ସାଧାରଣ ଇଲିସି ମାଛ ଖାଇବା ସମସ୍ତଙ୍କୁ ଭଲ ଲାଗେ। ଏହା ଭାରି ଟେଷ୍ଟି ମଧ୍ୟ। ଘରେ ଏହାକୁ କିଏ କିଏ ଭାଜି ଖାଆନ୍ତି ତ ଆଉ କିଏ ତରକାରୀ କରି। କିନ୍ତୁ ଆମେ ଆଜି ଆପଣଙ୍କୁ ଏହି ଇଲିସି ମାଛକୁ ନେଇ ଏକ ନୂଅ ରେସିପି କହିବୁ। ଯାହାର ନାଁ ଅଳେଇଚ କଞ୍ଚା ଇଲିସି ବେସର। ଆସନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରିବେ।
ସାମଗ୍ରୀ, ଇଲିସି ମାଛ-୧ କେଜି, ଅଳେଇଚ-୭ରୁ୮, ତେଜପତ୍ର-୨ଟି, ହଳଦି ଗୁଣ୍ଡ-୧ ଚାମଚ, ତେଲ-୨ରୁ ୪ ଚାମାଚ, ସୋରିଷ ବଟା-ଏକ କପ୍, ଲୁଣ ସ୍ୱାଦ ଅନୁସାରେ।
କରେଇରେ ତେଲ ଗରମ କରନ୍ତୁ। ସେଥିରେ ତେଜପତ୍ର ଏବଂ ଅଳେଇଚ ପକାନ୍ତୁ। ଏହାପରେ ସେଥିରେ କଞ୍ଚା ଇଲିସି ମାଛକୁ ପକାଇ ଘୋଡାଇ ଦିଅନ୍ତୁ। ଦୁଇ ତିନି ମିନିଟ୍ ପରେ ଘୋଡଣି କାଢ଼ି ମାଛରେ ହଳଦୀ ଗୁଣ୍ଡ, ଲୁଣ ଏବଂ ରସୁଣ,ଶୁଖିଲା ଲଙ୍କା ସହ ମିଶି ପେଷ୍ଟ ହୋଇଥିବା ସୋରିଷ ବଟା ଓ ପାଣି ଦିଅନ୍ତୁ। ୮ରୁ ୧୦ ମିନିଟ୍ ପରେ ସେଥିରେ ଅଳ୍ପ ଚିନି ପକାଇ ଗ୍ୟାସ୍ ବନ୍ଦ କରିଦିଅନ୍ତୁ। ଏହାପରେ ପ୍ରସ୍ତୁତ ହୋଇଯିବ ଅଳେଇଚ କଞ୍ଚା ଇଲିସି ବେସର।
ତଥ୍ୟ-ଟେଷ୍ଟ ଅଫ୍ ଓଡ଼ିଶା (ଓଟିଭି)
The post ଅଳେଇଚ କଞ୍ଚା ଇଲିିସି ବେସର appeared first on Odisha Reporter.
from Odisha Reporter https://ift.tt/2We8yup
No comments:
Post a Comment