ଏସ୍‌ସିବିରେ ଛାତରୁ ଖସିଲା କଂକ୍ରିଟ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 13, 2021

ଏସ୍‌ସିବିରେ ଛାତରୁ ଖସିଲା କଂକ୍ରିଟ୍

କଟକ (ଓଡ଼ିଶା ରିପୋର୍ଟର): କଟକ ବଡ଼ ଡାକ୍ତରଖାନାର ସର୍ଜରୀ ବିଭାଗ ଆଉଟଡୋରରେ ଆଜି ଛାତରୁ କଂକ୍ରିଟ୍‌ ଖଣ୍ଡ ଖସି ପଡ଼ିଥିଲା। କଂକ୍ରିଟ୍ ଖଣ୍ଡ ଖସିବା ଯୋଗୁ ଛାତରେ ଲାଗିଥିବା ସିଲିଂ ବି ଖସିଯାଇଥିଲା। ସେତେବେଳ ରୋଗୀମାନେ ଟିକେଟ୍ କାଟିବା ପାଇଁ ଆସିଥିଲେ। ତେବେ କାହାରି କିଛି କ୍ଷତି ହୋଇନାହିଁ। କଂପ୍ୟୁଟର ଓ ଅନ୍ୟ କିଛି ଆସବାବପତ୍ର ନଷ୍ଟ ହୋଇଛି। କଂକ୍ରିଟ୍ ଓ ସିଲିଂ ପଡ଼ିବା ପରେ କିଛି ସମୟ ପାଇଁ ଟିକେଟ୍‌ କଟା ବନ୍ଦ ରହିଥିଲା। ସେହିଭଳି ବର୍ଷା ଯୋଗୁ ଆଜି କଟକର ଆଚାର୍ଯ୍ୟ ହରିହର କ୍ୟାନସର ହସ୍‌ପିଟାଲ୍‌ରେ ପାଣି ପଶିଯାଇଥିଲା।

ଗତ ୨୪ ଘଣ୍ଟାରେ କଟକରେ ପ୍ରାୟ ୧୫୦ ମିମି ବର୍ଷା ରେକର୍ଡ କରାଯାଇଛି। ଏଥିଯୋଗୁଁ ସହରର ବିଭିନ୍ନ ସ୍ଥାନରେ ଜଳ ଜମି ଯାଇଛି। ଜଳ ନିଷ୍କାସନ ପାଇଁ କଟକ ମହାନଗର ନିଗମ ପକ୍ଷରୁ ୨୦୦ଟି ପମ୍ପକୁ ନିୟୋଜିତ କରାଯାଇଛି। ଏହା ସହିତ ୨୪ ଘଣ୍ଟିଆ କଣ୍ଟ୍ରୋଲ୍‌ ରୁମ୍ ଖୋଲାଯାଇଛି। ତଳ ଅଞ୍ଚଳରେ ଜଳବନ୍ଦୀ ସ୍ଥିତିରେ ଥିବା ଲୋକଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରିବା ପାଇଁ ବ୍ୟବସ୍ଥା କରାଯାଇଛି ବୋଲି ସିଏମ୍‌ସି କମିଶନର ଅନନ୍ୟା ଦାସ କହିଛନ୍ତି।

The post ଏସ୍‌ସିବିରେ ଛାତରୁ ଖସିଲା କଂକ୍ରିଟ୍ appeared first on Odisha Reporter.



from Odisha Reporter https://ift.tt/3z7Mi2s

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages