ନୂଆପଡ଼ା (ମାୟାଧର ସରାଫ): ନୂଆପଡ଼ା ଜିଲ୍ଲା ଧରମବନ୍ଧା ଥାନା ଗୋଧସ ଜଳ ପ୍ରପାତରେ ଡେଇଁ ନିଖୋଜ ଥିବା ଯୁବକ-ଯୁବତୀଙ୍କ ମୃତଦେହକୁ ଆଜି ଉଦ୍ଧାର କରାଯାଇଛି। ମୃତକ ଦ୍ୱୟ ଛତିଶଗଡ଼ର ଗରିଆବନ୍ଧ ଜିଲ୍ଲାର ପିପଲଛେଡ଼ି ଥାନା ଅନ୍ତର୍ଗତ ଥୁହାପାନି ଗାଁର ବୋଲି ଜଣାପଡ଼ିଛି। ସେମାନେ ହେଉଛନ୍ତି ଧନିରାମ ଆଁଟି ଓ ଦେମତି ସୋରୀ।
ଗତ ୨୬ ତାରିଖ ଦିନ ସେମାନେ ଏକ ବାଇକ୍ରେ ଏଠାକୁ ଆସିଥିଲେ। ସେମାନେ ବାଇକ୍ରୁ ଓହ୍ଲାଇବା ପରେ ଜଳ ପ୍ରପାତକୁ ଡେଇଁ ପଡ଼ିଥିଲେ। ତେବେ ସେମାନେ ଜଳ ପ୍ରପାତକୁ ଡେଇଁବା ବେଳେ ସ୍ଥାନୀୟ ଅଞ୍ଚଳର କିଛି ଲୋକ ଦେଖିଥିଲେ। ସେମାନେ ଏନେଇ ଧରମବନ୍ଧା ଥାନାରେ ଜଣାଇଥିଲେ। ଘଟଣାସ୍ଥଳରେ ବାଇକ୍, ପୋଷାକ ଓ ଏକ ସୁଇସାଇଡ୍ ନୋଟ୍ ଥିଲା।
ଅଗ୍ନିଶମ ବାହିନୀ ଓ ପୁଲିସ୍ ପହଞ୍ଚି ସେମାନଙ୍କୁ ଖୋଜାଖୋଜି କରିଥିଲେ। କିନ୍ତୁ ପାଇ ନଥିଲେ। ଗତକାଲି ରାତିରେ ସେଠାରେ ୨ଟି ଶବ ଭାସୁଥିବା ନେଇ ଲୋକେ ସୂଚନା ଦେଇଥିଲେ। ଏହା ପରେ ସକାଳେ ଅଗ୍ନିଶମ ବାହିନୀ ସେଠାରେ ପହଞ୍ଚି ୨ଟି ଯାକ ଶବକୁ ଉଦ୍ଧାର କରିଥିଲା। ଧରମବନ୍ଧା ପୁଲିସ ଶବ ଦୁଇଟିକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।
The post ଜଳପ୍ରପାତକୁ ଡେଇଁ ପଡ଼ିଥିବା ଯୁବକ-ଯୁବତୀଙ୍କ ମୃତଦେହ ଉଦ୍ଧାର appeared first on Odisha Reporter.
from Odisha Reporter https://ift.tt/39Pepcx
No comments:
Post a Comment