ଉରିରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା: ୩ ଆତଙ୍କୀ ସଫା, ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଠାବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, September 23, 2021

ଉରିରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା: ୩ ଆତଙ୍କୀ ସଫା, ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଠାବ

ଶ୍ରୀନଗର: ଦୀର୍ଘ ୪ ଦିନ ହେଲା ଜମ୍ମୁ-କଶ୍ମୀରର ଉରିରେ ଚାଲିଥିବା ବିଶାଳ ସର୍ଚ୍ଚ ଅପରେସନକୁ ସଫଳତା ମିଳିଛି। ପାକିସ୍ତାନ ସୀମାରୁ ଉରି ସ୍ଥିତ ଏଲଓସି ଡେଇଁ ଭାରତରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଥିବା ୩ କୁଖ୍ୟାତ ଆତଙ୍କୀ ସୁରକ୍ଷାକର୍ମୀଙ୍କ ଗୁଳିରେ ନିହତ ହୋଇଛନ୍ତି।

ନିହତ ହେବା ପୂର୍ବରୁ ଉରିର ରାମପୁର ସେକ୍ଟରରେ ଏହି ୩ ଆତଙ୍କୀଙ୍କ ସହ ସୁରକ୍ଷାକର୍ମୀଙ୍କ ଗୁଳି ବିନିମୟ ହୋଇଥିଲା। ନିହତ ଆତଙ୍କବାଦୀଙ୍କ ନିକଟରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ଠାବ ହୋଇଛି। ଭାରତରେ ବଡ଼ଧରଣର ହମଲା ପାଇଁ ଏମାନେ ଯୋଜନା କରିଥିଲେ ବୋଲି ଆଶଙ୍କା କରାଯାଉଛି।

ମିଳିଥିବା ସୂଚନା ଅନୁଯାୟୀ, ସେପ୍ଟେମ୍ବର ୨୩ ତାରିଖ ସକାଳ ପ୍ରାୟ ୬ଟା ବେଳେ ଉରି ସ୍ଥିତ ଏଲଓସି ଦେଇ ଭାରତରେ ଅନୁପ୍ରବେଶ କରିବା ପାଇଁ ୩ ଜଣ ଆତଙ୍କୀ ଚେଷ୍ଟା କରିଥିଲେ। ଏହାକୁ ତୁରନ୍ତ ଜାଣିପାରି ଭାରତୀୟ ସୁରକ୍ଷାକର୍ମୀମାନେ ଆକ୍ସନ ମୋଡକୁ ଚାଲି ଆସିଥିଲେ। ଏଲଓସି ଠାରୁ କିଛି ଦୂରତାରେ ୨ ଜଣ ଥିବା ବେଳେ ଆଉ ଜଣେ ଦ୍ରୁତଗତିରେ ଆଗକୁ ବଢ଼ିଥିଲା।

ସେମାନଙ୍କୁ ତୁରନ୍ତ ଫେରିଯିବାକୁ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଚେତାବନୀ ଦିଆଯାଇଥିଲା। କିନ୍ତୁ ସେମାନେ ଏହାର ଜବାବ ଗୁଳିରେ ଦେଇଥିଲେ। ସୁରକ୍ଷାକର୍ମୀଙ୍କ ପକ୍ଷରୁ ମଧ୍ୟ ଏହାର ପାଲଟା ଜବାବ ଦିଆଯାଇଥିଲା। ଦୀର୍ଘ ସମୟ ଧରି ସୀମା ନିକଟରେ ଚାଲିଥିବା ଏହି ଏନକାଉଣ୍ଟର୍‌ରେ ୩ ଜଣ ଯାକ ଆତଙ୍କବାଦୀ ନିହତ ହୋଇଛନ୍ତି।

ସେମାନଙ୍କ ନିକଟରୁ ୫ଟି ଏକେ ସିରିଜ ରାଇଫଲ, ୭ଟି ପିସ୍ତଲ, ଗୋଟିଏ ରିଭଲଭର, ୨୪ଟି ୟୁଡିକେ ଗ୍ରେନେଡ, ୩୮ଟି ଚାଇନିଜ ଗ୍ରେନେଡ, ୭ଟି ପାକିସ୍ତାନ ନିର୍ମିତ ଗ୍ରେନେଡ ଓ କିଛି ଖାଇବା ସାମଗ୍ରୀ ମିଳିଛି। ସେହିପରି ସେମାନଙ୍କ ପାଖକରୁ ୩୫ ହଜାର ଟଙ୍କାର ଭାରତୀୟ ମୁଦ୍ରା ଓ ୧୦,୩୦୦ ମୂଲ୍ୟର ପାକିସ୍ତାନ ମୁଦ୍ରା ଜବତ ହୋଇଛି।

କଶ୍ମୀର ଆଇଜି ବିଜୟ କୁମାର କହିଛନ୍ତି, ସୁରକ୍ଷାକର୍ମୀମାନେ କିଛି କାଗଜପତ୍ର ମଧ୍ୟ ନିହତ ଆତଙ୍କୀଙ୍କ ଠାରୁ ପାଇଛନ୍ତି। ୩ ଜଣଙ୍କ ମଧ୍ୟରୁ ଜଣେ ପାକିସ୍ତାନ ନାଗରିକ। ଅନ୍ୟ ୨ ଜଣଙ୍କ ପରିଚୟ ମିଳିନାହିଁ। ସେହିପରି ୩ ଜଣ ଯାକ କେଉଁ ଆତଙ୍କୀ ସଂଗଠନର, ସେକଥା ଏବେ ଯାଞ୍ଚ କରାଯାଉଥିବା ସେ କହିଛନ୍ତି।

The post ଉରିରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା: ୩ ଆତଙ୍କୀ ସଫା, ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଠାବ appeared first on Odisha Reporter.



from Odisha Reporter https://ift.tt/2XP1Rjk

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages