ବିଚ୍‌ରାସ୍ତାରେ ମହିଳାଙ୍କୁ ଟଙ୍କା ବାଣ୍ଟିଲେ ଲାଲୁଙ୍କ ପୁଅ, ଭିଡିଓ ଭାଇରାଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, September 10, 2021

ବିଚ୍‌ରାସ୍ତାରେ ମହିଳାଙ୍କୁ ଟଙ୍କା ବାଣ୍ଟିଲେ ଲାଲୁଙ୍କ ପୁଅ, ଭିଡିଓ ଭାଇରାଲ

ପାଟନା: ବିଚ୍‌ରାସ୍ତାରେ ମହିଳାଙ୍କୁ ନଗଦ ଟଙ୍କା ବାଣ୍ଟିଲେ ଲାଲୁଙ୍କ ପୁଅ ତଥା ତେଜସ୍ୱୀ ଯାଦବ। ଶହେ କି ଦୁଇ ଶହ ନୁହେଁ ପାଖାପାଖି ୫୦୦-୫୦୦ ଟଙ୍କିଆ ନୋଟ୍‌ ବାଣ୍ଟି ଦେଇଗଲେ ଲାଲୁଙ୍କ ପୁଅ। ତେଜସ୍ୱୀ ଯାଦବଙ୍କ ଏହି ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଭାଇରାଲ୍‌‌ ହୋଇଥିବା ଭିଡିଓରେ ଉକ୍ତ ଗରିବ ମହିଳାଙ୍କୁ ଆର୍‌ଜେଡି ସୁପ୍ରିମୋ ଲାଲୁ ପ୍ରସାଦଙ୍କ ପୁଅ ଭାବେ ନିଜର ପରିଚୟ ଦେଇଛନ୍ତି ତେଜସ୍ୱୀ। ସେ କହୁଛନ୍ତି, ମୁଁ ଲାଲୁ ଜୀଙ୍କ ପୁଅ ତେଜସ୍ୱୀ ଯାଦବ।

ବିହାରର ଗୋପାଳଗଞ୍ଜ ଜିଲ୍ଲାରେ କିଛି ମହିଳାଙ୍କୁ ଆର୍‌ଜେଡି ନେତା ତେଜସ୍ୱୀ ଯାଦବ ଟଙ୍କା ବାଣ୍ଟୁଛନ୍ତି। ଏହି ଦୃଶ୍ୟ ସାମ୍ନାକୁ ଆସିବା ପରେ ବିରୋଧୀ ନେତାମାନେ ତାଙ୍କୁ ତୀବ୍ର ସମାଲୋଚନା କରିଛନ୍ତି।

ଗୁରୁବାର ଦିନ ସନ୍ଧ୍ୟାରେ ଜେଡିୟୁ ବିଧାୟକ ନୀରଜ କୁମାର ତେଜସ୍ୱୀଙ୍କର ଉକ୍ତ ଭିଡିଓଟି ରିଲିଜ୍ କରିଥିଲେ। ଏହି ଭିଡିଓକୁ ଶେଆର କରି ସେ ସମାଲୋଚନା କରି କହିଛନ୍ତି, ‘ଗୁରୁବାର ଦିନ ସାଧାରଣ ସଭାରେ ଉଦ୍‌ବୋଧନ ଦେଇ ଫେରିବା ବେଳେ ତେଜସ୍ୱୀ ଗରିବ ମହିଳାଙ୍କୁ ଟଙ୍କା ବାଣ୍ଟିଲେ। ସାନ୍ତ୍ୱନାମୂଳକ ଭାବେ ଦଳର ନେତୃତ୍ୱ ଦିଆଯାଇଥିବାରୁ ତେଜସ୍ୱୀଙ୍କର ନିଜସ୍ୱ ବୋଲି କିଛି ପରିଚୟ ନାହିଁ। ଏବେ ମଧ୍ୟ ସେ ଲାଲୁ ପ୍ରସାଦଙ୍କ ପୁଅ ଭାବେ ପରିଚିତ ହେଉଛନ୍ତି।’

ନୀରଜ ଆହୁରି ମଧ୍ୟ କହିଛନ୍ତି, ‘ଲାଲୁ ରେଳବାଇ ମନ୍ତ୍ରୀ ଥିବା ବେଳେ ଚାକିରି ଦେବେ ବୋଲି ପ୍ରତିଶ୍ରୁତି ଦେଇ ଜମି ହଡପ କରିନେଇଥିଲେ। ସେହି ଅଧିଗ୍ରହଣ କରିଥିବା ଜମି ସବୁକୁ ତେଜସ୍ୱୀ ବାଣ୍ଟି ଦେବା ଉଚିତ ଥିଲା। ଲାଲୁ ପ୍ରସାଦ ମଧ୍ୟ ଗରିବମାନଙ୍କୁ ଠକିଛନ୍ତି, କିନ୍ତୁ ତେଜସ୍ୱୀ ଯାଦବ ଏବେ ତାଙ୍କଠୁ ବି ବଳି ଯାଇଛନ୍ତି।’

ଅନୁକମ୍ପାମୂଳକ ଭାବେ ତେଜସ୍ୱୀଙ୍କୁ ପଦବୀ ମିଳିଛି। ଏବେ ମଧ୍ୟ ବାପାଙ୍କ ନାଁ ହିଁ ତାଙ୍କର ପରିଚୟ। ଏକଥା ସେ ଖୋଦ୍‌ ଲୋକଙ୍କ ଆଗରେ ସ୍ୱୀକାର କରୁଛନ୍ତି। ଯଦି ତେଜସ୍ୱୀଙ୍କର କିଛି ଦେବାର ଥିଲା, ତେବେ ଲାଲୁ ପ୍ରସାଦ ଯେଉଁ ଜମି ସବୁ ଠକି ନେଇଛନ୍ତି ସେହି ଜମି ଫେରାଇ ଦେବା ଉଚିତ ଥିଲା।’ କେବଳ ସେତିକି ନୁହେଁ ଜେଡିୟୁ ନେତା ଏକ ବ୍ୟଙ୍ଗାତ୍ମକ କବିତା ଲେଖି ଆର୍‌ଜେଡିକୁ ଟାର୍ଗେଟ କରିଛନ୍ତି।

ସେପଟେ ଏନେଇ ଆର୍‌ଜେଡି ସ୍ପଷ୍ଟିକରଣ ଦେଇ କହିଛି, ଗରିବମାନଙ୍କୁ ସାହାଯ୍ୟ କରିବାରେ ଅଡୁଆ ରହିଲା କେଉଁଠି? ପଞ୍ଚାୟତ ନିର୍ବାଚନ ପାଇଁ ଆଦର୍ଶ ଆଚରଣ ସଂହିତା ଲାଗୁ ‌ହେବା ସତ୍ତ୍ୱେ ବିହାର ସରକାର ବ୍ୟାପକ ବଦଳି କରୁଛନ୍ତି। ତେଜସ୍ୱୀ ଗରିବମାନଙ୍କୁ ସାହାଯ୍ୟ କଲେ ଅସୁବିଧା କ’ଣ? ବୋଲି ସେ ପ୍ରଶ୍ନ କରିଛନ୍ତି।

The post ବିଚ୍‌ରାସ୍ତାରେ ମହିଳାଙ୍କୁ ଟଙ୍କା ବାଣ୍ଟିଲେ ଲାଲୁଙ୍କ ପୁଅ, ଭିଡିଓ ଭାଇରାଲ appeared first on Odisha Reporter.



from Odisha Reporter https://ift.tt/3niG8dE

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages