ଉମରକୋଟ(କାର୍ତ୍ତିକ ମଲ୍ଲିକ): ଶିକ୍ଷକଙ୍କଠାରୁ ବଟି ଆଦାୟ ଅଭିଯୋଗରେ ବନ୍ଧା ହେଲେ ୨ ୱେବ୍ ଚ୍ୟାନେଲ୍ ସାମ୍ବାଦିକ । ଏହି ଘଟଣାରେ ସମ୍ପୃକ୍ତ ଆଉ ଜଣେ ୱେବ୍ ଚ୍ୟାନେଲ୍ ସାମ୍ବାଦିକ ଫେରାର୍ ଥିବା ସୂଚନା ମିଳିଛି । ଏପରି ଘଟଣା ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକରେ ଘଟିଛି।
ଉମରକୋଟ ବ୍ଲକ ନାୟକଗୁଡାସ୍ଥିତ ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗତ ଶୁକ୍ରବାର ସେହି ଗ୍ରାମର ଜଣେ ୧୦ ବର୍ଷର ନାବାଳକ ବିନା ଅନୁମତିରେ ସ୍କୁଲରେ ପ୍ରବେଶ କରିଥିଲେ । ସଂପୃକ୍ତ ବିଦ୍ୟାଳୟର ଶିକ୍ଷକ ନାବାଳକଙ୍କୁ ବାରଣ କରିବାରୁ ଉଭୟ ଶିକ୍ଷକ ଏବଂ ଅଭିଭାବକଙ୍କ ମଧ୍ୟରେ ବଚସା ହୋଇଥିଲା । ପରେ ଅଭିଭାବକ ଜଣକ ତିନି ଜଣ ୱେବ୍ ଚ୍ୟାନେଲ ସାମ୍ବାଦିକଙ୍କୁ ଖବର ସଂଗ୍ରହ ପାଇଁ ଡାକିଥିଲେ ।
ଘଟଣାର ଖବର ପାଇ ଜିତେନ୍ଦ୍ର ଦାସ, ନିଗମ ସାହୁ ଏବଂ ଶଙ୍କର ତୁରୁକ ନାମକ ୩ ୱେବ ସାମ୍ବାଦିକ ଉକ୍ତ ବିଦ୍ୟାଳୟକୁ ଯାଇଥିଲେ । ଉକ୍ତ ଘଟଣାର ସମାଧାନ କରିବା ପାଇଁ ସଂପୃକ୍ତ ଶିକ୍ଷକଙ୍କଠାରୁ ସେମାନେ ୫୦ ହଜାର ଟଙ୍କା ଦାବି କରିଥିଲେ। ସମ୍ପୃକ୍ତ ଶିକ୍ଷକଜଣକ ୩୫ ହଜାର ଟଙ୍କା ଦେଇଥିଲେ । ବାକି ୧୫ ହଜାର ଟଙ୍କା ପାଇଁ ଉକ୍ତ ସାମ୍ବାଦିକମାନେ ଧମକ ଚମକ ଦେବା ପରେ ଶିକ୍ଷକ ଜଣକ ଏନେଇ ଗତକାଲି ଥାନାରେ ଉକ୍ତ ତିନି ଜଣ ସାମ୍ବାଦିକଙ୍କ ସମେତ ଅଭିଭାବକ କମଳ ବଞ୍ଜାରାଙ୍କ ନାମରେ ଏତଲା ଦେଇଥିଲେ ।
ଉମରକୋଟ ପୁଲିସ୍ ଘଟଣାର ତଦନ୍ତ କରି ଜିତେନ୍ଦ୍ର ଦାସ ଏବଂ ଶଙ୍କର ପ୍ରସାଦ ତୁରୁକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏଥିରେ ସମ୍ପୃକ୍ତ ନିଗମ ସାହୁ ଫେରାର୍ ଥିବା ସୂଚନା ଦେଇଛନ୍ତି ଥାନା ଅଧିକାରୀ ନରେଶ ପ୍ରଧାନ ।
The post ଶିକ୍ଷକଙ୍କୁ ମାଗୁଥିଲେ ୫୦ ହଜାର, ବନ୍ଧା ହେଲେ ୨ ୱେବ ସାମ୍ବାଦିକ appeared first on Odisha Reporter.
from Odisha Reporter https://ift.tt/3yIBY0J
No comments:
Post a Comment