ଲଣ୍ଡନ: ଘୋର ତୈଳ ସଙ୍କଟ। ଦେଖାଦେଇଛି ପେଟ୍ରୋଲ ଡିଜେଲର ଅଭାବ। ଫଳରେ ତେଲ ପାଇଁ ରାସ୍ତା ଉପରେ ଲାଗିଛି ଲମ୍ବା ଲାଇନ୍। ଏପରିକି ତୈଳ ଟାଙ୍କି ବାହାରେ ଲୋକେ ଛୋଟ ଛୋଟ ପାଣି ବୋତଲ ଧରି ଠିଆ ହୋଇଛନ୍ତି। ଅନେକ ସ୍ଥାନରେ ପେଟ୍ରୋଲ ପାଇଁ ଲୋକ ମାରପିଟ୍ ମଧ୍ୟ ହୋଇଛନ୍ତି।
ଯେଉଁ ଦେଶରେ କେବେ ସୂର୍ଯ୍ୟ ଅସ୍ତ ହେଉନଥିଲା ସେଠି ଦେଖାଦେଇଛି ଏଭଳି ସଙ୍କଟ। ବ୍ରିଟେନ୍ରେ ଅଧିକାଂଶ ପେଟ୍ରୋଲ ପମ୍ପରୁ ତୈଳ ଖାଲି ହୋଇଗଲାଣି। ଫଳରେ ସେଠାରେ ଅଦ୍ଭୁତ ପୂର୍ଣ୍ଣ ପରିସ୍ଥିତି ଦେଖିବାକୁ ମିଳିଛି। ତେଲ ନମିଳିବା ଭୟରେ ଲୋକେ ଛୋଟ ଛୋଟ ପାଣି ବୋତଲରେ ପେଟ୍ରୋଲ ଆଣି ଘରେ ସାଇତି ରଖୁଛନ୍ତି।
ଯେଉଁ ପେଟ୍ରୋଲ ପମ୍ପରେ ସପ୍ଲାଏ ଚାଲୁ ରହିଛି ସେଠାରେ ଅରାଜକତା ସ୍ଥିତି ସୃଷ୍ଟି ହୋଇଛି। ତେଲ ପାଇଁ ଲୋକେ ବାଡିଆପିଟା ହେଉଛନ୍ତି। ଯେଉଁ ଗ୍ୟାସ୍ ଷ୍ଟେସନ୍ ପ୍ରତିଦିନ ଲିଟର ପିଛା ୨୦,୦୦୦ ରୁ ୩୦,୦୦୦ ତେଲ ବିକ୍ରି କରୁଥିଲା ସେଠି ବର୍ତ୍ତମାନ ତେଲ ଲିଟର ପିଛା ଲକ୍ଷେ ଟଙ୍କାରେ ବିକ୍ରି ହେଉଛି। ବ୍ରିଟେନର ଅନେକ ପେଟ୍ରୋଲ ପମ୍ପରେ ତେଲ କିଣିବା ନେଇ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି।
ସେପଟେ ତେଲ ନଥିବା ଯୋଗୁଁ ପ୍ରାୟ ୯୦ ପ୍ରତିଶତ ପେଟ୍ରୋଲ ପମ୍ପ ବନ୍ଦ ହୋଇଗଲାଣି। ଇନ୍ଧନର ଅଭାବ ଯୋଗୁଁ ଖାଦ୍ୟପେୟ ଜିନିଷ ମଧ୍ୟ ସରିବାକୁ ବସିଲାଣି। ଟ୍ରାନ୍ସପୋର୍ଟ ସିଷ୍ଟମ ଉପରେ ଏହା ଖରାପ ପ୍ରଭାବ ପକାଇଛି। ଯଦି ଏଭଳି ସଙ୍କଟ ସ୍ଥିତି ଲାଗିରହେ ତେବେ ବ୍ରିଟେନର ଅର୍ଥବ୍ୟବସ୍ଥାକୁ ଏହା ପ୍ରଭାବିତ କରିବ ବୋଲି ବିଶେଷଜ୍ଞମାନେ କହିଛନ୍ତି।
ଅନ୍ୟପଟେ ବ୍ରିଟେନ ସରକାର ଏହି ସ୍ଥିତିକୁ ସମ୍ଭାଳିବା ପାଇଁ ସେନାକୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛି। ଧୀରେ ଧୀରେ ପରିସ୍ଥିତିରେ ସୁଧାର ଆସୁଥିବା ନେଇ ମଙ୍ଗବାର ପ୍ରଧାନମନ୍ତ୍ରୀ ବୋରିସ ଜନ୍ସନ ଜନସାଧାରଣଙ୍କୁ କହିଛନ୍ତି। ସେପଟେ ପେଟ୍ରୋଲ ରିଟେଲର୍ସ ଆସୋସିଏସନ୍ କହିଛି, ‘ଇନ୍ଧନ ସଙ୍କଟ ସମାପ୍ତ ହେଉଥିବା ନେଇ ସଂକେତ ମିଳୁଛି। ୟୁକେ ବର୍ତ୍ତମନ ସବୁଠାରୁ ବଡ ଇନ୍ଧନ ସଙ୍କଟ ଦେଇ ଗତି କରିବାକୁ ବାଧ୍ୟ ହୋଇଛି।’
The post ପେଟ୍ରୋଲ ଲିଟରକୁ ଲକ୍ଷେ ଟଙ୍କା, ନେବା ପାଇଁ ପିଟା ପିଟି appeared first on Odisha Reporter.
from Odisha Reporter https://ift.tt/3omI7yp
No comments:
Post a Comment