ଭୟଙ୍କର ବାଇକ୍ ବିସ୍ଫୋରଣ, ଦୁଇ ମୃତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, September 16, 2021

ଭୟଙ୍କର ବାଇକ୍ ବିସ୍ଫୋରଣ, ଦୁଇ ମୃତ

ଅମୃତସର: ବିସ୍ଫୋରଣ ହେଲା ବାଇକ୍। ଫଳରେ ଚାଲିଗଲା ଦୁଇ ଆରୋହୀଙ୍କ ଜୀବନ। ପଞ୍ଜାବର ଜଲାଲାବାଦରେ ବୁଧବାର ବିଳମ୍ବିତ ରାତିରେ ଘଟିଛି ଏହି ଭୟଙ୍କର ଦୁର୍ଘଟଣା। ଏକ ବାଇକରେ ଦୁଇ ଜଣ ଆରୋହୀ ଯାଉଥିବା ବେଳେ ହଠାତ୍ ଏକ ବିସ୍ଫୋରଣ ହେଲା। ଆଉ ଏହି ବିସ୍ଫୋରଣରେ ଜଣଙ୍କର ଶରୀର ଖଣ୍ଡ ବିଖଣ୍ଡିତ ହୋଇଯାଇଛି। ପରେ ଉଭୟଙ୍କୁ ହସ୍ପିଟାଲକୁ ନିଆଯାଇଥିଲା। କିନ୍ତୁ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଦୁହିଁଙ୍କର ମୃତ୍ୟୁ ଘଟିଛି।

ପ୍ରାରମ୍ଭିକ ତଦନ୍ତରୁ ଜଣା ପଡ଼ିଛି ଯେ ବାଇକର ଫୁଏଲ୍ ବା ତେଲ ଟାଙ୍କି ଫାଟିବାରୁ ଏହି ବିସ୍ଫୋରଣ ଘଟିଛି। କିନ୍ତୁ ଏହାର କାରଣ ଏବେ ସ୍ପଷ୍ଟ ହୋଇନାହିଁ। ଜଲାଲାବାଦରେ ଥିବା ପଞ୍ଜାବ ନ୍ୟାଶନାଲ୍ ବ୍ୟାଙ୍କ ପାଖରେ ଏହି ବାଇକର ତେଲ ଟାଙ୍କି ଫାଟିଥିଲା। ଧମାକା ବହୁତ ଭୟଙ୍କର ଥିଲା। ଧମାକାରେ ଯେଉଁ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି, ତାଙ୍କର ପରିଚୟ ମିଳିପାରିନାହିଁ। ବିଶେଷଜ୍ଞ ଟିମ୍ ସେଠାରେ ପହଞ୍ଚି ବିସ୍ଫୋରଣ ତଦନ୍ତ ଜାରି ରଖିଛି।

ରିପୋର୍ଟ ମୁତାବକ, ଧମାକାର ଶବ୍ଦ ଏତେ ଜୋରରେ ଥିଲା ଯେ ଏହା ପାଖାପାଖି ୧ କିଲୋମିଟର୍ ଯାଏ ଶୁଣାଯାଇଥିଲା। ଯାହା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଅଞ୍ଚଳ ନିକଟରେ ଥିବା ଲୋକେ ନିଜ ଘରୁ ବାହାରି ଆସିଥିଲେ।

ସ୍ଥାନୀୟ ଅଞ୍ଚଳର ଏକ ଦୋକାନୀଙ୍କ କହିବା ଅନୁଯାୟୀ, ବାଇକର ନମ୍ବର ନଥିଲା ଏବଂ ସେଥିରେ ଯାଉଥିବା ଲୋକେ ପୁରୁଣ ପରିବା ମାର୍କେଟ ଆଡ଼ୁ ଆସୁଥିଲେ। ଯେମିତି ବାଇକଟି ପିଏନବି ବ୍ୟାଙ୍କ ପାଖରେ ପହଞ୍ଚିଲା, ହଠାତ୍ ବିସ୍ଫୋରଣ ହୋଇଥିଲା। ଲୋକଙ୍କ କହିବା ଅନୁସାରେ ବାଇକରେ ଥିବା ଜଣେ ବ୍ୟକ୍ତିଙ୍କ ହାତରେ ଏକ କଦଳୀଭରା ବ୍ୟାଗ୍ ଥିଲା।

ବିସ୍ଫୋରଣ ଏତେ ଜୋରଦାର ଥିଲା ଯେ ବାଇକରେ ବସିଥିବା ବ୍ୟକ୍ତି ଜଣକ ୧୦ ଫୁଟ୍ ଯାଏ ଛିଟିକି ପଡ଼ିଥିଲେ ଏବଂ ଏହା ପରେ ତାଙ୍କ ଶରୀର ଖଣ୍ଡବିଖଣ୍ଡିତ ହୋଇଯାଇଥିଲା। ଯେହେତୁ ବାଇକଟି ବିନା ନମ୍ବରରେ ଚାଲୁଥିଲା, ତେଣୁ ଏହାକୁ ନେଇ ସାଧାରଣରେ ସନ୍ଦେହ ଦେଖା ଦେଇଛି।

The post ଭୟଙ୍କର ବାଇକ୍ ବିସ୍ଫୋରଣ, ଦୁଇ ମୃତ appeared first on Odisha Reporter.



from Odisha Reporter https://ift.tt/3CbPrAm

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages