ଆଜି ବୌଦ୍ଧ ବନ୍ଦ, ପୁଲିସ୍‌ ମୁତୟନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, September 5, 2021

ଆଜି ବୌଦ୍ଧ ବନ୍ଦ, ପୁଲିସ୍‌ ମୁତୟନ

ବୌଦ୍ଧ (ଓଡ଼ିଶା ରିପୋର୍ଟର): ଆଠ ଗୋଟି ପ୍ରମୁଖ ଦାବିକୁ ନେଇ ଆଜି ୬ ଘଣ୍ଟିଆ ବୌଦ୍ଧ ବନ୍ଦ ଡାକରା ଦିଆଯାଇଛି। ବୌଦ୍ଧ ଜିଲ୍ଲା କଂଗ୍ରେସ ପକ୍ଷରୁ ଏହି ବନ୍ଦ ପାଳନ କରାଯାଇଛି। ଫଳରେ ଦୋକାନ ବଜାର,ଗାଡ଼ି ଚଳାଚଳ ସମେତ ସରକାରୀ ଓ ବେସରକାରୀ ଅନୁଷ୍ଠାନଗୁଡ଼ିକ ବନ୍ଦ ରହିଛି। ବିଭିନ୍ନ ଛକରେ କଂଗ୍ରେସ ଦଳର ନେତା ଓ କର୍ମୀ ପିକେଟିଂ କରୁଥିବା ବେଳେ ଆଇନଶୃଂଖଳା ପରିସ୍ଥତିକୁ ଦୃଷ୍ଟିରେ ରଖି ପୁଲିସ ମୁତୟନ କରାଯାଇଛି।

ବୌଦ୍ଧ ଜିଲ୍ଲାକୁ ସମ୍ୱଲପୁର ରାଜସ୍ୱ ଡିଭିଜନରେ ସାମିଲ, ଜିଲ୍ଲାରେ ଆଉ ଏକ ସବ୍‌ଡିଭିଜନ ଗଠନ, ଜିଲ୍ଲା ପରିଷଦ ସଂଖ୍ୟା ୯ରୁ ୧୮କୁ ବୃଦ୍ଧି, ବ୍ଲକ ପୁନଃ ଗଠନ କରି ମନମୁଣ୍ଡା,ବାଉଁଶୁଣୀ ଓ ବଘିଆପଡ଼ାକୁ ନୂତନ ବ୍ଲକ ଘୋଷଣା, ଗ୍ରାମ ପଞ୍ଚାୟତ ସଂଖ୍ୟା ୬୯ ରୁ ୧୨୧କୁ ବୃଦ୍ଧି କରିବାକୁ ଦାବି କରାଯାଇଛି।

ବୌଦ୍ଧ ଏନଏସିକୁ ମ୍ୟୁନିସିପାଲିଟି ଘୋଷଣା ସହ କଣ୍ଟାମାଳ, ମନମୁଣ୍ଡା, ବାଉଁଶୁଣୀ ଓ ପୁରୁଣାକଟକକୁ ଏନଏସି ଘୋଷଣା, ଜିଲ୍ଲାର ଥାନା ସଂଖ୍ୟା ୬ରୁ ୧୦କୁ ବୃଦ୍ଧି ନିମନ୍ତେ ଦାବି କରାଯାଇଛି। ଏହାବାଦ ଘଣ୍ଟାପଡ଼ା,ଶଗଡ଼ା,ବଘିଆପଡ଼ା ଓ ଆଣେଡିଗଡ଼କୁ ଥାନାର ମାନ୍ୟତା ସହ ଦପଲା, ପଲସାଗୋରା, ସହାଜପାଲ, ମର୍ଯାକୁଦ, ଧଳପୁର,ବୀରନରସିଂହପୁର ଓ ମହାଲିକପଡ଼ାଠାରେ ନୂତନ ପୁଲିସ୍‌ ଫାଣ୍ଡି ସ୍ଥାପନ, ବୌଦ୍ଧ ଜିଲ୍ଲାକୁ ସମ୍ପୁର୍ଣ୍ଣ ମରୁଡି ଘୋଷଣା ଭଳି ପ୍ରମୁଖ ଦାବିକୁ ନେଇ କଂଗ୍ରେସ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି।

The post ଆଜି ବୌଦ୍ଧ ବନ୍ଦ, ପୁଲିସ୍‌ ମୁତୟନ appeared first on Odisha Reporter.



from Odisha Reporter https://ift.tt/3tgjZ0N

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages