ଆମାଜନ ଲାଞ୍ଚ କାରବାର ମାମଲାର ତଦନ୍ତ କରିବ ଭାରତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, September 21, 2021

ଆମାଜନ ଲାଞ୍ଚ କାରବାର ମାମଲାର ତଦନ୍ତ କରିବ ଭାରତ

ନୂଆଦିଲ୍ଲୀ: ଦୁର୍ନୀତି ବିରୋଧରେ ଜିରୋ ଟଲରାନ୍ସ ନୀତି ଆପଣାଇଥିବା ଭାରତ ସରକାର ଏବେ ଆମାଜନ ବିରୋଧରେ ତଦନ୍ତ କରିବେ। ବ୍ୟବସାୟିକ ସଫଳତା ପାଇଁ ଆମାଜନର ଆଇନଗତ ପ୍ରତିନିଧିମାନେ କିଛି ଭାରତୀୟ ଅଧିକାରୀଙ୍କୁ  ଲାଞ୍ଚ ଦେଇଥିବା ଅଭିଯୋଗ ହୋଇଛି। ଆମେରିକାର ଗୋଟିଏ ୱେବସାଇଟରେ ଆମାଜନର ଲାଞ୍ଚ କାରବାର ସମ୍ପର୍କିତ ଖବର ପ୍ରକାଶ ପାଇଥିଲା। ଏହାର ତଦନ୍ତ ଆମାଜନର ବରିଷ୍ଠ ଅଧିକାରୀମାନେ ମଧ୍ୟ ଆରମ୍ଭ କରିଥିବା ଜଣାପଡ଼ିଛି।

ଭାରତର ଜଣେ ଅଧିକାରୀ କହିଛନ୍ତି, ଦୁର୍ନୀତି ବିରୋଧରେ ଭାରତ ସରକାର ଜିରୋ ଟଲରାନ୍ସ ନୀତି ଆପଣାଇଛନ୍ତି। ସରକାରୀ ସ୍ତରରେ କୌଣସି ପ୍ରକାରର ଦୁର୍ନୀତିକୁ କେବେ ହେଲେ ସହ୍ୟ କରାଯିବ ନାହିଁ। ଆମାଜନ ସହ ଲାଞ୍ଚ କାରବାର ହୋଇଥିବା ଅଭିଯୋଗ ହୋଇଛି। କିନ୍ତୁ କେଉଁ ରାଜ୍ୟ ଓ କେଉଁ ସମୟରେ ଏପରି ହୋଇଥିଲା, ସେ ବିଷୟରେ କିଛି ବି କୁହାଯାଇ ନାହିଁ।

ଆମାଜନ ପ୍ରାୟ ୮,୫୦୦ କୋଟି ଟଙ୍କାର ଲିଗାଲ ଫି’ ବାବଦରେ ଖର୍ଚ୍ଚ କରିଛି। ଏବେ ଏତେ ପରିମାଣର ଟଙ୍କା କୁଆଡ଼େ ଯାଇଛି, ତା’ ସବୁଠାରୁ ବଡ଼ କଥା। ଯାହା ଜଣାପଡ଼ୁଛି ସମଗ୍ର ବ୍ୟବସ୍ଥା ଲାଞ୍ଚରେ ଚାଲିଛି ଓ ଏହା ଆଦୌ ଭଲ ବ୍ୟବସାୟିକ ଅଭ୍ୟାସ ନୁହେଁ। ଆମାଜନକୁ ସମାଲୋଚନା କରି ଅଧିକାରୀ ଜଣଙ୍କ ଆଇନ ଉଲ୍ଲଙ୍ଘନକାରୀଙ୍କୁ ଦଣ୍ଡ ମିଳିବ ବୋଲି କହିଛନ୍ତି।

ଆମେରିକୀୟ ୱେବସାଇଟ ମର୍ଣ୍ଣିଂ କଣ୍ଟେକ୍ସଟରେ ରିପୋର୍ଟ ପ୍ରକାଶ ପାଇଥିଲା ଯେ ଭାରତ ସରକାର ଅଧିକାରୀଙ୍କୁ ଆମାଜନର କିଛି ପ୍ରତିନିଧି ଲାଞ୍ଚ ଦେଇଥିବା ଜଣାପଡ଼ିବା ପରେ କମ୍ପାନୀ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଛି। ଲାଞ୍ଚ କାରବାର ସମ୍ପର୍କରେ ଜଣେ ହ୍ୱିସଲବ୍ଲୋୟେର ପ୍ରଥମେ ଅଭିଯୋଗ ଆଣିଥିଲେ।

କମ୍ପାନୀ ଅଭିଯୋଗର ତଦନ୍ତ କରୁଥିବା ବେଳେ ଆମାଜନର ବରିଷ୍ଠ କର୍ପୋରେଟ ଓକିଲଙ୍କୁ ବାଧ୍ୟତାମୂଳକ ଛୁଟିରେ ପଠାଇ ଦିଆଯାଇଛି। ସରକାରୀ ଅଧିକାରୀଙ୍କୁ ଲାଞ୍ଚ ଦେବା ପାଇଁ କମ୍ପାନୀ ପକ୍ଷରୁ ଜଣେ ସ୍ୱାଧୀନ ଓକିଲଙ୍କୁ ନିଯୁକ୍ତ କରାଯାଇଥିଲା। ଲିଗାଲ ଫି’ ବାବଦ ଟଙ୍କା ତାଙ୍କ ଦ୍ୱାରା ସରକାରୀ ଅଧିକାରୀଙ୍କୁ ଦିଆଯାଇଥିଲା ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି।

ଅନ୍ୟପକ୍ଷରେ ସିଏଆଇଟି ପକ୍ଷରୁ ମଧ୍ୟ ଘଟଣାର ସିବିଆଇ ତଦନ୍ତ ଦାବି କରାଯାଇଛି। ଏଥିପାଇଁ ସଂଘ ପକ୍ଷରୁ କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟଲଙ୍କୁ ଚିଠି ମଧ୍ୟ ଲେଖାଯାଇଛି। ଲାଞ୍ଚ କାରବାରରେ ସଂପୃକ୍ତ ଥିବା ଅଧିକାରୀଙ୍କ ନାଁ ସାର୍ବଜନୀନ କରି ସେମାନଙ୍କୁ ଦଣ୍ଡ ଦେବା ସପକ୍ଷରେ ସିଏଆଇଟି ମତ ରଖିଛି।

The post ଆମାଜନ ଲାଞ୍ଚ କାରବାର ମାମଲାର ତଦନ୍ତ କରିବ ଭାରତ appeared first on Odisha Reporter.



from Odisha Reporter https://ift.tt/3zrQCtN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages