ଗଭୀର ଅବପାତରେ ପରିଣତ ହେଲା ଲଘୁଚାପ କ୍ଷେତ୍ର; ୧୨ଘଣ୍ଟାରେ ବାତ୍ୟାର ରୂପ ନେବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, September 24, 2021

ଗଭୀର ଅବପାତରେ ପରିଣତ ହେଲା ଲଘୁଚାପ କ୍ଷେତ୍ର; ୧୨ଘଣ୍ଟାରେ ବାତ୍ୟାର ରୂପ ନେବ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଗଭୀର ଅବପାତରେ ପରିଣତ ହୋଇଛି। ୧୨ ଘଣ୍ଟାରେ ଏହା  ଘନୀଭୂତ ହୋଇ ସାମୁଦ୍ରିକ ଝଡ଼ ବା ବାତ୍ୟା ରୂପ ନେବାର ସମ୍ଭାବନା ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି।

ଏବେ ଏହା ଗୋପାଳପୁରଠାରୁ ପୂର୍ବ ଓ ଦକ୍ଷିଣ ପୂର୍ବରେ ୫୧୦ କିମି ଦୂରରେ ରହିଛି। ଶେଷ ୬ ଘଣ୍ଟାରେ ଏହା ୧୨ କି.ମି ବେଗରେ ଉପକୂଳ ଆଡେ ମୁହାଁଉଛି। ଏହି ସାମୁଦ୍ରିକ ଝଡ଼ ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ସ୍ଥଳଭାଗ ଛୁଇଁବା ନେଇ ପାଣିପାଗ ବିଭାଗ ଆକଳନ କରିଛି। ଏହି ବାତ୍ୟା ଗୋପାଳପୁର ଓ ବିଶାଖାପାଟଣା ମଝି କଳିଙ୍ଗପତନମରେ ଲ୍ୟାଣ୍ଡଫଲ୍ କରିପାରେ। ଲ୍ୟାଣ୍ଡଫଲ୍‌ ବେଳେ ପବନର ବେଗ ଘଣ୍ଟାକୁ ୭୦ରୁ ୮୦ କିମି ରହିବ।

ଏହି ସମୟରେ ସମୁଦ୍ର ଅଶାନ୍ତ ରହିବ । ତେଣୁ ମତ୍ସ୍ୟଜୀବୀଙ୍କୁ ଆଜିଠାରୁ ସମୁଦ୍ର ଭିତରକୁ ଯିବାକୁ ମନା କରାଯାଇଛି। ସାମୁଦ୍ରିକ  ଝଡ଼ ପ୍ରଭାବରେ  ଦକ୍ଷିଣ ଓଡ଼ିଶାର ଜିଲ୍ଲାଗୁଡ଼ିକ ବେଶି ପ୍ରଭାବିତ ହେବାର ଆଶଙ୍କା ରହିଛି। ସେହି ଜିଲ୍ଲାଗୁଡ଼ିକ ହେଲା  ଗଜପତି, ଗଞ୍ଜାମ, କୋରାପୁଟ, ମାଲକାନଗିରି, ରାୟଗଡ଼ା ଓ କନ୍ଧମାଳ । ଏହି ଜିଲ୍ଲାଗୁଡ଼ିକରେ ଅକସ୍ମାତ ବନ୍ୟା ଓ ଭୂସ୍ଖଳନ ପରିସ୍ଥିତି ଉପୁଜିପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି।

The post ଗଭୀର ଅବପାତରେ ପରିଣତ ହେଲା ଲଘୁଚାପ କ୍ଷେତ୍ର; ୧୨ଘଣ୍ଟାରେ ବାତ୍ୟାର ରୂପ ନେବ appeared first on Odisha Reporter.



from Odisha Reporter https://ift.tt/3zA7ZbS

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages