଭୁକ୍ତ କରିଛି। ଗୋଟିଏ ହେଉଛି ୟଶ ଠାକୁର ଓରଫ ଅରବିନ୍ଦ ଶ୍ରୀବାସ୍ତବ, ଯିଏ ରିପୋର୍ଟ ଅନୁଯାୟୀ ସିଙ୍ଗାପୁରରେ ରହୁଛନ୍ତି ଏବଂ ଅନ୍ୟଟି ହେଉଛି ରାଜ କୁନ୍ଦ୍ରାଙ୍କ ଭିଣେଇ ପ୍ରଦୀପ ବକ୍ସି। ପ୍ରଦିପ ବର୍ତ୍ତମାନ ଲଣ୍ଡନରେ ରୁହୁଛନ୍ତି।
ଉଲ୍ଲେଖ ଯୋଗ୍ୟ ଯେ, ପର୍ଣ୍ଣ ଫିଲ୍ମ ତିଆରି ମାମଲାରେ ଜୁଲାଇ ୧୯ ତାରିଖରେ ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କୁ ମୁମ୍ବାଇ ପୁଲିସ ଗିରଫ କରିଥିଲା। ସେ ଅନେକ ଦିନ ହେବ ପୁଲିସ ହେପାଜତରେ ଅଛନ୍ତି। ସେପଟେ ରାଜଙ୍କ ବିରୋଧରେ ଅଭିଯୋଗ ଆଣିଥିବା ଅଶ୍ଳୀଳ ଫିଲ୍ମ ତିଆରି ମାମଲାରେ ପୁଲିସ ଅନେକ ଫିଲ୍ମ ଅଭିନେତ୍ରୀଙ୍କୁ ପଚରାଉଚରା ମଧ୍ୟ କରିସାରିଛି।
କେବଳ ସେତିକି ନୁହେଁ ଅଶ୍ଳୀଳ ଫିଲ୍ମ ତିଆରି କରୁଥିବା ରାକେଟ ଏବଂ ତା’ର ମାଷ୍ଟରମାଇଣ୍ଡକୁ ଧରିବା ପାଇଁ କ୍ରାଇମବ୍ରାଞ୍ଚ ଜୋରସୋରରେ ଲାଗିପଡିଛି। ଏହି କାରଣ ଯୋଗୁଁ ପୁଲିସ ଅନେକ ଶାଖିଙ୍କ ବୟାନ ମଧ୍ୟ ରେକର୍ଡ କରିଛି। ଏହି ଆଧାରରେ ଆକ୍ସନ ନେଉଛି ମୁମ୍ବାଇ କ୍ରାଇମବ୍ରାଞ୍ଚ। ସେପଟେ ରାଜ କୁନ୍ଦ୍ରାଙ୍କ ମୁମ୍ବାଇ ଅନ୍ଦେରୀ ୱେଷ୍ଟ ଅଫିସରେ ପୁଲିସ ଚଢ଼ାଉ ମଧ୍ୟ କରିଥିଲା। ଏହି ସମୟରେ ଅନେକ ଡିଭାଇସ ଏବଂ ଅଶ୍ଳୀଳ ଫିଲ୍ମ ସମ୍ବନ୍ଧିତ କ୍ଲିପ୍ ଜବତ ହୋଇଥିଲା।
Actors Shilpa Shetty, Sherlyn Chopra were among 43 witnesses whose statements were recorded in the 1,500-page supplementary charge-sheet which was submitted y'day in the court, in connection with the pornography case against businessman & Shetty's husband Raj Kundra:Mumbai Police
— ANI (@ANI) September 16, 2021
The post ବଢ଼ିଲା ରାଜ କୁନ୍ଦ୍ରାଙ୍କ ଅଡୁଆ, ଦାଖଲ ହେଲା ୧୫୦୦ ପୃଷ୍ଠାର ଚାର୍ଜସିଟ୍ appeared first on Odisha Reporter.
from Odisha Reporter https://ift.tt/3AiiIZx
No comments:
Post a Comment