ନିଖୋଜ ଓଡ୍ରାଫ୍‌ କର୍ମଚାରୀଙ୍କ ମୃତଦେହ ଉଦ୍ଧାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, September 24, 2021

ନିଖୋଜ ଓଡ୍ରାଫ୍‌ କର୍ମଚାରୀଙ୍କ ମୃତଦେହ ଉଦ୍ଧାର

କଟକ(ଓଡ଼ିଶା ରିପୋର୍ଟର):ଗତକାଲି  ମୁଣ୍ଡଳୀଠାରେ ‘ଅପରେସନ ଗଜ ଉଦ୍ଧାର’ ରେ  ନିୟୋଜିତ ହୋଇଥିବା ବୋଟ ଓଲଟି ନିଖୋଜ ଥିବା ଓଡ୍ରାଫ କର୍ମଚାରୀଙ୍କ ମୃତଦେହ ଆଜି ଉଦ୍ଧାର ହୋଇଛି। ମୃତକ ହେଲେ ଓଡ୍ରାଫ କର୍ମଚାରୀ ସୀତାରାମ ମୁର୍ମୁ । ଏନେଇ ଏସ୍‌ଆରସି ପ୍ରଦୀପ ଜେନା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ସୀତାରାମଙ୍କୁ ଖୋଜାଖୋଜି କରିବାକୁ ଗତକାଲି ଟିମ୍‌ ନିୟୋଜିତ ହୋଇଥିଲେ ବି ତାଙ୍କ ପତ୍ତା ମିଳି ପାରି ନ ଥିଲା।   ଏହାପରେ ଆଜି ଏନଡିଆରଏଫ୍‌ର ୮ଟି ଟିମ୍‌କୁ ଖୋଜାଖୋଜି କାର୍ଯ୍ୟରେ ନିୟୋଜିତ କରାଯାଇଥିଲା।   ମହାନଦୀର ୪ଟି ସ୍ଥାନ ମୁଣ୍ଡଳି, ନରାଜ, କାଠଯୋଡ଼ି ଓ ଯୋବ୍ରାରେ ୮ଟି NDRF ଟିମ୍ ପକ୍ଷରୁ ତଲାସୀ କରାଯାଇଥିଲା । ହେଲେ ବ୍ୟାରେଜଠାରୁ ପ୍ରାୟ ୨ କି.ମି ଦୂରରୁ ସୀତାରାମଙ୍କ ଶବକୁ ଠାବ କରାଯାଇ ଉଦ୍ଧାର କରାଯାଇଥିଲା ବୋଲି ତୃତୀୟ ବାଟାଲିୟନ NDRF କମାଣ୍ଡାଣ୍ଟ ସୂଚନା ଦେଇଥିଲେ।  ଏନେଇ  ତାଙ୍କ ପରିବାରବର୍ଗଙ୍କୁ ସୂଚନା ଦିଆଯାଇଛି।

ସୀତାରାମଙ୍କ ମୃତ୍ୟୁ ନେଇ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ଏସଆରସି ପ୍ରଦୀପ ଜେନା। ଏନେଇ ଟ୍ୱିଟ କରି ସେ କହିଛନ୍ତି, ଓଡ୍ରାଫ ଟିମ୍‌ ସଦସ୍ୟ ସୀତାରାମ ମୁର୍ମୂ ଯେକି ଜଣେ ଦକ୍ଷ ଡାଇଭର, ପହଁରା ଜାଣିଥିବା ବ୍ୟକ୍ତି ଥିଲେ ଗତକାଲି  ବୋଟ ଟ୍ରାଜେଡି ସମୟରେ ନିଖୋଜ ହୋଇଯାଇଥିଲେ। ଆଜି ତାଙ୍କ ମୃତଦେହ ଧବଳେଶ୍ୱର ନିକଟରୁ ଉଦ୍ଧାର ହୋଇଛି। ଏହି ଖବର ପାଇ ଖୁବ୍‌ ମର୍ମାହତ  । ଏଥିସହ ରେସକ୍ୟୁ ଅପରେସନ  ନିମନ୍ତେ ଥିବା ଗାଇଡଲାଇନ୍‌କୁ  ଆହୁରି କଡ଼ାକଡି କରିବାକୁ ଡିଜିପିଙ୍କୁ ଅନୁରୋଧ କରୁଛି । ଭବିଷ୍ୟରେ ଯେପରି  କୌଣସି ରେସକ୍ୟୁ ଅପରେସନରେ ସାଧାରଣ ଲୋକ ତଥା ଗଣମାଧ୍ୟମ ପ୍ରତିନିଧୀଙ୍କୁ ସାମିଲ କରା ନ ଯାଏ ଏଥିନିମନ୍ତେ SOP ଆଣିବାକୁ SRC କହିଛନ୍ତି।

ସୂଚନାଯୋଗ୍ୟ, ସୀତାରାମ ଓଡ୍ରାଫ ଟିମ୍‌ର ଜଣେ ଦକ୍ଷ କର୍ମଚାରୀ ଥିଲେ।  ବହୁ ରେସକ୍ୟୁ ଅପରେସନରେ ସାମିଲ ହୋଇ ସଫଳତା ପାଇଥିବା ସୀତାରାମ ପହଁରାରେ ପାରଙ୍ଗମ ଥିଲେ। ଏଥିନିମନ୍ତେ ସେ ବହୁ ଆୱାର୍ଡ ପାଇ ପ୍ରଶଂସିତ ବି ହୋଇଥିଲେ। ହେଲେ ଗତକାଲି ‘ଅପରେସନ ଗଜ ଉଦ୍ଧାର’ରେ ସାମିଲ ହୋଇଥିବା ସୀତାରାମଙ୍କ ପାଇଁ ଏହା ଥିଲା ଶେଷ ରେସକ୍ୟୁ ଅପରେସନ । ପାଣିର ପ୍ରଖର ସ୍ରୋତ ଆଗରେ ହାରିଯାଇ ସବୁ ଦିନ ପାଇଁ ଆଖି ବୁଜିଦେଲେ ସୀତାରାମ ।

ସୂଚନାଯୋଗ୍ୟ,  ଗତକାଲି ମୁଣ୍ଡଳୀଠାରେ ଫସି ରହିଥିବା ହାତୀକୁ ଉଦ୍ଧାର ପାଇଁ ଯାଇଥିବା ଓଡ୍ରାଫ ଟିମ୍‌ର ଏକ ବୋଟ ଓଲଟି ପଡ଼ିଥିଲା।    ଏହି ଦୁର୍ଘଟଣାରେ ଓଟିଭି ଦୁଃସାହସିକ ସାମ୍ବାଦିକ ଅରିନ୍ଦମ ଦାସଙ୍କ ମୃତ୍ୟୁ ହୋଇଥିବା ବେଳେ  ୫ ଜଣ ଗୁରୁତର ହୋଇଥିଲେ। ଏହି ଦୁର୍ଘଟଣାରେ ଗତକାଲି  ଓଡ୍ରାଫ କର୍ମଚାରୀ  ସୀତାରାମ  ନିଖୋଜ ଥିବା ବେଳେ ଆଜି ସକାଳେ ତାଙ୍କ ମୃତଦେହ ଉଦ୍ଧାର ହୋଇଛି।

ଏହି ଦୁର୍ଘଟଣାରେ ଗୁରୁତର ହୋଇଥିବା ୫ ଜଣ ଏବେ ବି SCBରେ ଚିକିତ୍ସାଧୀନ ଅଛନ୍ତି।  ସେମାନଙ୍କ ମଧ୍ୟରୁ ଓଟିଭିର କ୍ୟାମେରାମ୍ୟାନ ପ୍ରଭାତ ସିହ୍ନା ଓ ଅନ୍ୟ ୨  ଓଡ୍ରାଫ୍ ଟିମ୍ କର୍ମଚାରୀ  ଆଇସିୟୁରେ ଭର୍ତ୍ତି ହୋଇଛନ୍ତି। । ଅନ୍ୟ ୨ ଜଣ ଓଡ୍ରାଫ୍ କର୍ମଚାରୀ ଏସସିବି କାଜୁଆଲିଟିରେ ଭର୍ତ୍ତି ହୋଇଛନ୍ତି। ଏସସିବି ପକ୍ଷରୁ ଏକ ଡାକ୍ତରୀ ଟିମ୍‌ ଗଠନ କରାଯାଇ ସମସ୍ତ ଆହତଙ୍କୁ ମାଗଣା ଚିକିତ୍ସା ଯୋଗାଇ ଦିଆଯାଉଛି।  ସମସ୍ତଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆସୁଥିବା ମେଡିକାଲ କର୍ତ୍ତୃପକ୍ଷଙ୍କ ତରଫରୁ ସୂଚନା ଦିଆଯାଇଛି।

The post ନିଖୋଜ ଓଡ୍ରାଫ୍‌ କର୍ମଚାରୀଙ୍କ ମୃତଦେହ ଉଦ୍ଧାର appeared first on Odisha Reporter.



from Odisha Reporter https://ift.tt/39CzXt2

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages