ପୂର୍ବତନ ଉପରାଷ୍ଟ୍ରପତିଙ୍କ ଭାଇଙ୍କୁ ମାରିଲେ, ଶବ ଶଢ଼ିବାକୁ ଛାଡ଼ିଦେଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, September 10, 2021

ପୂର୍ବତନ ଉପରାଷ୍ଟ୍ରପତିଙ୍କ ଭାଇଙ୍କୁ ମାରିଲେ, ଶବ ଶଢ଼ିବାକୁ ଛାଡ଼ିଦେଲେ

କାବୁଲ: ଆଫଗାନିସ୍ତାନର ପୂର୍ବତନ ଉପରାଷ୍ଟ୍ରପତିଙ୍କ  ଅମରୁଲ୍ଲା ସାଲେହଙ୍କ ବଡ଼ ଭାଇ ରୋହୁଲ୍ଲାହ ଅଜିଜିଙ୍କୁ ହତ୍ୟା କଲେ ତାଲିବାନୀ । ଏ ସମ୍ପର୍କରେ ଅମରୁଲ୍ଲାଙ୍କ ପୁତୁରା ସ୍ପଷ୍ଟୀକରଣ ଦେଇଛନ୍ତି।  ଏଥିସହ ନିଜ କ୍ରୁରତାର ଆଉ ଏକ ପରିଚୟ ଦେଇଛନ୍ତି ତାଲିବାନୀ। ଏପରିକି ହତ୍ୟା ପରେ ମଧ୍ୟ ମୃତଦେହ କବର ଦେବାକୁ ପରିବାରକୁ ହସ୍ତାନ୍ତର ନ କରି ଶଢ଼ିବା ପାଇଁ ଛାଡ଼ି ଦେଇଛନ୍ତି ତାଲିବାନୀ। ପଞ୍ଜଶୀର ଦଖଲ ପାଇଁ ଅମରୁଲ୍ଲା ସାଲେହ ତାଲିବାନୀଙ୍କୁ କଡ଼ା ଟକ୍କର ଦେଇଥିବା ବେଳେ ଏହାର ପ୍ରତିଶୋଧ ସେମାନେ ତାଙ୍କ ଭାଇ ରୋହୁଲ୍ଲାହଙ୍କ ମୃତଦେହ ଉପରୁ ନେଉଥିବା କୁହାଯାଉଛି। 

ଏନେଇ ଅମରୁଲ୍ଲାଙ୍କ ପୁତୁରା ଦେଇଥିବା ସୂଚନାରେ କହିଛନ୍ତି, ସେ ଆମ ଅଙ୍କଲଙ୍କୁ ଗତକାଲି ହତ୍ୟା କରିଥିବା ବେଳେ କବର ଦେବାକୁ ମୃତଦେହ ଦେଉ ନାହାନ୍ତି।  ରୋହୁଲ୍ଲାହଙ୍କ ମୃତଦେହ  ଶଢ଼ିବା ଉଚିତ ବୋଲି ସେମାନେ ଖୋଲାଖୋଲି କହିଛନ୍ତି। ଏପରି ସମୟରେ ଅମରୁଲ୍ଲା ତାଜିକସ୍ତାନରେ ଥିବା ଜଣାଯାଇଛି।

ସୂଚନାଯୋଗ୍ୟ,  ଦୀର୍ଘ ଦିନର ସଂଘର୍ଷ ପରେ କିଛି ଦିନ ପୂର୍ବେ ପଞ୍ଜଶିରରେ ଉଡ଼ିଲା ତାଲିବାନୀ ପତାକା।  ପଞ୍ଜଶିରକୁ ସମ୍ପୂର୍ଣ୍ଣ ରୂପେ ଦଖଲ କରିଥିବା ନେଇ ତାଲିବାନ ଦାବି କରିଥିଲା। ଆତଙ୍କବାଦୀ ସଙ୍ଗଠନର କହିବାନୁସାରେ, ସେମାନେ ପଞ୍ଚଶିରକୁ ନିଜ ନିୟନ୍ତ୍ରଣକୁ ନେଇଛନ୍ତି। ସେମାନେ ରେଜିଷ୍ଟାନ୍ସ ଫୋର୍ସ ନର୍ଦ୍ଦନ ଆଲିଆନ୍ସର ମୁଖ୍ୟ କମାଣ୍ଡର ମହମ୍ମଦ ସାଲେହକୁ ମାରିଦେଇଛନ୍ତି। ଏଥିସହ ପଞ୍ଚଶିରା ଘାଟି ପୂରାପୁରି ଇସ୍‌ଲାମ ଅମିରାତର ନିୟନ୍ତ୍ରଣକୁ ଆସିଯାଇଥିବା ସେମାନେ ବିଶ୍ୱ ସମୁଦାୟକୁ ଜଣାଇଥିଲେ।

ଏଥିସହ ତାଲିବାନୀ  ପଞ୍ଜଶିରରୁ କିଛି ଫଟୋ ମଧ୍ୟ ଜାରି କରିଥିଲେ। ଏଥିରେ କିଛି ବନ୍ଧୁକଧାରୀ ତାଲିବାନୀ ସେନା ପଞ୍ଜଶିରର ଗଭର୍ଣ୍ଣର ଅଫିସ ବାହାରେ ଠିଆ ହୋଇଥିବା ଦେଖିବାକୁ ମିଳିଥିଲା। ଏଥିସହ ପଞ୍ଜଶିରରେ ତାଲିବାନ ପତାକା ଉଡୁଥିବା ମଧ୍ୟ ଦେଖିବାକୁ ମିଳିଥିଲା।

The post ପୂର୍ବତନ ଉପରାଷ୍ଟ୍ରପତିଙ୍କ ଭାଇଙ୍କୁ ମାରିଲେ, ଶବ ଶଢ଼ିବାକୁ ଛାଡ଼ିଦେଲେ appeared first on Odisha Reporter.



from Odisha Reporter https://ift.tt/3txUurF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages