ଭୁଶୁଡ଼ି ପଡ଼ିଲା ନିର୍ମାଣାଧୀନ ଫ୍ଲାଏଓଭର, ୧୩ ଆହତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, September 16, 2021

ଭୁଶୁଡ଼ି ପଡ଼ିଲା ନିର୍ମାଣାଧୀନ ଫ୍ଲାଏଓଭର, ୧୩ ଆହତ

ମୁମ୍ବାଇ: ଏକ ନିର୍ମାଣାଧୀନ ଫ୍ଲାଏଓଭର ଭୁଶୁଡ଼ି ପଡ଼ିବାରୁ ୧୩ ଜଣ ଶ୍ରମିକ ଆହତ ହୋଇଛନ୍ତି। ଶୁକ୍ରବାର ଭୋର ପ୍ରାୟ ସାଢ଼େ ୪ଟା ବେଳେ ମୁମ୍ବାଇର ବାନ୍ଦ୍ରା କୁର୍ଲା କମ୍ପ୍ଲେକ୍ସ ଅଞ୍ଚଳରେ ଏହି ଘଟଣା ଘଟିଛି। ବିକେସି ମୁଖ୍ୟ ରାସ୍ତା ଓ ସାନ୍ତା କ୍ରୁଜ୍-ଚେମ୍ବୁର ଲିଙ୍କ୍ ରୋଡ୍‌କୁ ସଂଯୋଗ କରିବା ପାଇଁ ଚାଲିଥିବା ନିର୍ମାଣାଧୀନ ଫ୍ଲାଏଓଭର ଏକ ଅଂଶ ଭୁଶୁଡ଼ି ପଡ଼ିଛି।

ଏହି ଅଘଟଣ ସଂପର୍କରେ ଖବର ପାଇବା ପରେ ପୁଲିସ୍ ଓ ଅଗ୍ନିଶମ ବାହିନୀ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ଆହତମାନଙ୍କୁ ଉଦ୍ଧାର କରି ତୁରନ୍ତ ହସ୍‌ପିଟାଲ୍ ନିଆଯାଇଥିଲା। ସମସ୍ତ ଆହତଙ୍କୁ ବିଏନ୍ ଦେଶାଇ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି।

ଡିସିପି (ଜୋନ୍ ୮) ମଞ୍ଜୁନାଥ ସିଙ୍ଗେ ନ୍ୟୁଜ୍ ଏଜେନ୍ସୀ ଏଏନ୍‌ଆଇକୁ କହିଛନ୍ତି ଯେ ଏହି ଘଟଣାରେ କାହାରି ମୃତ୍ୟୁ ଘଟି ନାହିଁ। ସେହିଭଳି କେହି ନିଖୋଜ ମଧ୍ୟ ହୋଇ ନାହାନ୍ତି। ଅନ୍ୟପକ୍ଷରେ ଏତେ ବଡ଼ ଅଘଟଣ କେମିତି ଘଟିଲା, ତା’ର ତଦନ୍ତ ଜାରି ରହିଛି।

The post ଭୁଶୁଡ଼ି ପଡ଼ିଲା ନିର୍ମାଣାଧୀନ ଫ୍ଲାଏଓଭର, ୧୩ ଆହତ appeared first on Odisha Reporter.



from Odisha Reporter https://ift.tt/3kevnY6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages