ଆଜି ମମତାଙ୍କ ପାଇଁ ସମ୍ମାନର ଲ‍ଢ଼େଇ, ପ୍ରିୟଙ୍କା ଆଣିଲେ ସାଂଘାତିକ ଅଭିଯୋଗ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 29, 2021

ଆଜି ମମତାଙ୍କ ପାଇଁ ସମ୍ମାନର ଲ‍ଢ଼େଇ, ପ୍ରିୟଙ୍କା ଆଣିଲେ ସାଂଘାତିକ ଅଭିଯୋଗ

କୋଲକାତା:  ପଶ୍ଚିମବଙ୍ଗ ଭବାନୀପୁରରେ ଆଜି ହେଉଛି ସମ୍ମାନର ଲଢ଼େଇ ।  ଗତ ବିଧାନସଭା ନିର୍ବାଚନରେ ନନ୍ଦିଗ୍ରାମରୁ ପରାଜୟ ପରେ ଭବାନୀପୁରରୁ ପୁଣି ଥରେ ଲଢ଼ୁଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ବିଜେପିର ଯୁବ ଚେହେରା ପ୍ରିୟଙ୍କା  ତିବ୍ରେୱାଲ ତାଙ୍କୁ କଡା ଟକ୍କର ଦେଉଛନ୍ତି । ସକାଳୁ ସକାଳୁ ମତଦାନ ଆରମ୍ଭ ହୋଇଥିବା ବେଳେ ଟିଏମ୍‌ସି ଉପରେ ଭୋଟିଂ ମେଶିନକୁ ବନ୍ଦ କରିଦେବା ପରି ସାଂଘାତିକ ଅଭିଯୋଗ ଆଣିଛନ୍ତି ବିଜେପି ପ୍ରାର୍ଥୀ ପ୍ରିୟଙ୍କା ।

ଭବାନୀପୁରରେ ଆଜି ସକାଳ ୭ଟାରୁ ଆରମ୍ଭ ହୋଇଛି ମତଦାନ । ମତଦାନ ଆରମ୍ଭ ହେଉ ହେଉ ସାଂଘାତିକ ଅଭିଯୋଗ ଆଣିଛନ୍ତି ବିଜେପି ପ୍ରାର୍ଥ ପ୍ରିୟଙ୍କା । ପ୍ରିୟଙ୍କାଙ୍କ ଅଭିଯୋଗ ଅନୁଯାୟୀ, ଟିଏମ୍‌ସି ବିଧାୟକ ମଦନ ମିତ୍ର ଉଦ୍ଦେଶ୍ୟମୂଳକ ଭାବେ ୱାର୍ଡ ନଂ ୭୨ରେ ଥିବା ଭୋଟିଂ ମେଶିନକୁ ବନ୍ଦ କରିଦେଇଛନ୍ତି। ଏଥିସହ ସେ କହିଛନ୍ତି, ମୁଁ ଆଜି ସକାଳୁ ବିଭିନ୍ନ ବୁଥ୍‌ ବୁଲୁଛି। ଅବାଧ ମତଦାନ ଲାଗି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବା ଆବଶ୍ୟକ। ପଶ୍ଚିମବଙ୍ଗ ରାଜ୍ୟ ସରକାର ଭୟଭୀତ ଅବସ୍ଥାରେ ଅଛନ୍ତି।

ଭବାନୀପୁର ହାଇପ୍ରୋଫାଇଲ୍ ସିଟ୍ ହୋଇଥିବାରୁ ଏହା ଉପରେ ବିଶେଷ ନଜର ରଖିଛନ୍ତି ନିର୍ବାଚନ କମିଶନ । ଗତ ଦୁଇ ଦିନ ତଳେ ଘଟିଥିବା ହିଂସାକାଣ୍ଡ ପରେ ସୁରକ୍ଷାକୁ ଅଧିକ ବଢ଼ାଯାଇଛି ।  ଯେପରି କୌଣସି ଅପ୍ରିତିକର ସ୍ଥିତି ଉପୁଜିବନି ସେ ନେଇ ବି ସତର୍କତା ଅବଲମ୍ବନ କରାଯାଇଛି । ସମ୍ବେଦନଶୀଳ ବୁଥ୍‌ରେ ପାରା ମିଲିଟାରୀ ଫୋର୍ସ ମୁତୟନ ହୋଇଛନ୍ତି ।

 

ଦକ୍ଷିଣ କୋଲକତାର ଭବାନୀପୁର ବିଧାନସଭା କ୍ଷେତ୍ରରେ ୩ ଲକ୍ଷରୁ ଅଧିକ ମତଦାତା ଆଜି ମତଦାନ କରିବେ। ନିଜ ୬ ମାସର କାର୍ଯ୍ୟକାଳ ମଧ୍ୟରେ ପୁଣି ଥରେ ବିଧାନସଭାକୁ ନିର୍ବାଚିତ ହେବାକୁ ମମତା ଏହି ଆସନରୁ ଲଢ଼ୁଛନ୍ତି। ତେଣୁ ଏହାର ଲଢ଼େଇ ଜୋରଦାର ହେବ ବୋଲି ଆକଳନ କରାଯାଉଥିବା ବେଳେ ଏହି ସିଟ୍‌ର ସମୁଦାୟ ୨୬୯ ବୁଥ୍‌କୁ ସମ୍ବେଦନଶୀଳ ଘୋଷଣା କରାଯାଇଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ୨୦୧୧ ଓ ୨୦୧୬ ମସିହାରେ ଭବାନୀପୁରରୁ ନିର୍ବାଚିତ ହୋଇଥିଲେ । ଭବାନୀପୁର ଛଡ଼ା ପଶ୍ଚିମବଙ୍ଗର ଜାଙ୍ଗିପୁର ଓ ସମଶେରଗଞ୍ଜ ନିର୍ବାଚନ ମଣ୍ଡଳୀରେ ବି ଭୋଟ୍ ଗ୍ରହଣ ହେଉଛି ।

ଭବାନୀପୁରରେ କେନ୍ଦ୍ରୀୟ ସୁରକ୍ଷା ବଳର ୭୨ କମ୍ପାନୀ ଫୋର୍ସ ମୁତୟନ କରାଯାଇଛି।  ଉପ ନିର୍ବାଚନକୁ ଦୃଷ୍ଟିରେ ରଖି ଅତିରିକ୍ତ ସିଏପିଏଫ ଯବାନଙ୍କୁ ମୁତୟନ କରାଯାଇଛି। ସିଏପିଏଫ ବ୍ୟତୀତ ସମସ୍ତ ୩ ନିର୍ବାଚନ ମଣ୍ଡଳରେ ୫୨ କମ୍ପାନୀ କେନ୍ଦ୍ରୀୟ ଫୋର୍ସ ମୁତୟନ ହୋଇଛନ୍ତି। ମତଦାନକୁ ଶାନ୍ତିଶୃଙ୍ଖଳାର ସହ ଶେଷ କରିବା ପାଇଁ ସିଆରପିଏଫ, ବିଏସ୍‌ଏଫ, ଏସଏସବି, ସିଆଇଏସଏଫ ଓ ଆଇଟିବିପି ଯବାନଙ୍କୁ ଦାୟିତ୍ୱ ଦିଆଯାଇଛି।

ପୋଲିଂ ବୁଥ ବାହାରେ ସୁରକ୍ଷା ଦାୟିତ୍ୱ କୋଲକାତା ପୁଲିସ୍‌ ହାତରେ ଥିବା ବେଳେ ଭବାନୀପୁରର ୯୭ ପୋଲିଂ କେନ୍ଦ୍ରର ୨୮୭ ବୁଥ ଭିତରେ କେନ୍ଦ୍ରୀୟ ସୁରକ୍ଷା ବଳର ଯବାନମାନେ ଜଗି ରହିଛନ୍ତି। ଇଭିଏମଗୁଡ଼ିକର ସୁରକ୍ଷା ପାଇଁ ୧୪୧ଟି ସ୍ୱତନ୍ତ୍ର ଏର୍ସ୍କଟ ଗାଡ଼ିର ବ୍ୟବସ୍ଥା ହୋଇଛି।

ଲର୍ଡ ସିହ୍ନା ରୋଡରେ ଥିବା ସଖୱାତ ସ୍ମାରକୀ ସରକାରୀ ବାଳିକା ବିଦ୍ୟାଳୟରେ ଇଭିଏମ୍‌କୁ ସୁରକ୍ଷିତ ଭାବେ ରଖିବା ପାଇଁ ଦୁଇଟି ଷ୍ଟ୍ରଙ୍ଗରୁମର ବ୍ୟବସ୍ଥା କରାଯାଇଛି। ମତଦାନ ପାଇଁ ମଙ୍ଗଳବାର ସନ୍ଧ୍ୟାରୁ ଭବାନୀପୁରରେ ୧୪୪ ଧାରା ଲାଗୁ କରାଯାଇଛି। ଏହା ମତଦାନ ଶେଷ ହେବା ଯାଏ ବଳବତ୍ତର ରହିବ। ଜଣେ ପୁଲିସ୍‌ ଅଧିକାରୀଙ୍କ କହିବାନୁଯାୟୀ,  ଭବାନୀପୁରରେ ବୁଥ୍‌ ବାହାରେ ସୁରକ୍ଷା ଦାୟିତ୍ୱ କୋଲକତା ପୁଲିସ୍‌ ଉପରେ ନ୍ୟସ୍ତ ଅଛି । ନିର୍ବାଚନ କ୍ଷେତ୍ରର ୩୮ଟି ସ୍ଥାନରେ ବ୍ୟାରିକେଡ କରାଯାଇଛି।

ଗତ ଏପ୍ରିଲ-ମେରେ ହୋଇଥିବା ନିର୍ବାଚନରେ ମମତା ବାନାର୍ଜୀ ହାରି ଯାଇଥିବା ବେଳେ ଉକ୍ତ ଆସନରେ ବିଜେପିର ଶୁଭେନ୍ଦୁ ଅଧିକାରୀ ହାତେଇ ନେଇଥିଲେ। କଂଗ୍ରେସ ଏହି ଆସନରେ କୌଣସି ପ୍ରାର୍ଥୀ ଦେଇନାହିଁ। ତେଣୁ ଏହି ଆସନରୁ ଜିତିବା ମମତାଙ୍କ ପାଇଁ ଏବେ ସମ୍ମାନର ପ୍ରଶ୍ନ ହୋଇ ଛିଡ଼ା ହୋଇଛି।

 

The post ଆଜି ମମତାଙ୍କ ପାଇଁ ସମ୍ମାନର ଲ‍ଢ଼େଇ, ପ୍ରିୟଙ୍କା ଆଣିଲେ ସାଂଘାତିକ ଅଭିଯୋଗ appeared first on Odisha Reporter.



from Odisha Reporter https://ift.tt/3EWXRxI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages