ଖୋର୍ଦ୍ଧା (ବଳରାମ ଲେଙ୍କା): ଖୁଦୁରୁକୁଣୀ ଭସାଣିକୁ ନେଇ ଝଗଡ଼ା ହେବାରୁ ଜଣେ ବ୍ୟକ୍ତିଙ୍କୁ କଟୁରୀରେ ହାଣି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣା ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ ତାପଙ୍ଗ ଟାଙ୍ଗି ସାହିରେ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ହେଲେ ବୈକୁଣ୍ଠ ବେହେରା। ଏହି ଘଟଣାରେ ପୁଲିସ ୪ ଜଣଙ୍କୁ ଅଟକ ରଖିଛି।
ମିଳିଥିବା ସୂଚନା ଅନୁସାରେ, ଗତକାଲି ରାତିରେ ତାପଙ୍ଗ ଟାଙ୍ଗି ସାହିରେ ଖୁଦୁରୁକୁଣୀ ଠାକୁରାଣୀଙ୍କ ମୂର୍ତ୍ତି ଭସାଣି ହେଉଥିଲା। ଏହି ସମୟରେ ଡିଜେ ବଜାଇବାକୁ ନେଇ ବୈକୁଣ୍ଠ ସହ ପଡ଼ୋଶୀ ଘର ସହ ବଚସା ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ପଡ଼ୋଶୀ ଜଣଙ୍କ ବୈକୁଣ୍ଠକୁ କଟୁରୀରେ ଆକ୍ରମଣ କରିଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ପରିବାର ଲୋକେ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି।
ପୁଲିସ ଏହି ଘଟଣାରେ ଉଭୟ ପରିବାରର ୪ ଜଣଙ୍କୁ ଅଟକ ରଖିଛି।
The post ଖୁଦୁରୁକୁଣୀ ଭସାଣିକୁ ନେଇ ସଂଘର୍ଷ, ଜଣେ ମୃତ appeared first on Odisha Reporter.
from Odisha Reporter https://ift.tt/3nWA4I2
No comments:
Post a Comment