ଦିଦି କହିଲେ- ଈର୍ଷା କରୁଛନ୍ତି ମୋଦି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, September 26, 2021

ଦିଦି କହିଲେ- ଈର୍ଷା କରୁଛନ୍ତି ମୋଦି

କୋଲକାତା: ‘ମୋଦିଙ୍କ ଉପରେ ବର୍ଷିଲେ ଦିଦି। କହିଲେ-ମୋଦି ମୋତେ ଈର୍ଷା କରୁଛନ୍ତି।’ ରୋମ ଯିବାକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ କେନ୍ଦ୍ର ତରଫରୁ ଅନୁମତି ନ ମିଳିବା ପରେ ଏଭଳି ହଡବଡେଇଛନ୍ତି ସେ। ମୋଦି ସରକାରଙ୍କ ଉପରେ ସେ ନିଜ ରାଗ ଦେଖାଇଛନ୍ତି।

ଅକ୍ଟୋବରରେ ଇଟାଲୀଠାରେ ଅନୁଷ୍ଠିତ ହେବ ବିଶ୍ୱ ଶାନ୍ତି ସମ୍ମିଳନୀ। ତେବେ ଏହି ସମ୍ମିଳନୀକୁ ନେଇ ଏବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ର ସରକାରଙ୍କ ମଧ୍ୟ ବିବାଦ ଦେଖାଦେଇଛି। ଏହି ସମ୍ମିଳନୀରେ ମମତା ଯୋଗ ଦେବାରଥିଲା। କିନ୍ତୁ ମମତାଙ୍କୁ ରୋମ ଯିବାକୁ ଅନୁମତି ଦେଇନାହିଁ କେନ୍ଦ୍ର। ଏହାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ତୀ। ସେ ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି।

ସେ କହିଛନ୍ତି, ଆପଣ ମୋତେ ଅଟକାଇ ପାରିବେ ନାହିଁ। ମୁଁ ବିଦେଶ ଯିବା ପାଇଁ ଉତ୍ସୁକ ନୁହଁ। ଏହାର ସମ୍ବନ୍ଧ ରାଷ୍ଟ୍ରର ସମ୍ମାନ ସହ ରହିଛି। ଆପଣ (ପିଏମ୍‌ ମୋଦି) ହିନ୍ଦୁମାନଙ୍କ କଥା କହୁଛନ୍ତି, ମୁଁ ମଧ୍ୟ ଜଣେ ହିନ୍ଦୁ ମହିଳା, ଆପଣ ମୋତେ ଯିବା ପାଇଁ କାହିଁକି ଅନୁମତି ଦେଲେ ନାହିଁ? ଆପଣ ମୋତେ ଈର୍ଷା କରୁଛନ୍ତି।’

ମମତା ଆହୁରି କହିଛନ୍ତି, ‘ଆମକୁ ଆମର ସ୍ୱାଧୀନତା ରକ୍ଷା କରିବାକୁ ପଡ଼ିବ। ‘ତାଲିବାନ’ ବିଜେପି ଭାରତରେ ଚାଲିପାରିବ ନାହିଁ। ଟିଏମସି ବିଜେପିକୁ ପରାସ୍ତ କରିବାକୁ ଯଥେଷ୍ଟ। ‘ଖେଲା’ ଭବନିପୁରରୁ ଆରମ୍ଭ ହୋଇ ସାରା ଦେଶରେ ଆମର ବିଜୟ ପରେ ଶେଷ ହେବ।’

ସୂଚନା ମୁତାବକ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ରୋମରେ ହେବାକୁ ଥିବା ବିଶ୍ୱ ଶାନ୍ତି ସମ୍ମିଳନୀରେ ଯୋଗଦେବା ପାଇଁ କେନ୍ଦ୍ର ବୈଦେଶିକ ମନ୍ତ୍ରଣାଳୟ ଅନୁମତି ଦେଇନାହିଁ। ବିଶ୍ୱ ସ୍ତରୀୟ ଶାନ୍ତି ସମ୍ମିଳନୀରେ ଜଣେ ମୁଖ୍ୟମନ୍ତ୍ରୀ ଯୋଗଦେବାର ଷ୍ଟାଟସ ନାହିଁ। ସେ କେବେ ହେଲେ ଭାରତ ପକ୍ଷରୁ କୌଣସି ବିଶ୍ୱସ୍ତରୀୟ ସମ୍ମିଳନୀରେ ପକ୍ଷ ରଖିବାକୁ ଉପଯୁକ୍ତ ଅଧିକାରୀ ନୁହନ୍ତି। ତେଣୁ ତାଙ୍କୁ ମନ୍ତ୍ରଣାଳୟ ଅନୁମତି ଦେଇ ନଥିବା ଜଣାପଡ଼ିଛି।

ଏହି ସମ୍ମିଳନୀରେ ଜର୍ମାନୀ ଚାନସେଲର ଆଞ୍ଜେଲ ମୋର୍କେଲ, ପପ ଫ୍ରାନସିସ୍‌ ଓ ଇଟାଲୀ ପ୍ରଧାନମନ୍ତ୍ରୀ ମାରିଓ ଦାରାଘି ଯୋଗଦେବେ। ମଦର ଟେରେସାଙ୍କ ଉପରେ ଏହି ବିଶ୍ୱ ଶାନ୍ତି ସମ୍ମିଳନୀ ଆୟୋଜନ ହେଉଛି। ଇଟାଲୀ ସରକାର ମମତାଙ୍କୁ ଏଥିପାଇଁ ନିମନ୍ତ୍ରଣ ଦେବା ସହ ନିଜ ସହ କୌଣସି ପ୍ରତିନିଧି ମଣ୍ଡଳ ନ ଆଣିବାକୁ କହିଥିଲେ।

The post ଦିଦି କହିଲେ- ଈର୍ଷା କରୁଛନ୍ତି ମୋଦି appeared first on Odisha Reporter.



from Odisha Reporter https://ift.tt/3ibhhoP

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages