ମୁମ୍ବାଇକୁ ହରାଇ ଟପ୍‌ ୪ରେ କୋଲକାତା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, September 23, 2021

ମୁମ୍ବାଇକୁ ହରାଇ ଟପ୍‌ ୪ରେ କୋଲକାତା

ଅବୁଧାବି: ଚଳିତ ଆଇପିଏଲ୍‌ ପଏଣ୍ଟ ଟେବୁଲର ଟପ୍‌ ୪ରେ ପ୍ରବେଶ କରିଛି କୋଲକାତା ନାଇଟ ରାଇଡର୍ସ। ଡିଫେଣ୍ଡି ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସକୁ ଏକତରଫା ଭାବେ ପରାସ୍ତ କରି କୋଲକାତା ଏହି ସଫଳତା ହାସଲ କରିଛି। କୋଲକାତା ୯ ମ୍ୟାଚ୍‌ରୁ ୪ ବିଜୟ ସହ ଏବେ ପଏଣ୍ଟ ଟେବୁଲର ୪ର୍ଥ ସ୍ଥାନରେ ପହଞ୍ଚି ଯାଇଛି।

୫ମରେ ସମାନ ୮ ପଏଣ୍ଟ ସହ ରାଜସ୍ଥାନ ଓ ପୂର୍ବରୁ ୪ର୍ଥ ସ୍ଥାନରେ ଥିବା ମୁମ୍ବାଇ ୮ ପଏଣ୍ଟ ସହ ୬ଷ୍ଠ ସ୍ଥାନକୁ ଖସି ଯାଇଛି। ଦିଲ୍ଲୀ କ୍ୟାପିଟାଲ୍ସ ପୂର୍ବଭଳି ୧ନଂ ସ୍ଥାନରେ, ଚେନ୍ନାଇ ସୁପର କିଙ୍ଗସ ୨ନଂରେ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୋର ୩ୟ ସ୍ଥାନରେ ରହିଛି।

ଗୁରୁବାର ଅବୁଧାବିରେ ଖେଳା ଯାଇଥିବା ମ୍ୟାଚ୍‌ରେ କୋଲକାତା ୭ ୱିକେଟରେ ମୁମ୍ବାଇ ଇଣ୍ଡିଆନ୍ସକୁ ଏକତରଫା ଭାବେ ପରାସ୍ତ କରିଛି। ମୁମ୍ବାଇ ପ୍ରଥମେ ବ୍ୟାଟିଂ କରି ୧୫୫ ରନ୍ କରିଥିବା ବେଳେ କୋଲକାତା ୩ ୱିକେଟ ହରାଇ ୨୯ ବଲ୍ ପୂର୍ବରୁ ବାଜିମାତ କରିଛି।

ଦଳକୁ ଜିତିବାକୁ ୧ ରନ୍ ଦରକାର ଥିବା ବେଳେ ରୋହିତ ଶର୍ମାଙ୍କୁ ନୀତୀଶ ରାଣା ଚୌକା ମାରି ଦଳକୁ ବିଜୟ ଭେଟି ଦେଇଥିଲେ। କୋଲକାତା ପକ୍ଷରୁ ରାହୁଲ ତ୍ରିପାଠୀ ଅପରାଜିତ ୭୪ ରନ୍‌ କରିଥିବା ବେଳେ ଯୁବ ତାରକା ଭେଙ୍କଟେଶ ଆୟର ୩୦ ବଲରେ ବିସ୍ଫୋରକ ୫୩ ରନର ଇନିଂସ ଖେଳିଛନ୍ତି।

୧୫୬ ରନର ଟାର୍ଗେଟକୁ ପିଛା କରୁଥିବା କୋଲକାତାକୁ ଆୟର ଓ ଶୁବମନ ଗିଲ୍‌ଙ୍କ ଯୋଡ଼ି ଦ୍ରୁତ ଆରମ୍ଭ ଦେଇଥିଲେ। ପ୍ରଥମ ଦୁଇ ଓଭର୍‌ରେ ଉଭୟ ଦଳ ପାଇଁ ୩୦ ରନ୍‌ ଆଦାୟ କରିଥିଲେ। ତେବେ ୩ୟ ଓଭରର ଶେଷ ବଲରେ ଦଳୀୟ ସ୍କୋର ୪୦ ହୋଇଥିବା ବେଳେ ଗିଲ୍ (୧୩) ଯଶପ୍ରୀତ ବୁମ୍ରାଙ୍କ ବଲ୍‌ରେ କ୍ଲିନବୋଲ୍ଡ ହୋଇଯାଇଥିଲେ।

ମୁମ୍ବାଇ ପ୍ରଥମ ସଫଳତା ପାଇବା ପରେ ଚାପ ସୃଷ୍ଟି କରିବାକୁ ଚେଷ୍ଟା କରିଥିଲା। କିନ୍ତୁ ଆୟର ଓ ରାହୁଲ ତ୍ରିପାଠୀ ଏହା କରିବାକୁ ଦେଇ ନଥିଲେ। ଉଭୟ ପ୍ରତିଟି ମୁମ୍ବାଇ ବୋଲରଙ୍କୁ କାଉଣ୍ଟର ଆଟାକ କରିଥିଲେ। ମୁମ୍ବାଇ ଅଧିନାୟକ ରୋହିତ ଶର୍ମା ଏହି ଯୋଡ଼ିକୁ ଭାଙ୍ଗିବାକୁ ବାରମ୍ବାର ବୋଲିଂରେ ପରିବର୍ତ୍ତନ କରିଥିଲେ ମଧ୍ୟ କୌଣସି ଲାଭ ମିଳି ନଥିଲା।

ବରଂ ଆୟର ଅର୍ଦ୍ଧଶତକ ହାସଲ କରି ନେଇଥିଲେ। ଉଭୟ ଦ୍ୱିତୀୟ ୱିକେଟ ପାଇଁ ୮୮ ରନ୍‌ ଯୋଡ଼ି ମୁମ୍ବାଇକୁ ସଂପୂର୍ଣ୍ଣ ଭାବେ ବ୍ୟାକଫୁଟକୁ ଠେଲି ଦେଇଥିଲେ। ଦଳୀୟ ସ୍କୋର ୧୨୮ ଥିବା ବେଳେ ଆୟରଙ୍କୁ ବୁମ୍ରା ବୋଲ୍ଡ କରିଥିଲେ। କିନ୍ତୁ ଆଉଟ ହେବା ପୂର୍ବରୁ ସେ ୪ଟି ଚୌକା ଓ ୩ ଛକା ସହ ୩୦ ବଲରେ ୫୩ ରନ୍‌ର ବିସ୍ଫୋରକ ଇନିଂସ ଖେଳିଥିଲେ।

ଆୟର ଆଉଟ ହେବା ପରେ ରାହୁଲ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ଏହାପରେ ସେ ମ୍ୟାଚ୍‌କୁ ଶୀଘ୍ର ଶେଷ କରିବା ପାଇଁ ବଡ଼ବଡ଼ ଶଟ ଖେଳିବା ଆରମ୍ଭ କରିଥିଲେ। ଦଳକୁ ଜିତିବା ପାଇଁ ୯ ରନ୍‌ ଦରକାର ଥିବା ବେଳେ ଆୟରଙ୍କ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା ଅଧିନାୟକ ଇଓନ ମୋର୍ଗାନ(୭) ଆଉଟ ହୋଇଯାଇଥିଲେ।

ହେଲେ ରାହୁଲ ଓ ରାଣା ଦଳୀୟ ଖାତାରେ ୯ ରନ୍‌ ଯୋଡ଼ି ୨୯ ବଲ୍‌ ପୂର୍ବରୁ ବିଜୟ ମୁଣ୍ଡି ମାରିଥିଲେ। ଅପରାଜିତ ଥିବା ରାହୁଲ ୪୨ ବଲ୍‌ରେ ୭୪ ରନ୍‌ କରିଛନ୍ତି। ଏହି ଇନିଂସ୍‌ରେ ସେ ୮ଟି ଚୌକା ଓ ୩ଟି ବିଶାଳ ଛକା ମାରିଛନ୍ତି। ସେହିପରି ନୀତୀଶ ରାଣା ୨ ବଲ୍‌ରେ ଗୋଟିଏ ଚୌକା ସହ ୫ ରନ୍‌ କରି ଶେଷ ଯାଏ ଅପରାଜିତ ରହିଥିଲେ।

ଏହାପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ଭଲ ଆରମ୍ଭ ସତ୍ତ୍ୱେ ନିର୍ଦ୍ଧାରିତ ୨୦ ଓଭର୍‌ରେ ୬ ୱିକେଟ ହରାଇ ୧୫୫ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ଦଳ ପକ୍ଷରୁ କ୍ୱିଣ୍ଟନ ଡି’କକ ସର୍ବାଧିକ ୫୫ ରନ୍ କରିଥିବା ବେଳେ ରୋହିତ ୩୩ ଓ କାଏରନ ପୋଲାର୍ଡ ୨୧ ରନ୍‌ର ଇନିଂସ ଖେଳିଥିଲେ।

The post ମୁମ୍ବାଇକୁ ହରାଇ ଟପ୍‌ ୪ରେ କୋଲକାତା appeared first on Odisha Reporter.



from Odisha Reporter https://ift.tt/3EN0XEw

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages