ଜେଲ ଭିତରେ ଫୁଟିଲା କରୋନା ବୋମା, ୬ ଶିଶୁଙ୍କ ସମେତ ୩୯ କଏଦୀ ପଜିଟିଭ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, September 26, 2021

ଜେଲ ଭିତରେ ଫୁଟିଲା କରୋନା ବୋମା, ୬ ଶିଶୁଙ୍କ ସମେତ ୩୯ କଏଦୀ ପଜିଟିଭ

ମୁମ୍ବାଇ: ଜେଲ ଭିତରେ ଫୁଟିଲା କରୋନା ବୋମା। ୧୦ ଦିନ ଭିତରେ ମୁମ୍ବାଇ ବାଇକୁଲା ଜେଲରେ ୬ ଶିଶୁଙ୍କ ସମେତ ୩୯ କଏଦୀ କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି। ସମସ୍ତ ସଂକ୍ରମିତଙ୍କୁ ଆଇସୋଲେସନ ସେଣ୍ଟର ପଠାଇ ଦିଆଯାଇଛି।

ଜେଲ ଅଧିକାରୀଙ୍କ କହିବା ମୁତାବକ, ଜେଲର ସମସ୍ତ ୧୨୦ ଜଣ କର୍ମଚାରୀ ଏବଂ କଏଦୀଙ୍କ କରୋନା ପରୀକ୍ଷା ହୋଇଥିଲା। ସେଥିରୁ ୩୯ ଜଣ ପଜିଟିଭ ବାହାରିଥିଲେ। ତେବେ କରୋନାର ଗୁରୁତର ଲକ୍ଷଣ କାହାଠାରେ ମଧ୍ୟ ଦେଖାଦେଇ ନାହିଁ। ସମସ୍ତ କରୋନା ସଂକ୍ରମିତଙ୍କୁ ଆଇସୋଲେସନ ସେଣ୍ଟରରେ ରଖାଯାଇଛି।

ବୃହନ ମୁମ୍ବାଇ ମହାନଗର ନିଗମର ଜଣେ ଅଧିକାରୀଙ୍କ କହିବା ମୁତାବକ, ୩୯ କରୋନା ସଂକ୍ରମିତଙ୍କ ମଧ୍ୟରୁ ୩୬ ଜଣଙ୍କୁ ପାଟନବାଲା ସ୍କୁଲର କ୍ୱାରେଣ୍ଟାଇନରେ ରଖାଯାଇଛି। ସେମାନଙ୍କ ଅବସ୍ଥା ସ୍ଥିର ରହିଛି। ଜଣେ ଗର୍ଭବତୀ ମହିଳାଙ୍କୁ ସୁରକ୍ଷା ଦୃଷ୍ଟିରୁ ମୁମ୍ବାଇ ଜିଟି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସପଟେ ସଂକ୍ରମିତ ହୋଇଥିବା ଶିଶୁଙ୍କ ଅବସ୍ଥା ମଧ୍ୟ ସ୍ଥିର ଥିବା ବିଏମ୍‌ସି ସୂଚନା ଦେଇଛି। ତେବେ କରୋନା ପଜିଟିଭ ବାହାରିବା ପରେ ମଧ୍ୟ ଜେଲ ପରିସରକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରାଯାଇ ନାହିଁ।

ସୂଚନା ମୁତାବକ, ମୁମ୍ବାଇରେ ଧୀରେ ଧୀରେ କରାନା ସଂକ୍ରମିତଙ୍କ ସଂଖ୍ୟା କମିବାରେ ଲାଗିଛି। ଦିନକରେ ସେଠାରେ ୪୫୪ଟି ନୂଆ ମାମଲା ସାମ୍ନାକୁ ଆସିଛି। ସେହିପରି କରୋନାରେ ଆକ୍ରାନ୍ତ ହୋଇ ୫ ଜଣ ପ୍ରାଣ ହରାଇଥିବା ସୂଚନା ମିଳିଛି। ୫୮୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ମହାରାଷ୍ଟ୍ରରେ କରୋନା ମାମଲା କମିଥିବା ଯୋଗୁଁ ରାଜ୍ୟ ସରକାର ଅକ୍ଟୋବର ୪ରେ ସ୍କୁଲ, ଅକ୍ଟୋବର ୭ରେ ଧାର୍ମିକ ସ୍ଥଳ ଏବଂ ୨୨ରେ ଥିଏଟର ଖୋଲିବା ପାଇଁ ନିଷ୍ପତ୍ତି ନେଇଛନ୍ତି।

The post ଜେଲ ଭିତରେ ଫୁଟିଲା କରୋନା ବୋମା, ୬ ଶିଶୁଙ୍କ ସମେତ ୩୯ କଏଦୀ ପଜିଟିଭ appeared first on Odisha Reporter.



from Odisha Reporter https://ift.tt/2XKEneG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages