ହନି କ୍ରଞ୍ଚି ପନିର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 20, 2021

ହନି କ୍ରଞ୍ଚି ପନିର

ଆବଶ୍ୟକ ସାମଗ୍ରୀ:  ପନିର, କର୍ଣ୍ଣଫ୍ଲୋର, ଲୁଣ, ଅଦା ରସୁଣ କଟା, ଗୋଲମରିଚ ଗୁଣ୍ଡ, ଲଙ୍କା ଗୁଣ୍ଡ, ଗରମ ମସଲା, ବସା ଦହି, କନଫ୍ଲେକ୍ସ ଗୁଣ୍ଡ, କଞ୍ଚା ଲଙ୍କା ଓ ମହୁ।

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଏକ ପାତ୍ରରେ କିଛି ପନିର ନିଅନ୍ତୁ। ତାକୁ ବଡ଼ ବଡ଼ ପିସ୍ କରି କାଟି ଏକ ପାତ୍ରରେ ରଖନ୍ତୁ। ପରେ କର୍ଣ୍ଣଫ୍ଲୋରରେ ଲୁଣ ଓ ଅଳ୍ପ ପାଣି ମିଶାଇ ଆଣ ପ୍ରସ୍ତୁତ କରନ୍ତୁ। ଏହାପରେ କଟା ପନିରରେ ସ୍ୱାଦ ଅନୁସାରେ ଲୁଣ, ଅଦା-ରସୁଣ କଟା, ଗୋଲମରିଚ ଗୁଣ୍ଡ, ଲଙ୍କା ଗୁଣ୍ଡ, ଗରମ ମସଲା, ଅଳ୍ପ କର୍ଣ୍ଣଫ୍ଲୋର ଓ ବସା ଦହି ପକାଇ ଭଲ ଭାବରେ ଗୋଳାଇ ଦିଅନ୍ତୁ।

ଏବେ କରେଇରେ ତେଲ ଗରମ କରନ୍ତୁ। ଏହାପରେ ମସଲା ଗୋଳା ପନିରକୁ କର୍ଣ୍ଣଫ୍ଲୋର ଆଣରେ ବୁଡ଼ାଇ ଦିଅନ୍ତୁ ଏବଂ ଏହା ପରେ କନଫ୍ଲେକ୍ସ ଗୁଣ୍ଡରେ ଗୋଳାଇ ତେଲରେ ଛାଣି ଏକ ପାତ୍ରରେ ରଖନ୍ତୁ।

ଏହାପରେ ପୁଣି କରେଇରେ ତେଲ ଗରମ କରନ୍ତୁ। ସେଥିରେ କଟା କଞ୍ଚା ଲଙ୍କା ଓ କଟା ରସୁଣ ପକାଇ ଭାଜନ୍ତୁ। ଲଙ୍କା ଓ ରସୁଣ ଭାଜି ହେବାପରେ ସେଥିରେ ଅଳ୍ପ ପାଣି ଦିଅନ୍ତୁ। ପାଣି ଫୁଟିବା ପରେ ମହୁ ଓ ଅଳ୍ପ କର୍ଣ୍ଣଫ୍ଲୋର ପକାଇ ଭଲ ଭାବରେ ଗୋଳାନ୍ତୁ। ମସଲାଟି ହେବା ପରେ ତାକୁ ପୂର୍ବରୁ ରଖିଥିବା ଛଣା ପନିର ଉପରେ ପକାନ୍ତୁ। ପ୍ରସ୍ତୁତ ହୋଇଗଲା ହନି କ୍ରଞ୍ଚି ପନିର।

The post ହନି କ୍ରଞ୍ଚି ପନିର appeared first on Odisha Reporter.



from Odisha Reporter https://ift.tt/3CrwoSP

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages