ମଧ୍ୟରାତ୍ରରେ ସ୍ଥଳଭାଗ ଛୁଇଁବ ‘ଗୁଲାବ’: ଗଞ୍ଜାମ ଓ ଗଜପତିରେ ପଡ଼ିପାରେ ଅଧିକ ପ୍ରଭାବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, September 26, 2021

ମଧ୍ୟରାତ୍ରରେ ସ୍ଥଳଭାଗ ଛୁଇଁବ ‘ଗୁଲାବ’: ଗଞ୍ଜାମ ଓ ଗଜପତିରେ ପଡ଼ିପାରେ ଅଧିକ ପ୍ରଭାବ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସ୍ଥଳଭାଗ ଆଡ଼କୁ ମାଡ଼ି ଆସୁଛି ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ଗୁଲାବ’। ସକାଳ ସାଢ଼େ ୮ଟା ସୁଦ୍ଧା ଏହା ଉତ୍ତରପଶ୍ଚିମ ଓ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ଥିବା ବେଳେ ପଶ୍ଚିମକୁ ଗତି କରୁଛି। ଶେଷ ୬ ଘଣ୍ଟାରେ ଏହା ଘଣ୍ଟା ପ୍ରତି ୧୭ କିଲୋମିଟର ବେଗରେ ଗତି କରୁଥିବା ଜଣାପଡ଼ିଛି। ସେହିପରି ଏହା ଗୋପାଳପୁରଠାରୁ ୧୮୦ କିଲୋମିଟର ଦୂରତାରେ ଥିବା ବେଳେ ଆନ୍ଧ୍ର ପ୍ରଦେଶର କଳିଙ୍ଗପଟ୍ଟନମ୍ ଠାରୁ ୨୮୦ କିଲୋମିଟର ଦୂରରେ ରହିଛି। ଆଜି ମଧ୍ୟରାତ୍ରରେ ଏହା ଗୋପାଳପୁର ଓ କଳିଙ୍ଗପଟ୍ଟନମ୍ ମଧ୍ୟରେ ସ୍ଥଳଭାଗ ଛୁଇଁପାରେ ବୋଲି ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି)।

ବାତ୍ୟା ‘ଗୁଲାବ’ର ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ରାତି ପ୍ରାୟ ୯ଟା ବେଳୁ ଆରମ୍ଭ ହୋଇଯିବ। ଏହା ସ୍ଥଳଭାଗ ଛୁଇଁବା ବେଳେ ପବନର ବେଗ ଘଣ୍ଟା ପ୍ରତି ୭୫ରୁ ୮୫ କିଲୋମିଟର ରହିବ। ଅତିବେଶୀରେ ପବନର ବେଗ ଏହି ସମୟରେ ଘଣ୍ଟା ପ୍ରତି ୯୫ କିଲୋମିଟର ହୋଇପାରେ ବୋଲି ଆଇଏମ୍‌ଡି ପକ୍ଷରୁ କୁହାଯାଇଛି।

ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ କହିଛନ୍ତି, ଏହି ବାତ୍ୟା ଯୋଗୁ ଓଡ଼ିଶାରେ ଗଞ୍ଜାମ ଓ ଗଜପତି ଜିଲ୍ଲା ଅଧିକ ପ୍ରଭାବିତ ହେବାର ସମ୍ଭାବନା ରହିଛି।

ଏସ୍‌ଆର୍‌ସି ପ୍ରଦୀପ ଜେନା କହିଛନ୍ତି ଯେ ନିର୍ଦ୍ଦିଷ୍ଟ ଭାବେ ଆନ୍ଧ୍ର ପ୍ରଦେଶରେ ଶ୍ରୀକାକଚଲମ୍ ଜିଲ୍ଲାରେ ‘ଗୁଲାବ’ ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି। ଗଜପତି, କୋରାପୁଟ ଓ ମାଲକାନଗିରି ଦେଇ ଏହା ଛତିଶଗଡ଼ ଆଡ଼କୁ ଗତି କରିବ।

ସେ କହିଛନ୍ତି, ଗୁଲାବକୁ ନେଇ ମୁଖ୍ୟତଃ ୩ଟି ସମସ୍ୟା ଦେଖାଦେଇପାରେ। ପବନ, ଭୂସ୍ଖଳନ ଏବଂ ବର୍ଷାଜନିତ ସମସ୍ୟା ଉପୁଜିପାରେ। ପୁରୁଣା ଗଛ ଓ କିଛି ସ୍ଥାନରେ ବିଦ୍ୟୁତ୍‌ ଖୁଣ୍ଟ ଉପୁଡ଼ିପାରେ। ଭୂସ୍ଖଳନ ସମ୍ଭାବନା ଥିବାରୁ ସତର୍କ ରହିବାକୁ ପଡ଼ିବ।

ଏସ୍‌ଆର୍‌ସି କହିଛନ୍ତି, ଋଷିକୁଲ୍ୟା, ନାଗାବଳି ଓ ବଂଶଧାରା ନଦୀରେ ବନ୍ୟା ଆସିପାରେ।  ଫ୍ଲାସ୍ ଫ୍ଲଡ ବି ଆସିବାର ସମ୍ଭାବନା ରହିଛି। ଏସବୁ ସମସ୍ୟାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳମାନଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।  ତଳିଆ ଅଞ୍ଚଳରୁ ଲୋକମାନଙ୍କୁ ସ୍ଥାନାନ୍ତର ପ୍ରକ୍ରିୟା ଜାରି ରହିଛି। ଆଜି ସନ୍ଧ୍ୟାରୁ କାଲି ସକାଳ ପର୍ଯ୍ୟନ୍ତ ଲୋକମାନଙ୍କୁ ସତର୍କ ପରାମର୍ଶ ରହିବାକୁ ପଡ଼ିବ। ଲୋକେ ମାଟି ଘରେ ନ ରହି ରାତିକ ପାଇଁ ଯେ କୌଣସି କୋଠାଘରେ ରୁହନ୍ତୁ।

The post ମଧ୍ୟରାତ୍ରରେ ସ୍ଥଳଭାଗ ଛୁଇଁବ ‘ଗୁଲାବ’: ଗଞ୍ଜାମ ଓ ଗଜପତିରେ ପଡ଼ିପାରେ ଅଧିକ ପ୍ରଭାବ appeared first on Odisha Reporter.



from Odisha Reporter https://ift.tt/3ocHmaS

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages