ପ୍ରଭାସଙ୍କୁ ଦେଖି ୟୁଜର୍ସ କହିଲେ- ‘ଇଏ ବାହୁବଲୀ ନା ବଡା ପାଓ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, September 16, 2021

ପ୍ରଭାସଙ୍କୁ ଦେଖି ୟୁଜର୍ସ କହିଲେ- ‘ଇଏ ବାହୁବଲୀ ନା ବଡା ପାଓ’

ମୁମ୍ବାଇ: ବାହୁବଲୀ ଫେମ ଅଭିନେତା ପ୍ରଭାସ ମୋଷ୍ଟ ଏଲିଜିବୁଲ ବ୍ୟାଚଲରଙ୍କ ମଧ୍ୟରୁ ଜଣେ। ତାଙ୍କ ଫ୍ୟାନ ଫଲୋଇଙ୍ଗ ଖୁବ୍‌ ଅଧିକ ଥିବା ବେଳେ ଯୁବତୀଙ୍କ ମଧ୍ୟରେ ତାଙ୍କ  କ୍ରେଜ କାହିଁରେ କେତେ। ହେଲେ ଏତେ ପପୁଲାରିଟି ସତ୍ତ୍ୱେ ଗୋଟିଏ ଫଟୋ ପାଇଁ ଏବେ ସୋଶାଲ ମିଡିଆରେ ପ୍ରଭାସଙ୍କୁ ଖୁବ୍‌ ଟ୍ରୋଲ କରାଯାଉଛି। ଏପରିକି କିଏ ପ୍ରଭାସଙ୍କୁ କିଏ ବଡ଼ା ପାଓ କହୁଥିବା ବେଳେ କିଏ କହୁଛି ୨ ଘଣ୍ଟା ପାଣିରେ ବୁଡ଼ିକି ଆସିଛନ୍ତି ‘ବାହୁବଲୀ’।

ସାଉଥ ସୁପରଷ୍ଟାର ପ୍ରଭାସଙ୍କ ପାଇଁ ଦିନେ ପାଗଳ ହୋଇଯାଉଥିବା ଫ୍ୟାନ୍‌ ଏବେ ତାଙ୍କୁ ମନଇଚ୍ଛା ଟ୍ରୋଲ କରୁଛନ୍ତି ତାହା ପୁଣି ଗୋଟିଏ ଫଟୋ ପାଇଁ। ନିକଟରେ ପ୍ରଭାସଙ୍କ ଏକ ଫଟୋ ଭାଇରାଲ ହୋଇଥିବା ବେଳେ ଏଥିରେ ତାଙ୍କ ଓଜନ ବଢ଼ିଥିବା ସ୍ପଷ୍ଟ ଦେଖାଯାଉଛି। ଭାଇରାଲ ହୋଇଥିବା ଫଟୋରେ ପ୍ରଭାସ କୃତିଙ୍କ ସହ ନଜର ଆସିଛନ୍ତି।  ଉଭୟ ଆଦିପୁରୁଷର ମେନ୍‌ ଲିଡ ରୋଲ ପ୍ଲେ କରୁଛନ୍ତି। ସେମାନେ  ମୁମ୍ବାଇ ଏକ ଡ୍ୟାନ୍ସ ରିହର୍ସଲ ପ୍ରୋଗ୍ରାମ ପାଇଁ ଆସିଥିବା ବେଳେ ଏହି ଫଟୋ ଭାଇରାଲ ହୋଇଛି।  ଏହି ଫଟୋରେ ସବୁବେଳେ ଫିଟ୍‌ ରହୁଥିବା ପ୍ରଭାସଙ୍କ ଶରୀର, ମୁହଁ ସବୁ ଫୁଲି ଯାଇଥିବା ଜଣାପଡ଼ୁଛି। ଏପରିକି ସେ  ଅଧିକ ବୟସ୍କ ଲାଗୁଥିବା ବେଳେ ଆଉ ଆଗ ପରି ଚାର୍ମ ବି ନାହିଁ।

ନୂଆ ଲୁକ୍‌ରେ ପ୍ରଭାସ ।

‘ଆଦି ପୁରୁଷ’  ଏକ ବିଗ୍‌ ବଜେଟ ଫିଲ୍ମ ହୋଇଥିବା ବେଳେ ପ୍ରଭାସଙ୍କ ଏପରି ଲୁକ୍‌କୁ ନେଇ ମୁଣ୍ଡରେ ହାତ ଦେଲେଣି ଫିଲ୍ମ ଫିଲ୍ମର ଡାଇରେକ୍ଟର ଓମ ରାଉତ । ଫିଲ୍ମର ଭାର ପ୍ରଭାସଙ୍କ କାନ୍ଧରେ ଥିବା ବେଳେ ତାଙ୍କର ଏପରି ଲୁକ୍‌କୁ ନେଇ ଏବେ ଡାଇରେକ୍ଟରଙ୍କୁ ବୁଦ୍ଧି ବାଟ ଦିଶୁନି।

ହଠାତ୍‌, ପ୍ରଭାସଙ୍କ ଓଜନ ବଢ଼ିବାର କାରଣ ଜାଣିବା ପାଇଁ ତାଙ୍କୁ ୟୁକେ ପଠାଯିବ । ସେଠାରେ ତାଙ୍କର ବିଭିନ୍ନ ଟେଷ୍ଟ କରାଯିବା ସହ ଓଜନ ବ‍ଢ଼ିବାର କାରଣ ଓ ଏହାକୁ କିପରି କମାଯିବ ସେ ସମ୍ପର୍କରେ ଡାକ୍ତରମାନଙ୍କ ପରାମର୍ଶ ନିଆଯିବ। ଏଥିନିମନ୍ତେ ପ୍ରଭାସଙ୍କୁ ରାଜି କରାଇ ଦିଆଯାଇଛି।

କ୍ରିତି ସାନନ ଓ ପ୍ରଭାସ ।

ପ୍ରଭାସଙ୍କ ଏହି ଫଟୋ ସୋଶାଲ ମିଡିଆରେ ଭାଇରାଲ ହେବା ପରେ ୟୁଜର୍ସ ତାଙ୍କୁ ଖୁବ୍‌ ଟ୍ରୋଲ କରୁଛନ୍ତି। କିଏ କହିଛି ବାହୁବଳୀକୁ କିଏ ୨ ଘଣ୍ଟା ପାଣିରେ ଭିଜେଇ ରଖିଦେଇଛି। ଆଉ ଜଣେ କହୁଛନ୍ତି, ଏପରି ଲାଗୁଛି ପ୍ରଭାସ ୬୫ ବର୍ଷର ବୁଢ଼ା ହୋଇଗଲେଣି।

ସୂଚନାଯୋଗ୍ୟ, ପ୍ରଭାସ ନିଜ ଅପ୍‌କମିଂ ଫିଲ୍ମ ‘ଆଦିପୁରୁଷ’କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଏହି ଫିଲ୍ମଟି ରାମାୟଣ ଉପରେ ଆଧାରିତ। ଏଥିରେ ପ୍ରଭାସ ଏବଂ କ୍ରିତି ଲିଡ୍‌ ରୋଲରେ ନଜର ଆସିବେ। ନିର୍ଦ୍ଦେଶକ ଓମ୍‌ ରାଉତଙ୍କ ନିର୍ଦ୍ଦେଶନାରେ ତିଆରି ହେବକୁ ଥିବା ଏହି ଫିଲ୍ମରେ ସୈଫ ଅଲ୍ଲି ଖାନ୍‌ଙ୍କୁ ରାବଣ ଭୂମିକାରେ ଦେଖିବାକୁ ମିଳିବ। ସେହିପରି ଲକ୍ଷ୍ମଣ ଚରିତ୍ରରେ ନଜର ଆସିବେ ସନି ସିଂହ।

The post ପ୍ରଭାସଙ୍କୁ ଦେଖି ୟୁଜର୍ସ କହିଲେ- ‘ଇଏ ବାହୁବଲୀ ନା ବଡା ପାଓ’ appeared first on Odisha Reporter.



from Odisha Reporter https://ift.tt/3zt6z33

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages