ରଜନୀକାନ୍ତଙ୍କ ଫିଲ୍ମ ପୋଷ୍ଟରକୁ ରକ୍ତରେ ଧୋଇଲେ, ପକାଇଲେ ବଳି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, September 16, 2021

ରଜନୀକାନ୍ତଙ୍କ ଫିଲ୍ମ ପୋଷ୍ଟରକୁ ରକ୍ତରେ ଧୋଇଲେ, ପକାଇଲେ ବଳି

ଚେନ୍ନାଇ: ସାଉଥ ସୁପରଷ୍ଟାର ରଜନୀକାନ୍ତ ଓରଫ ଥଲାଇଭା। ତାଙ୍କ ପାଇଁ ଫ୍ୟାନ୍‌ମାନେ ପାଗଳ। ସେ ତାଙ୍କୁ ଭଗବାନ ଭଳି ପୂଜା କରନ୍ତି। ଏଭଳି ଅନେକ ପ୍ରଶଂସକ ଅଛନ୍ତି ଯିଏକି ରଜନୀକାନ୍ତଙ୍କ ଛବିକୁ ନିଜ ଠାକୁର ଘରେ ମଧ୍ୟ ରଖିଛନ୍ତି। ଯେତେବେଳେ ତାଙ୍କର କୌଣସି ଫିଲ୍ମ ହଲ୍‌କୁ ଆସେ ସେତେବେଳେ ଫ୍ୟାନ୍‌ଙ୍କ ପାଗଳପଣ ଦେଖିବାକୁ ମିଳେ। ତାଙ୍କ ଫିଲ୍ମ ପୋଷ୍ଟରକୁ କ୍ଷୀରାଭିଷେକ କରନ୍ତି। ଧୂପ ଦୀପ ଚନ୍ଦନ ଦେଇ ତାଙ୍କୁ ପୂଜା କରନ୍ତି। ନିକଟରେ ରଜନୀକାନ୍ତଙ୍କ ଏଭଳି ହିଁ ଜଣେ ଫ୍ୟାନ୍‌ଙ୍କୁ ଦେଖିବାକୁ ମିଳିଛି, ଯାହାର ପାଗଳପଣ ସବୁଠାରୁ ବଳି ଯାଇଛି।

ନିକଟରେ ରଜନୀକାନ୍ତଙ୍କ ଅପ୍‌କମିଂ ଫିଲ୍ମ ‘ଅନ୍ନାଥେ’ର ପୋଷ୍ଟର ରିଲିଜ ହୋଇଛି। ଏହି ପୋଷ୍ଟର ଆସିବା ମାତ୍ରେ ପ୍ରଶଂସକମାନେ ଏତେ ଧର୍ଯ୍ୟହରା ହୋଇଗଲେ ଯେ, ସେମାନେ ଏପରି କିଛି କରିଦେଖାଇଲେ ଯାହାର କେହି କଳ୍ପନା ମଧ୍ୟ କରିପାରିବେନାହିଁ। ରଜନୀକାନ୍ତଙ୍କ କିଛି ଫ୍ୟାନ୍ସ ତାଙ୍କ ଫିଲ୍ମ ‘ଅନ୍ନାଥେ’ ପୋଷ୍ଟର ଆଗରେ ବଳି ପକାଇଛନ୍ତି। ନିଜକୁ ଥଲାଇଭାଙ୍କ ଫ୍ୟାନ୍ସ ବୋଲାଉଥିବା କିଛି ବ୍ୟକ୍ତି ପୋଷ୍ଟର ଆଗରେ ଛେଳି କାଟି ରକ୍ତରେ ଅଭିଷେକ କରିଛନ୍ତି। ଏହାର ପୂରା ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।  ଏହାକୁ ନେଇ ଚାରିଆଡେ ଚର୍ଚ୍ଚା ଜୋର ଧରିଛି।

ସେପଟେ ଏହି ଘଟଣାକୁ ନେଇ ରଜନୀକାନ୍ତଙ୍କ ଫ୍ୟାନ୍‌ କ୍ଲବ ଘୋର ନିନ୍ଦା କରିଛି। ଏଭଳି ଅନୁଚିତ କାମ ନକରିବା ପାଇଁ ରଜନୀକାନ୍ତଙ୍କ ଫ୍ୟାନ୍‌ କ୍ଲବ ଲୋକଙ୍କୁ ଅନୁରୋଧ କରିଛି। ଏଭଳି ଅମାନବୀୟ ଘଟଣାକୁ ଚାରିଆଡୁ ବିରୋଧ ମଧ୍ୟ କରାଯାଉଛି।

କିଛି ୟୁଜର୍ସଙ୍କ ମୁତାବକ ଏହି ଘଟଣାଟି ବେଙ୍ଗାଳୁରୁର। ଯେଉଁଠି ଲୋକେ ପୋଷ୍ଟରକୁ ରକ୍ତାଭିଷେକ କରିଥିଲେ। ଅନେକ ଲୋକେ ଏହାର ସମର୍ଥନ ମଧ୍ୟ କରିଛନ୍ତି। ସେ କହିଛନ୍ତି, ମଟନ ବିରିଆନି ତିଆରି କରି ଆବଶ୍ୟକୀୟ ଲୋକଙ୍କୁ ବାଣ୍ଟିବା ପାଇଁ ସେମାନେ ଏଭଳି କରିଥିଲେ।

ଏହାପୂର୍ବରୁ ରଜନୀକାନ୍ତଙ୍କ ପ୍ରଶଂସକମାନେ ଅଭିନେତାଙ୍କୁ ବିଭିନ୍ନ ଉପାୟରେ ସମ୍ମାନ ଜଣାଇଛନ୍ତି। କେଉଁଠି ତାଙ୍କର କ୍ଷୀରରେ ଅଭିଷେକ କରାଯାଇଛି ତ ଆଉ କେଉଁଠି ତାଙ୍କୁ ଫୁଲ ମାଳ ଦେଇ ଆଳତୀ କରାଯାଇଥିବା ଦେଖିବାକୁ ମିଳିଛି।

ସୂଚନା ମୁତାବକ ରଜନୀକାନ୍ତଙ୍କ ଫିଲ୍ମ ‘ଅନ୍ନାଥେ’ ଗ୍ରାମୀଣ ଲୋକଙ୍କ ଉପରେ ଆଧାରିତ। ଆସନ୍ତା ନଭେମ୍ବର ୪ ତାରିଖରେ ଫିଲ୍ମଟି ରିଲିଜ ହେବ। ଏହି ଫିଲ୍ମରେ ରଜନୀକାନ୍ତ ଲିଡ୍‌ ରୋଲରେ ଥିବା ବେଳେ ତାଙ୍କ ଅପୋଜିଟ୍‌ରେ ସାଉଥ ସୁନ୍ଦରୀ ନୟନତାରା ଅଛନ୍ତି। ଅନ୍ୟ ପ୍ରମୁଖ ଭୂମିକାରେ କିର୍ତ୍ତି ସୁରେଶ, ପ୍ରକାଶ ରାଜ, ମୀନା, ଖୁସବୁ, ସତୀଶ ନଜର ଆସିବେ।

The post ରଜନୀକାନ୍ତଙ୍କ ଫିଲ୍ମ ପୋଷ୍ଟରକୁ ରକ୍ତରେ ଧୋଇଲେ, ପକାଇଲେ ବଳି appeared first on Odisha Reporter.



from Odisha Reporter https://ift.tt/3kfTtlb

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages