ଅମ୍ରିତଶର: ପଞ୍ଜାବରେ କଂଗ୍ରେସ ରାଜନୀତିକୁ ନେଇ ହଟଚମଟ ଜାରି ରହିଥିଲା ବେଳେ କଂଗ୍ରସେ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିବା ନବଜୋତ ସିଂହ ସିଦ୍ଧୁ ଆଜି କଡ଼ା ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ, ଶେଷ ନିଶ୍ୱାସ ପର୍ଯ୍ୟନ୍ତ ସତ୍ୟ ପାଇଁ ଲଢ଼େଇ ଜାରି ରହିବ। ତାଙ୍କ ଟ୍ୱିଟର ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟ କରି ସେ ଏକଥା କହିଛନ୍ତି। ଯାହା ଦଳୀୟ ରାଜନୀତିକୁ ଆହୁରି ଉଷ୍ମ କରି ଦେଇଛି। ସିଦ୍ଧୁ କହିଛନ୍ତି ଯେ, ମୁଁ କେବେ ଦଳୀୟ ଏଜେଣ୍ଡା ପାଇଁ ସଂଗ୍ରାମ କରି ନାହିଁ। ହାଇକମାଣ୍ଡଙ୍କୁ ମୁଁ କେବେ ବିଭ୍ରାନ୍ତି କରିନାହିଁ। ମୁଁ ଯେକୌଣସି ତ୍ୟାଗ ପାଇଁ ପ୍ରସ୍ତୁତ ଅଛି। ପଞ୍ଜାବ ସରକାରରେ ନୂତନ ନିଯୁକ୍ତି ସମ୍ପର୍କରେ ସିଦ୍ଧୁ କହିଛନ୍ତି ଯେ, କଳଙ୍କିତ ନେତା ଓ କଳଙ୍କିତ ଅମଲାତନ୍ତ୍ରଙ୍କ ସହ ଆମେ ଏକ ନୂତନ ବ୍ୟବସ୍ଥା ଚଳାଇ ପାରିବୁ ନାହିଁ ବୋଲି ସେ କହିଛନ୍ତି।
ଗତକାଲି ପଞ୍ଜାବ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଇଥିଲେ ସିଦ୍ଧୁ | ସେ ନିଜ ଇସ୍ତଫା ପତ୍ର କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ପାଖକୁ ପଠାଇଥିଲେ | ପଦରେ ରହିବାର ମାତ୍ର ୭୨ ଦିନ ପରେ ସେ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ପଞ୍ଜାବର ଭବିଷ୍ୟତ ସହ କେବେ ବି ସାଲିସ କରିପାରିବି ନାହିଁ। ତେଣୁ ପଞ୍ଜାବ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେବାକୁ ବାଧ୍ୟ ହେଲି ବୋଲି ସେ କହିଛନ୍ତି। ତେବେ, ଦଳର ପ୍ରଦେଶ ସଭାପତି ପଦରୁ ଇସ୍ତଫା ଦେଇଥିଲେ ବି ଜଣେ କର୍ମୀ ଭାବେ ଦଳରେ ସାମିଲ ରହିବେ ବୋଲି ନିଜ ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି।
କଂଗ୍ରେସ ଅଧ୍ୟକ୍ଷ ନବଜୋତ ସିଂହ ସିଦ୍ଧୁଙ୍କ ସହ ଦୀର୍ଘ ଦିନ ଧରି ଲାଗିରହିଥିବା ବିବାଦ ଭିତରେ ଅମରିନ୍ଦର ମୁଖ୍ୟମନ୍ତ୍ରୀ ପଦରୁ ଚଳିତ ମାସରେ ଇସ୍ତଫା ଦେଇଥିଲେ। ଏହାପରେ କଂଗ୍ରେସ ଚରଣଜିତ ସିଂହ ଚନ୍ନିଙ୍କୁ ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲା।
The post ଶେଷ ନିଶ୍ୱାସ ପର୍ଯ୍ୟନ୍ତ ସତ୍ୟ ପାଇଁ ଲଢ଼େଇ ଜାରି ରହିବ: ସିଦ୍ଧୁ appeared first on Odisha Reporter.
from Odisha Reporter https://ift.tt/3AR3NWt
No comments:
Post a Comment