‘ସିଂହ ଛାଲ ପିନ୍ଧି ଗର୍ଜନ କରୁଛନ୍ତି, ହେଲେ ମୂଷା ଭଳି ଲୁଚୁଛନ୍ତି’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, September 9, 2021

‘ସିଂହ ଛାଲ ପିନ୍ଧି ଗର୍ଜନ କରୁଛନ୍ତି, ହେଲେ ମୂଷା ଭଳି ଲୁଚୁଛନ୍ତି’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ’ଦିଲ୍ଲୀ ଗଲେ ବିଜେଡି ନେତା ମୂଷା । କାଳେ ବିଲେଇ ଖାଇଦେବ। ସ୍ୱର ଉତ୍ତୋଳନ କରୁ ନାହାନ୍ତି। ଓଡ଼ିଶାରେ ସିଂହ ନୁହନ୍ତି। କିନ୍ତୁ ସିଂହ ଛାଲ ପିନ୍ଧି ଗର୍ଜନ କରୁଛନ୍ତି।’ ଆଜି ଏଭଳି ଢଙ୍ଗରେ ରାଜ୍ୟର ବିଜେଡି ସରକାରକୁ ଟାର୍ଗେଟ୍ କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର। ଖଣି ଦୁର୍ନୀତି ତାତିରୁ ବର୍ତ୍ତିବା ପାଇଁ ଏବେ କେନ୍ଦ୍ର ଅବହେଳା କଥା କହି ବିଜେଡି ନାଟକ ବାଜି କରୁଛି ବୋଲି କହି ସେ ଏହି ସିଂହ-ମୂଷା ଉପାଖ୍ୟାନ କହିଛନ୍ତି।

ମରୁଡ଼ି ଆଲୋଚନା ବେଳେ ସାରା ରାଜ୍ୟରେ ମରୁଡି ଘୋଷଣା କରନ୍ତୁ ବୋଲି କଂଗ୍ରେସ ଦାବି କରିଥିଲା । କିନ୍ତୁ ସେହି ସମୟରେ ରାଜସ୍ୱ  ମନ୍ତ୍ରୀ କହିଥିଲେ ରାଜ୍ୟରେ ମରୁଡି ହୋଇନାହିଁ । ଏବେ ଖଣି ଦୁର୍ନୀତିରୁ ରକ୍ଷା ପାଇବା ପାଇଁ କେନ୍ଦ୍ରର ବୈମାତୃକ ମନୋଭାବ ଓ ଅବହେଳା କହିବା ଅତ୍ୟନ୍ତ ଦୁର୍ଭଗ୍ୟଜନକ ବୋଲି ନରସିଂହ କହିଛନ୍ତି ।

ଏଥିସହ ସେ କହିଛନ୍ତି, ହନୁ ମଲା ବେଳେ ସତ କୁହେ । ଫନି ଦୁର୍ନୀତିର ଚାପ ସହିବାକୁ ପଡ଼ିବାରୁ ପୁରୁଣା କଥା ଦୋହରାଉଛନ୍ତି।

ଏହାର ଜବାବ ଦେବାକୁ ଯାଇ ଶାସକ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି, ଓଡ଼ିଶାର ସ୍ୱାର୍ଥ ପାଇଁ ଯେତେବେଳେ ଯେଉଁଠି ଯେଉଁ ରୋଲ୍‌ ଦରକାର ତାହା କରାଯାଇଛି। କେତେବେଳେ ସିଂହ ତ କେତେବେଳେ ବାଘର ରୋଲ କରାଯାଇଛି। ଓଡ଼ିଶାର ସାଧାରଣ ଲୋକଙ୍କ ସ୍ୱାର୍ଥଙ୍କୁ ଆଖି ଆଗରେ ରଖି ଯେତେବେଳେ ଯେଉଁ ଗର୍ଜନ ଆବଶ୍ୟକ କରାଯାଉଛି। କେନ୍ଦ୍ରକୁ ଭୟ କରିବାର ପ୍ରଶ୍ନ ଉଠୁନି। କେନ୍ଦ୍ରରେ କଂଗ୍ରେସ ଥିବା ବେଳେ ଭୟ କରିନୁ କି ଏବେ ବିଜେପି ଥିବା ବେଳେ ବି ଡରିବାର ନାହିଁ।

The post ‘ସିଂହ ଛାଲ ପିନ୍ଧି ଗର୍ଜନ କରୁଛନ୍ତି, ହେଲେ ମୂଷା ଭଳି ଲୁଚୁଛନ୍ତି’ appeared first on Odisha Reporter.



from Odisha Reporter https://ift.tt/3jVD3y2

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages