ମୁମ୍ବାଇ: ଆଜି ପଞ୍ଜାବରେ ନୂଆ କ୍ୟାବିନେଟ୍ ଗଠନ ହେବ। କିଏ କିଏ ହେବ ନୂଆ ମନ୍ତ୍ରୀ, ସେନେଇ ଚୂଡାନ୍ତ ହୋଇସାରିଛି। କେଉଁ ବିଧାୟକଙ୍କୁ କ’ଣ ମନ୍ତ୍ରୀ ପଦ ମିଳିବ ତା’ଉପରେ ମଧ୍ୟ ମୋହର ବାଜି ସାରିଛି। ନୂଆ ମନ୍ତ୍ରୀମାନେ ଆଜି ଶପଥ ନେବେ। ତେବେ ଶପଥ ସମାରୋହ ପୂର୍ବରୁ ବଢ଼ିଛି ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନିଙ୍କ ଚିନ୍ତା। ବିଧାୟକଙ୍କ ମଧ୍ୟରେ ଦେଖାଦେଇଛି କନ୍ଦଳ।
ପଞ୍ଜାବ କଂଗ୍ରେସର ୭ ଜଣ ବିଧାୟକ କ୍ୟାବିନେଟ୍ରେ ଦାଗି ନେତାଙ୍କୁ ସାମିଲ କରାଇବାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। କଂଗ୍ରେସ ଅଧ୍ୟକ୍ଷ ନବଜୋତ ସିଂହ ସିଦ୍ଧୁଙ୍କୁ ଚିଠି ଲେଖି ସେମାନେ ଚନ୍ନି ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରିଛନ୍ତି। ବିଧାୟକ ରାଣା ଗୁରଜିତ ସିଂହଙ୍କୁ କ୍ୟାବିନେଟ୍ ସାମିଲ କରାଇବା ପ୍ରସ୍ତାବକୁ ନେଇ ହଟଚମଟ ଲାଗିଛି।
ବାସ୍ତବରେ ରାଜ୍ୟର ସବୁଠାରୁ ଧନୀ ବିଧାୟକଙ୍କ ମଧ୍ୟରୁ ଜଣେ ହେଉଛନ୍ତି ରାଣା ଗୁରଜିତ ସିଂହ। ୨୦୧୮ ଜାନୁଆରୀରେ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହଙ୍କ ସରକାରରେ ତାଙ୍କୁ ମନ୍ତ୍ରିମଣ୍ଡଳରୁ ଆଉଟ୍ କରିଦିଆଯାଇଥିଲା। କାରଣ ତାଙ୍କ ପରିବାର ସହ ଜଡିତ କୁଖ୍ୟତା ବାଲି ଏବଂ ମାଇନିଂ ସ୍କାମକୁ ନେଇ ରାଜ୍ୟରେ ୨୫ କୋଟି ଟଙ୍କାର କ୍ଷତି ହୋଇଥିଲା।
ପଞ୍ଜାବର ଦୋବା ଅଞ୍ଚଳରୁ ପ୍ରସ୍ତାବିତ କ୍ୟାବିନେଟ୍ ନାମ ଜଟ୍ ଶିଖ୍ ଏବଂ ଓବିସି ଶିଖ୍ ଥିଲା, କିନ୍ତୁ ଏହି ଅଞ୍ଚଳର ପ୍ରାୟ ୪୦ ପ୍ରତିଶତ ଦଳିତ ଅଛନ୍ତି। ତେଣୁ ଆମେ ସମସ୍ତେ ଅନୁରୋଧ କରୁଛୁ ଯେ ତୁରନ୍ତ ରାଣା ଗୁରୁଜିତ ସିଂହଙ୍କୁ ପ୍ରସ୍ତାବିତ କ୍ୟାବିନେଟ ସମ୍ପ୍ରସାରଣରୁ ହଟାନ୍ତୁ। ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ଏକ ସ୍ୱଚ୍ଛ ଦଳିତ ଚେହେରାକୁ ସାମିଲ କରନ୍ତୁ ବୋଲି ବିଧାୟକ ମାନେ ଚିଠିରେ ଉଲ୍ଲେଖ କରିଛନ୍ତି।
ସେପଟେ ଗୁରକିରତ କୋଟଲିଙ୍କ ନାଁ ପ୍ରଥମେ ନୂଆ ମନ୍ତ୍ରିମଣ୍ଡଳ ତାଲିକାରେ ସାମିଲ ଥିଲା। କିନ୍ତୁ ପରେ କାକା ରଣଦୀପ ସିଂହଙ୍କୁ ସ୍ଥାନ ଦେବାକୁ ଯାଇ ତାଙ୍କୁ ଆଉଟ୍ କରିଦିଆଯାଇଥିବା ନେଇ ସୂତ୍ରରୁ ଜଣାପଡିଛି। ଏହାକୁ ନେଇ ଏବେ ବିଧାୟକ କୋଟଲି ଅସନ୍ତୋଷ ପ୍ରକାଶ କରିଛନ୍ତି। ତାଙ୍କୁ ମନାଇବା ପାଇଁ ସାରା ରାତି କଂଗ୍ରେସ ନେତାମାନେ ତାଙ୍କ ଘରେ ଡେରା ପକାଇଥିଲେ। ପରେ ତାଙ୍କ ନାଁକୁ ପୁଣି ଥରେ କ୍ୟାବିନେଟ୍ରେ ସାମିଲ କରାଯାଇଥିବା ନେଇ ସୂଚନା ମିଳିଛି।
ଆଜି ଅପରାହ୍ଣରେ ପଞ୍ଜବ ନୂଆ ମନ୍ତ୍ରିମାନେ ଶପଥ ନେବେ। ତେବେ ଏହି ଶପଥ ସମାରୋହ ପୂର୍ବରୁ ପଞ୍ଜାବ କଂଗ୍ରସେରେ ଏଭଳି ଶୀତଳ ଯୁଦ୍ଧ ଆରମ୍ଭ ହୋଇଥିବା ଦେଖିବାକୁ ମିଳିଛି।
Punjab: 6 Congress MLAs & 1 former PCC President in a joint letter to state party chief Navjot Singh Sidhu demand to remove Rana Gurjeet Singh from proposed cabinet birth due to his involvement in 'mining scandal' & instead 'include a clean Dalit face in view of upcoming polls' pic.twitter.com/a1GAb7vLzW
— ANI (@ANI) September 26, 2021
The post ବଢ଼ିଲା ଚନ୍ନିଙ୍କ ଚିନ୍ତା, ମନ୍ତ୍ରୀଙ୍କ ଶପଥ ସମାରୋହ ପୂର୍ବରୁ କନ୍ଦଳ appeared first on Odisha Reporter.
from Odisha Reporter https://ift.tt/3COK6PK
No comments:
Post a Comment