ଯାଜପୁର(ଅଭୟ ପତି): ଯାଜପୁର ଜିଲ୍ଲା ଯଖପୁରା ରେଳ ଷ୍ଟେସନରେ ଏକ ଅଘଟଣ ଘଟିଯାଇଛି। ଟ୍ରେନ୍ ଦୁର୍ଘଟଣାରେ ହାସ୍ୟ ଅଭିନେତା ଗୁଡ୍ଡୁଙ୍କ ମା’ଙ୍କ ମୃତ୍ୟୁ ହୋଇଛି। । ଟ୍ରେନ୍ରେ ଚଢୁଥିବା ସମୟରେ ଗୁଡ୍ଡୁଙ୍କ ମା’ ଗୀତାଞ୍ଜଳୀ ଖସି ପଡ଼ିବାରୁ ଏପରି ଦୁର୍ଘଟଣା ଘଟିଛି।
ସୂଚନାନୁଯାୟୀ, ଗୀତାଞ୍ଜଳୀ ନିଜ ଝିଅଙ୍କ ସହ ଖୋର୍ଦ୍ଧା କେନ୍ଦୁଝର ଇଣ୍ଟରସିଟି ଏକ୍ସପ୍ରେସରେ ଯାଉଥିଲେ। ମାତ୍ର ଜଖପୁରା ଷ୍ଟେସନରେ ସେ କୌଣସି କାରଣ ବଶତଃ ଓହ୍ଲାଇଥିଲେ। ପରେ ପୁଣି ଟ୍ରେନ୍କୁ ଚଢୁଥିବା ସମୟରେ ଗୋଡ଼ ଖସିଯିବାରୁ ଟ୍ରେନ୍ ଲାଇନ ତଳକୁ ଖସି ପଡିଥିଲେ ।
ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ନିକଟସ୍ଥ ଦାନଗଦି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ମାତ୍ର ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଛନ୍ତି ।
ପୁଅ ଗୁଡୁ ନିକଟରେ ବିବାହ କରିଥିବା ବେଳେ ବିବାହ ଭୋଜି ପାଇଁ ମା’ ଝିଅ କେନ୍ଦୁଝର ଫେରୁଥିବା ସମୟରେ ଏହି ଅଘଟଣ ଘଟିଥିବା ଜଣାପଡିଛି।
The post ଟ୍ରେନ୍ ଦୁର୍ଘଟଣାରେ ଚାଲିଗଲେ ହାସ୍ୟ ଅଭିନେତା ଗୁଡ୍ଡୁଙ୍କ ମା’ appeared first on Odisha Reporter.
from Odisha Reporter https://ift.tt/3AY3vgF
No comments:
Post a Comment