ଚାଷୀ ନେତା ରାକେଶ ଟିକାୟତଙ୍କୁ ଡକାୟତ କହିଲେ ବିଜେପି ସାଂସଦ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 20, 2021

ଚାଷୀ ନେତା ରାକେଶ ଟିକାୟତଙ୍କୁ ଡକାୟତ କହିଲେ ବିଜେପି ସାଂସଦ

ବାହରାଇଚ୍‌(ୟୁପି): କେନ୍ଦ୍ରର କୃଷି ଆଇନ ବିରୋଧରେ ଆନ୍ଦୋଳନ କରୁଥିବା ଶହଶହ ଚାଷୀଙ୍କୁ ପୁଣିଥରେ ଅପମାନିତ କରିଛି ବିଜେପି। ଦଳର ବାହରାଇଚ୍ ସାଂସଦ ଅକ୍ଷୟଭର ଲାଲ ଗୋଣ୍ଡ ଚାଷୀମାନେ ଆନ୍ଦୋନ ପାଇଁ ବିଦେଶରୁ ଟଙ୍କା ପାଉଛନ୍ତି ବୋଲି କହିଛନ୍ତି। ଏଥିସହ ସେ ଚାଷୀ ଆନ୍ଦୋଳନର ନେତୃତ୍ୱ ନେଉଥିବା ରାକେଶ ଟିକାୟତଙ୍କୁ ଡକାୟତ ବୋଲି କହି ସମାଲୋଚନା କରିଛନ୍ତି।

ଉତ୍ତର ପ୍ରଦେଶରେ ବିଜେପି ସରକାର ସାଢ଼େ ୪ ବର୍ଷ ପୂରଣ କରିଥିବାରୁ ଏ ସମ୍ପର୍କରେ ସାଂସଦ ଅକ୍ଷୟଭର ନିଜର ପ୍ରତିକ୍ରିୟା ଦେଇଥିଲେ। ଏହି ସମୟରେ ସେ କହିଛନ୍ତି, “ରାକେଶ ଟିକାୟତ ଜଣେ ଡକାୟତ। ଚାଷୀଙ୍କ ପକ୍ଷରୁ କୌଣସି ପ୍ରକାରର ବିକ୍ଷୋଭ ହେଉନାହିଁ। ଆନ୍ଦୋଳନ କରୁଥିବା ଲୋକମାନେ ଚାଷୀ ନୁହନ୍ତି।

ସେମାନେ ବିଭିନ୍ନ ରାଜନୀତିକ ଦଳର ଲୋକ। ଶିଖସ୍ତାନ ଓ ପାକିସ୍ତାନ କଥାରେ ପରିଚାଳିତ ହୋଇ ସେମାନେ ଆନ୍ଦୋଳନ କରୁଛନ୍ତି। ଏହି ଆନ୍ଦୋଳନମାନେ କାନାଡା ସମେତ ବିଭିନ୍ନ ବିଦେଶ ରାଷ୍ଟ୍ରରୁ ଟଙ୍କା ଆସୁଛି। ଟେରର ଫଣ୍ତିଂ ପାଇଁ ଏପରି ଟଙ୍କା ଆସୁଛି ଓ ବିଭିନ୍ନ ଏଜେନ୍ସି ଏହାର ତଦନ୍ତ କରୁଛନ୍ତି।

ଲୋକମାନେ ଆନ୍ଦୋଳନର ବାସ୍ତବ ଚରିତ୍ର ସମ୍ପର୍କରେ ଭଲ ଭାବେ ଜାଣିଛନ୍ତି। ଯଦି ପ୍ରକୃତରେ ଚାଷୀମାନେ ଆନ୍ଦୋଳନ କରିଥଆନ୍ତେ, ତା’ହେଲେ ଖାଦ୍ୟ ସାମଗ୍ରୀର ଅଭାବ ଦେଖାଯାଇ ଥାଆନ୍ତା। ପରିବା, କ୍ଷୀର, ଖାଦ୍ୟ ଦ୍ରବ୍ୟ, ଫଳ ଇତ୍ୟାଦି ଆଦୌ ମାର୍କେଟରେ ପହଞ୍ଚି ପାରି ନଥାଆନ୍ତା।”

ସୂଚନାଯୋଗ୍ୟ, ଦୀର୍ଘ ୧୦ ମାସ ହେଲାଣି ଶତାଧିକ ଚାଷୀମାନେ ଦିଲ୍ଲୀ ସୀମାନ୍ତରେ କୃଷି ଆଇନ ବିରୋଧରେ ଆନ୍ଦୋଳନ କରୁଛନ୍ତି। କେନ୍ଦ୍ର ସରକାର ଆଣିଥିବା ୩ଟି ଯାକ କୃଷି ଆଇନକୁ ପ୍ରତ୍ୟାହାର କରିବା ସହ ଏମଏସ୍‌ପି ଉପରେ ଆଇନଗତ ମାନ୍ୟତା ପ୍ରଦାନ କରିବାକୁ ସେମାନେ ଦାବି କରୁଛନ୍ତି। ଏହି ଆନ୍ଦୋଳନକୁ ଅଧିକ ଜୋରଦାର କରିବା ପାଇଁ ଚାଷୀମାନେ ଆସନ୍ତା ୨୭ରେ ଭାରତ ବନ୍ଦର ଡାକରା ମଧ୍ୟ ଦେଇଛନ୍ତି। ଏହାକୁ ବିଭିନ୍ନ ରାଜନୀତିକ ଦଳ ଓ ସଂଗଠନ ପକ୍ଷରୁ ସମର୍ଥନ କରାଯାଇଛି।

The post ଚାଷୀ ନେତା ରାକେଶ ଟିକାୟତଙ୍କୁ ଡକାୟତ କହିଲେ ବିଜେପି ସାଂସଦ appeared first on Odisha Reporter.



from Odisha Reporter https://ift.tt/3nO3QPn

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages