ଛୋଟ ଛୁଆକୁ ବି ଛାଡିଲେନି ତାଲିବାନୀ, ମୁଣ୍ଡ କାଟି ଦେଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, September 28, 2021

ଛୋଟ ଛୁଆକୁ ବି ଛାଡିଲେନି ତାଲିବାନୀ, ମୁଣ୍ଡ କାଟି ଦେଲେ

କାବୁଲ: ଆଫଗାନିସ୍ତାନରେ ବଢ଼ି ଚାଲିଛି ତାଲିବାନୀଙ୍କ କ୍ରୁରତା। ଏବେ ଏହା ସୀମା ଟପିଛି। ଛୋଟ ଛୁଆକୁ ବି ସେମାନେ ଛାଡି ନାହାନ୍ତି। ଜଣେ ଛୁଆର ମୁଣ୍ଡ କାଟି ତାକୁ ହତ୍ୟା କରିଛନ୍ତି। କେବଳ ସେତିକି ନୁହେଁ ଛୁଆର ବାପାକୁ ମଧ୍ୟ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି ତାଲିବାନ ସେନା।

ଆଫଗାନିସ୍ତାନର କ୍ଷମତା ହାସଲ କରିବା ପରେ ତାଲିବାନ ଶରିଆ ଆଇନକୁ କଡାକଡି ଭାବେ ଲାଗୁ କରିବାକୁ ଲାଗିଛି। ପୂର୍ବତନ ସରକାରରେ ଥିବା ଲୋକ, ଆମେରିକାକୁ ସହାୟତା କରୁଥିବା ବ୍ୟକ୍ତି ଏବଂ ନାଶନାଲ ରେସିଷ୍ଟେଣ୍ଟ ଫୋର୍ସ ସଦସ୍ୟଙ୍କୁ ଖୋଜି ଖୋଜି ମୃତ୍ୟୁ ଦଣ୍ଡ ଦେଉଛି ତାଲିବାନ ସେନା। ଏପରିକି ସେମାନଙ୍କ ପରିବାରରେ ଶିଶୁମାନେ ମଧ୍ୟ ତାଲିବାନଙ୍କଠାରୁ ବାଦ ପଡ଼ୁନାହାନ୍ତି।

ନିକଟରେ ତାଲିବାନୀମାନେ ଜଣେ ଶିଶୁକୁ ଅତି ନିଷ୍ଠୁରତାର ସହ ହତ୍ୟା କରିଛନ୍ତି। ଶିଶୁ ବାପା ଆଫଗାନ ରେସିଷ୍ଟେଣ୍ଟ ଫୋର୍ସ ସଦସ୍ୟ ଥିବା ସନ୍ଦେହ କରି ତାଲିବାନୀମୋନେ ଶିଶୁଟିର ମୁଣ୍ଡ କାଟି ହତ୍ୟା କରିଛନ୍ତି। ଶିଶୁର ବାପାକୁ ମଧ୍ୟ ସେମାନେ ହତ୍ୟା କରିଥିବା ସୂଚନା ମିଳିଛି।

ସ୍ୱତନ୍ତ୍ର ମିଡିଆ ଆଉଟଲେଟ ‘ପଞ୍ଜଶିର ଅବଜରଭର’ ପକ୍ଷରୁ ଏକ ଟୁଇଟରେ ଏପରି ସୂଚନା ଦିଆଯାଇଛି। ଟୁଇଟରେ ଉଲ୍ଲେଖ କରାଯାଇଛି, ତଖର ପ୍ରାନ୍ତରେ ତାଲିବାନ ସେନାମାନେ  ଆଫଗାନ ରେସିଷ୍ଟେଣ୍ଟ ଫୋର୍ସ ଥିବା ସନ୍ଦେହରେ ଜଣେ ବ୍ୟକ୍ତି ଏବଂ ତାଙ୍କ  ଶିଶୁସନ୍ତାନକୁ ଅତି ନିଷ୍ଠୁର ଭାବେ ହତ୍ୟା କରିଛନ୍ତି।

ଏହା ପୂର୍ବରୁ ତାଲିବାନ ପଶ୍ଚିମ ଆଫଗାନିସ୍ତାନର ହୈରାତ ପ୍ରାନ୍ତରେ ୪ ଜଣଙ୍କୁ ଗୁଳି କରି ହତ୍ୟା କରିଥିଲେ। ଏହା ପରେ ଶବକୁ କ୍ରେନ ସହାୟତାରେ ବିଚ୍‌ ରାସ୍ତା ଉପରେ ଟାଙ୍ଗି ଦେଇଥିଲେ। ଘଣ୍ଟା ଘଣ୍ଟା ଧରି ଶବ ସେହିପରି ପଡି ରହିଥିଲା। ରିପୋର୍ଟ ଅନୁସାରେ, ଚାରିଜଣଙ୍କ ବିରୋଧରେ ଅପହରଣ ଅଭିଯୋଗ ଥିଲା।

ଏପରି ନିଷ୍ଠୁର ଦଣ୍ଡ ଦେବା ଅଭିଯାନ ତାଲିବାନମାନେ ଆଗକୁ ବି ଜାରି ରଖିବେ। ଏପରି କରିବା ପଛରେ ତାଲିବାନମାନେ କହିଛନ୍ତି, ଜଣେ ଲୋକ ଭୁଲ କରିବା ପୂର୍ବରୁ ହଜାରେ ଥର ଭାବିବା ଉଚିତ୍‌।

ଆଫଗାନିସ୍ତାନ ଉପରେ ନିଜର ଅଧିକାର ସାବ୍ୟସ୍ତ କରିବା ପୂର୍ବରୁ ସର୍ବକ୍ଷମାର ଘୋଷଣା କରିଥିଲା ତାଲିବାନ। କାବୁଲ୍‌କୁ ନିଜ କବ୍‌ଜାକୁ ନେବା ପରେ ଯୁଦ୍ଧ ଶେଷ ହେବ ଏବଂ କୌଣସି ପ୍ରକାର ପ୍ରତିଶୋଧ ନିଆଯିବ ନାହିଁ ବୋଲି କହିଥିଲା। ହେଲେ ତାଲିବାନଙ୍କର ଏହି ମହାନତା କେବଳ ଦେଖାଣିଆ ଥିଲା। ତାଙ୍କ ପ୍ରତିଶ୍ରୁତି ଥିଲା ପାଣିର ଗାର।

The post ଛୋଟ ଛୁଆକୁ ବି ଛାଡିଲେନି ତାଲିବାନୀ, ମୁଣ୍ଡ କାଟି ଦେଲେ appeared first on Odisha Reporter.



from Odisha Reporter https://ift.tt/3zND3VB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages