ଭବିଷ୍ୟତରେ କାହାକୁ ଟିମ୍‌ ଇଣ୍ଡିଆର ଅଧିନାୟକ ଭାବେ ଦେଖିବାକୁ ଚାହାଁନ୍ତି ଗାଭାସ୍କର? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, September 17, 2021

ଭବିଷ୍ୟତରେ କାହାକୁ ଟିମ୍‌ ଇଣ୍ଡିଆର ଅଧିନାୟକ ଭାବେ ଦେଖିବାକୁ ଚାହାଁନ୍ତି ଗାଭାସ୍କର?

ନୂଆଦିଲ୍ଲୀ: ଟି-୨୦ ଅଧିନାୟକ ପଦ ଛାଡ଼ିବାକୁ ଘୋଷଣା କରିଛନ୍ତି ବିରାଟ କୋହଲି। ଏହା ଅନେକ କ୍ରିକେଟ୍ ପ୍ରେମୀଙ୍କୁ ଆଶ୍ଚର୍ଯ୍ୟ କରିଛି। ଆଉ ଏହା ସହିତ କାହାକୁ ଏହି ଫର୍ମାଟ୍‌ରେ ଟିମ୍ ଇଣ୍ଡିଆର ଅଧିନାୟକ କରାଯିବ, ତାକୁ ନେଇ ବି କଳ୍ପନାଜଳ୍ପନା ଆରମ୍ଭ ହୋଇଯାଇଛି।

ବିରାଟଙ୍କ ପରେ ରୋହିତ ଶର୍ମାଙ୍କୁ ଟି-୨୦ ଅଧିନାୟକ କରାଯିବ ବୋଲି କୁହାଯାଉଛି। ସେ ତାଲିକାର ଶୀର୍ଷରେ ଅଛନ୍ତି ବୋଲି କୁହାଯାଉଛି। ତେବେ ତାଙ୍କ ଠାରୁ ଜୁନିୟର ଖେଳାଳିଙ୍କ ବିଷୟରେ ବି ବିସିସିଆଇ ଚିନ୍ତା କରୁଛି। କେଏଲ ରାହୁଲ ଓ ଋଷଭ ପନ୍ତ ଏହି ତାଲିକାରେ ଅଛନ୍ତି ବୋଲି ଜଣାପଡ଼ିଛି।

ଏଭଳି ଏକ ସମୟରେ ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ସୁନୀଲ ଗାଭାସ୍କର କହିଛନ୍ତି ଯେ କେଏଲ ରାହୁଲଙ୍କୁ ଟିମ୍‌ରେ ଆହୁରି ଅଧିକ ଦାୟିତ୍ୱ ଦିଆଯିବା ଆବଶ୍ୟକ। ତା’ହେଲେ ଭବିଷ୍ୟତରେ ତାଙ୍କୁ ଅଧିନାୟକ ଦାୟିତ୍ୱ ଦିଆଯାଇପାରିବ।

ସେ କହିଛନ୍ତି, ଯଦି ଟିମ୍ ଇଣ୍ଡିଆ ନୂଆ ଅଧିନାୟକ ସନ୍ଧାନରେ ରହିଛି, ତା’ହେଲେ କେଏଲ୍ ରାହୁଲଙ୍କ ଉପରେ ବିଚାର କରିବା ଉଚିତ୍। ତାଙ୍କ ପ୍ରଦର୍ଶନ ଖୁବ୍ ବଢ଼ିଆ ରହିଛି। ଇଂଲଣ୍ଡରେ ବି ତାଙ୍କ ବ୍ୟାଟିଂ ଭଲ ଥିଲା। ସେ ଆଇପିଏଲ୍‌ ସହିତ ଦିନିକିଆରେ ବି ଭଲ ଖେଳୁଛନ୍ତି। ମୁଁ ଭାବୁଛି ତାଙ୍କୁ ଉପ-ଅଧିନାୟକ କରାଯିବା ଉଚିତ୍‌।

ଗାଭାସ୍କର କହିଛନ୍ତି, ଆଇପିଏଲ୍‌ରେ କେଏଲ ରାହୁଲଙ୍କ ନେତୃତ୍ୱ ମନ ଜିଣିଛି। ଅଧିନାୟକର ଦାୟିତ୍ୱ ତାଙ୍କ ବ୍ୟାଟିଂକୁ ପ୍ରଭାବିତ କରିପାରିନି।

ସୂଚନାଯୋଗ୍ୟ, ୨୯ ବର୍ଷୀୟ କେଏଲ ରାହୁଲ ୨୦୧୪ରେ ଅଷ୍ଟ୍ରେଲିଆ ବିରୋଧରେ ବକ୍ସିଂ ଡେ’ ଟେଷ୍ଟରେ ଅନ୍ତର୍ଜାତୀୟ ଡେବ୍ୟୁ କରିଥିଲେ। ସେ ଦେଶ ପାଇଁ ୪୦ଟି ଟେଷ୍ଟ ମ୍ୟାଚ୍ ଖେଳିଥିବା ବେଳେ ୩୮ଟି ଦିନିକିଆ ଓ ୪୮ଟି ଟି-୨୦ ମ୍ୟାଚ୍ ଖେଳିଛନ୍ତି। ସେ ଆଇପିଏଲ୍‌ରେ ପଞ୍ଜାବ କିଙ୍ଗସର ଅଧିନାୟକ ଅଛନ୍ତି। ୨୦୧୮ରେ ସେ ପଞ୍ଜାବ କିଙ୍ଗସକୁ ଆସିବା ପୂର୍ବରୁ ରୋୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ସନ୍‌ରାଇଜର୍ସ ହାଇଦ୍ରାବାଦ ଟିମ୍‌ ତରଫରୁ ଖେଳିଥିଲେ।

The post ଭବିଷ୍ୟତରେ କାହାକୁ ଟିମ୍‌ ଇଣ୍ଡିଆର ଅଧିନାୟକ ଭାବେ ଦେଖିବାକୁ ଚାହାଁନ୍ତି ଗାଭାସ୍କର? appeared first on Odisha Reporter.



from Odisha Reporter https://ift.tt/3EsZenN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages