ଅହମ୍ମଦାବାଦ: ଗୁଜରାଟରେ ଏବେ ଚାଲିବ ଭୂପେନ୍ଦ୍ର ରାଜ। ରାଜ୍ୟର ୧୭ତମ ମୁଖ୍ୟମନ୍ତ୍ରୀ ରୂପେ ଶପଥ ନେଲେ ଭୂପେନ୍ଦ୍ର ପଟେଲ। ଗୁଜରାଟ ଗାନ୍ଧିନଗର ସ୍ଥିତ ରାଜଭବନରେ ଏକ ସମାରୋହରେ ଭୂପେନ୍ଦ୍ର ପଟେଲ ମୁଖ୍ୟମନ୍ତ୍ରୀ ପଦର ଶପଥ ନେଇଛନ୍ତି। ରାଜ୍ୟପାଳ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଶପଥ ଗ୍ରହଣ ସମାରୋହରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଏବଂ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ମଧ୍ୟ ଉପସ୍ଥିତ ଥିଲେ।
ଗୁଜୁରାଟର ପାଟିଦାର ସମ୍ପ୍ରଦାୟରେ ଭୂପେନ୍ଦ୍ର ପଟେଲଙ୍କର ଏକ ଶକ୍ତିଶାଳୀ ପ୍ରଭାବ ରହିଛି। ତାଙ୍କ ଭରସାରେ ଆଗାମୀ ନିର୍ବାଚନରେ ଜିତିବା ପାଇଁ ବିଜେପି ପ୍ରସ୍ତୁତି କରିଛି। ରିପୋର୍ଟ ମୁତାବକ, ଖୁବଶୀଘ୍ର ଭୂପେନ୍ଦ୍ର ପଟେଲ ନୂଆ ମନ୍ତ୍ରୀମଣ୍ଡଳ ଗଠନ କରିପାରନ୍ତି। ପୂର୍ବରୁ ବିଜୟ ରୂପାଣୀ ସରକାରରେ ଥିବା ୫୦ ପ୍ରତିଶତ ମନ୍ତ୍ରୀଙ୍କୁ ବଦଳି କରିପାରନ୍ତି ଭୂପେନ୍ଦ୍ର।
ସୂତ୍ରରୁ ଏହା ମଧ୍ୟ ଜଣାପଡିଛି ଯେ ଉପ-ମୁଖ୍ୟମନ୍ତ୍ରୀ ନୀତିନ ପଟେଲ ମଧ୍ୟ ନୂତନ କ୍ୟାବିନେଟରଚ ହଟିପାରନ୍ତି। ତାଙ୍କ ବ୍ୟତୀତ ୩ରୁ୪ ବଡ ମନ୍ତ୍ରୀଙ୍କୁ ମଧ୍ୟ ନୂଆ କ୍ୟାବିନେଟରେ ହଟାଇବାର ସମ୍ଭାବନା ରହିଛି।
ରବିବାର ବିଜେପି ବିଧାୟକ ଦଳର ବୈଠକ ହୋଇଥିଲା। ଏହି ବୈଠକରେ ଭୂପେନ୍ଦ୍ର ପଟେଲଙ୍କ ନାମ ଉପରେ ମୋହର ଲଗାଯାଇଥିଲା। ତାଙ୍କୁ ଗୁଜରାଟର ନୂଆ ମୁଖ୍ୟମନ୍ତ୍ରୀ ଭାବେ ନିର୍ବାଚିତ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ଦୌଡ଼ରେ ନୀତୀନ ପଟେଲ ଓ ମାଣ୍ଡଭୀୟଙ୍କ ଭଳି ବଡ଼ ନାଁ ମଧ୍ୟ ଥିଲା, କିନ୍ତୁ ବିଜେପି ଏଥର ଜଣେ ନୂଆ ମୁହଁ ଉପରେ ବାଜି ଲଗାଇଛି ଏବଂ ପାଟିଦାର ସମ୍ପ୍ରଦାୟର ଭୂପେନ୍ଦ୍ର ପଟେଲଙ୍କୁ ଏହି ବଡ଼ ଦାୟିତ୍ୱ ପ୍ରଦାନ କରାଯାଇଛି।
ରୁପାଣୀଙ୍କ ଇସ୍ତଫା ପରେ ବିଜେପିକୁ ଜଣେ ତୃଣମୂଳ ସ୍ତରର ନେତାଙ୍କର ଆବଶ୍ୟକ ଥିଲା। ଆଉ ବିଜେପିର ସେହି ସନ୍ଧାନ ଭୂପେନ୍ଦ୍ର ପଟେଲଙ୍କ ପାଖରେ ଶେଷ ହୋଇଛି। ଆସନ୍ତାବର୍ଷ ଗୁଜରାଟରେ ହେବାକୁଥିବା ବିଧାନସଭା ନିର୍ବାଚନରେ ଭୂପେନ୍ଦ୍ରଙ୍କ ଭୂମିକା ମହତ୍ତ୍ୱପୂର୍ଣ୍ଣ ହେବ।
Bhupendra Patel sworn-in as new Chief Minister of Gujarat pic.twitter.com/COPD9CsCsw
— ANI (@ANI) September 13, 2021
The post ଗୁଜରାଟରେ ଭୂପେନ୍ଦ୍ର ରାଜ, ଶପଥ ନେଲେ ନୂଆ ମୁଖ୍ୟମନ୍ତ୍ରୀ appeared first on Odisha Reporter.
from Odisha Reporter https://ift.tt/3E8r60l
No comments:
Post a Comment