ଭଦ୍ରକ (ପାର୍ଥ ସାରଥି ନାୟକ): ଭଦ୍ରକ ବ୍ଲକ କୋଡ଼ବରୁଆଁ ପଞ୍ଚାୟତ ଦେଇ ଯାଇଛି ଆସୁରା-ସାବରଙ୍ଗ (ଆର୍ଡି) ରାସ୍ତା। ଏହି ୧୦ କିଲୋମିଟର ଲମ୍ବ ରାସ୍ତା ଉପରେ ୫ଖଣ୍ଡ ଗାଁର ଲୋକ ନିର୍ଭର କରନ୍ତି। ପ୍ରତିଦିନ କୋଡ଼ଗମ୍ଭୀର, ପଲ୍ଲୀ, ପଗଡ଼, କ୍ଷୀରସାହି ଓ ଆଟୋ ଗାଁର ଲୋକେ ଏହି ରାସ୍ତା ଦେଇ ଯିବାଆସିବା କରନ୍ତି। ପଲ୍ଲିଶ୍ରୀ ଉଚ୍ଚ ବିଦ୍ୟାଳୟ, ସଂସ୍କୃତ ବିଦ୍ୟାଳୟ, ଚରମ୍ପା ମହାବିଦ୍ୟାଳୟ ଓ ସଂସ୍କୃତ ଆଞ୍ଚଳିକ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଶିକ୍ଷକ,ଶିକ୍ଷୟତ୍ରୀ ଏହି ରାସ୍ତା ଦେଇ ଯିବାଆସିବା କରନ୍ତି। ତେବେ କୋଡ଼ଗମ୍ଭୀର ମହାରଣା ସାହି ଛକଠାରୁ ପଲ୍ଲୀଶ୍ରୀ ଉଚ୍ଚ ବିଦ୍ୟାଳୟ ପର୍ଯ୍ୟନ୍ତ (ପ୍ରାୟ ୨ କିମି ହେବ) ଏହି ରାସ୍ତା ମରଣଯନ୍ତା ପାଲଟିଛି।
ଏହି କଂକ୍ରିଟ୍ ରାସ୍ତାରେ ବଡ଼ ବଡ଼ ଖାଲ ସୃଷ୍ଟି ହୋଇଛି। ସେହିପରି ସହ ବଡ଼ ବଡ଼ ଲୁହା ରଡ୍ ବାହାରି ପଡ଼ିଛି। ଫଳରେ ଲୋକମାନେ ଯା’ଆସ ବାଳେ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ଗାଡ଼ିମୋଟର ନେଇ ଯା’ଆସ କରିବାରେ ମୁସ୍କିଲ ହେଉଛି।
ରାସ୍ତା ନିର୍ମାଣ ପାଇଁ ଗ୍ରାମବାସୀ ବିଭିନ୍ନ ଅଧିକାରୀଙ୍କ ଦ୍ୱାରସ୍ଥ ହେବା ପରେ ମଧ୍ୟ କୌଣସି ସୁଫଳ ମିଳି ନଥିଲା। ପୂର୍ବତନ ଭଦ୍ରକ ଜିଲ୍ଲାପାଳ ଡ. ଜ୍ଞାନ ଦାସ ଗୋଟିଏ ମାସରେ ମରାମତି କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ହେଲେ ସେ ମଧ୍ୟ ତାଙ୍କ ପ୍ରତିଶ୍ରୁତି ରଖି ପାରି ନଥିଲେ। ଶେଷରେ ନିଜ ଉଦ୍ୟମରେ ଗତକାଲି ଗାଁର ଯୁବକମାନେ ନିଜ ପକେଟରୁ ଟଙ୍କା ଖର୍ଚ୍ଚ କରି ବାଲି ଓ ସିମେଣ୍ଟ ପକାଇ ଦୁଇ କିଲୋମିଟର ରାସ୍ତା ମରାମତି କରିଥିଲେ।
ଜଣେ ଗ୍ରାମବାସୀ କହିଛନ୍ତି, ୟସ ବାତ୍ୟାଠାରୁ ଏହି ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ଲୋକମାନଙ୍କୁ ଯିବାଆସିବା କରିବାରେ ଅସୁବିଧା ହେଉଛି। ଏହି ରାସ୍ତା ଦେଇ ଗାଡ଼ିମୋଟର ନେଇ ଯା’ଆସ କଲା ବେଳେ ଦୁର୍ଘଟଣା ଘଟୁଛି। ରାସ୍ତା ମରାମତି କରିବାକୁ ନେଇ ଆମେ ବହୁତ ଥିର ପୂର୍ବତନ ଭଦ୍ରକ ଜିଲ୍ଲାପାଳ ଡ. ଜ୍ଞାନ ଦାସଙ୍କୁ ଭେଟିଥିଲୁ। ହେଲେ କିଛି ସୁଫଳ ମିଳି ନଥିଲା।
The post ଶୁଣିଲାନି ପ୍ରଶାସନ: ଆଗେଇ ଆସିଲେ ଗାଁ ଯୁବକ appeared first on Odisha Reporter.
from Odisha Reporter https://ift.tt/3nR7Lec
No comments:
Post a Comment