ସନ୍ଥଗୁଡ଼ାରେ ଲ୍ୟାଣ୍ଡଫଲ୍‌ କଲା ‘ଗୁଲାବ’; ରାତିରେ କୋରାପୁଟ ଦେଇ ଓଡ଼ିଶାରେ ପଶିବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, September 26, 2021

ସନ୍ଥଗୁଡ଼ାରେ ଲ୍ୟାଣ୍ଡଫଲ୍‌ କଲା ‘ଗୁଲାବ’; ରାତିରେ କୋରାପୁଟ ଦେଇ ଓଡ଼ିଶାରେ ପଶିବ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମର ସନ୍ଥଗୁଡ଼ାରେ ଲ୍ୟାଣ୍ଡଫଲ୍‌ କରିଛି ବାତ୍ୟା ‘ଗୁଲାବ’। ଏହାର ପ୍ରଭାବରେ ଶ୍ରୀକାକୁଲମରେ ବର୍ତ୍ତମାନ ୭୦ କିମି ବେଗରେ ପବନ ବହୁଛି। ଓଡ଼ିଶାରେ ବର୍ତ୍ତମାନ ସୁଦ୍ଧା ବିଶେଷ ପ୍ରଭାବ ପଡ଼ିନି। କ୍ଷୟକ୍ଷତି ହୋଇନି। ଗଞ୍ଜାମ, ଗଜପତି, ରାୟଗଡ଼ାରେ ପବନ ବିଶେଷ ନାହିଁ। ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା କାଁ ଭାଁ ସ୍ଥାନରେ ହେଉଛି। ଏନେଇ ଏସ୍‌ଆର୍‌ସି ପ୍ରଦୀପ ଜେନା।

ଶ୍ରୀ ଜେନା କହିଛନ୍ତି, “ବାତ୍ୟା ‘ଗୁଲାବ’ ଶ୍ରୀକାକୁଲମରୁ ଓଡ଼ିଶାର କୋରାପୁଟ ଜିଲ୍ଲାକୁ ପଶିବ। ଏହାର ପ୍ରଭାବରେ ରାତିରେ ଗଜପତି, ରାୟଗଡ଼ା ଓ କୋରାପୁଟରେ ବର୍ଷା ବଢ଼ିବ। ଗଜପତି, ରାୟଗଡ଼ା ଓ କୋରାପୁଟରେ ଅତିପ୍ରବଳ ବର୍ଷା ହୋଇପାରେ। ତେବେ ଓଡ଼ିଶାରେ ପବନର ବେଗ କମିବ। ୫୦/୬୦ କିମି ବେଗରେ ବହିବ। ଗଜପତି ଜିଲ୍ଲା ଗୁମ୍ମା ବ୍ଳକରେ ରାସ୍ତା ଭୂସ୍ଖଳନ ହୋଇଥିଲା। ଜିଲ୍ଲା ପ୍ରଶାସନ ପକ୍ଷରୁ ରାସ୍ତା ସଫା କରାଯାଇଛି। ସେହିପରି ଭୂସ୍ଖଳନ ଆଶଙ୍କା କରି ସୋରଡ଼ା-ଦାରିଙ୍ଗବାଡ଼ି ରାସ୍ତାକୁ ସିଲ୍‌ କରାଯାଇଛି।”

ବାତ୍ୟାକୁ ଦେଖି ଆଜି ରାତି ୯ଟା ସୁଦ୍ଧା ୩୯ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ଗଞ୍ଜାମରେ ସର୍ବାଧିକ ୧୦ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ଫ୍ଲାସ ଫ୍ଲଫ୍‌ ଆଶଙ୍କା ଏଡ଼ାଇ ଦିଆଯାଇ ନପାରେ। ରାତିରେ ବର୍ଷାର ପରିମାଣ ଉପରେ ନିର୍ଭର କରୁଛି ବୋଲି ଏସ୍‌ଆର୍‌ସି କହିଛନ୍ତି।

ସେପଟେ ଶ୍ରୀକାକୁଲମରେ ବାତ୍ୟା ‘ଗୁଲାବ’ ତାଣ୍ଡବ ଖେଳାଇଛି। ସମୁଦ୍ରରେ ଡଙ୍ଗା ଓଲଟି ୨ ଜଣଙ୍କ ମୃତ୍ୟୁ ଘଟିଛି। ସମୁଦ୍ରରେ ଭାସି ଯାଇ ଜଣେ ମତ୍ସ୍ୟଜୀବୀ ନିଖୋଜ ଥିବା ସୂଚନା ମିଳିଛି। ୬ ମତ୍ସ୍ୟଜୀବୀ ଫେରୁଥିବା ବେଳେ ଉଚ୍ଚ ଜୁଆର ମାଡ଼ରେ ଡଙ୍ଗା ଓଲଟି ପଡ଼ିଛି। ୩ ମତ୍ସ୍ୟଜୀବୀ ସୁରକ୍ଷିତ କୂଳକୁ ଫେରିଥିବା ସୂଚନା ମିଳିଛି।

The post ସନ୍ଥଗୁଡ଼ାରେ ଲ୍ୟାଣ୍ଡଫଲ୍‌ କଲା ‘ଗୁଲାବ’; ରାତିରେ କୋରାପୁଟ ଦେଇ ଓଡ଼ିଶାରେ ପଶିବ appeared first on Odisha Reporter.



from Odisha Reporter https://ift.tt/3m3P9VF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages