ଶୁଭ ଫଳ ଦିଏ ଶ୍ୱେତାର୍କ ଗଣେଶ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 1, 2021

ଶୁଭ ଫଳ ଦିଏ ଶ୍ୱେତାର୍କ ଗଣେଶ

ଗଣେଶଙ୍କୁ କୁହାଯାଏ ଅଗ୍ରପୂଜ୍ୟ। ଯେଉଁ ପୂଜା ହେଉ ପ୍ରଥମେ ଗଣପତିଙ୍କୁ ହିଁ ପୂଜା କରିବା ପରେ ଅନ୍ୟମାନଙ୍କ ପୂଜା କରାଯାଏ। ତାଙ୍କୁ ବିଘ୍ନ ବିନାଶକ ବୋଲି ମଧ୍ୟ କୁହାଯାଏ। କାରଣ ଗଣେଶ ସବୁ ବିଘ୍ନ ଦୂରେଇ ଦେଇଥାନ୍ତି। ଏଥିସହ ସୁଖ-ସମୃଦ୍ଧି ମଧ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଛି। ଏଥର ଚଳିତ ମାସର ଭ୍ରାଦବମାସ ଶୁକ୍ଳ ପକ୍ଷ ଚତୁର୍ଥୀରେ ସିଦ୍ଧିବିନାୟକ ପର୍ବ ଆରମ୍ଭ ହେବାକୁ ଯାଉଛି। ଗଣେଶ ଚତୁର୍ଥୀ ଦିନକୁ ହିନ୍ଦୁଧର୍ମରେ ଗଣେଶଙ୍କ ଜନ୍ମ ଦିନ ଭାବେ ପାଳନ କରାଯାଏ। ଗଣେଶ ଚତୁର୍ଥୀ ଦିନ  ବିଭିନ୍ନ ପ୍ରକାରର ଗଣେଶଙ୍କ ମୂର୍ତ୍ତିର ଭିନ୍ନ ଭିନ୍ନ ଗୁରୁତ୍ୱ ରହିଛି। ସେଥିମଧ୍ୟରୁ ଶ୍ୱେତାର୍କ ଗଣେଶ ଅନ୍ୟତମ। ଗଣେଶଙ୍କ ଏହି ପ୍ରତିମୂର୍ତ୍ତିକୁ ପୂଜା କଳେ ଅତ୍ୟନ୍ତ ଶୁଭ ଫଳ ମିଳିଥାଏ ବୋଲି ବିଶ୍ୱାସ ରହିଛି।

ବାସ୍ତବରେ ଶ୍ୱେତାର୍କ ମୂଳରେ ଗଣେଣଙ୍କ ବାସ ସ୍ଥାନ ରହିଛି ବୋଲି ପୁରାଣ ଶାସ୍ତ୍ରରେ ବର୍ଣ୍ଣିତ ରହିଛି। ଯଦି ଏହାର ଚେର ବା ମୂଳକୁ ସଠିକ ରୂପେ ପୂଜା ପାଠ କରି ଘରେ ସ୍ଥାପିତ କରାଯାଏ, ତେବେ ସୁଖ ଏବଂ ସମୃଦ୍ଧିର ବାସସ୍ଥାନ ସର୍ବଦା ଘରେ ରୁହେ।

ଶ୍ୱେତାର୍କ ମୂଳରେ ଗଣେଣ ବାସ କରନ୍ତି।

ଶ୍ୱେତାର୍କ ମୂଳର ଆକାର ଦେଖିବାକୁ ପାଖାପାଖି ଗଣେଶଙ୍କ ଆକାର ପରି। ଏଥିପାଇଁ ଏହାକୁ ଶ୍ୱେତାର୍କ ଗଣେଶ କୁହାଯାଏ। ବିଶ୍ୱାସ ରହିଛି ଯେ, ଯଦି ଏହି ମୂଳ ଅର୍ଥାତ୍ ଶ୍ୱେତାର୍କ ଗଣେଶଙ୍କୁ ଘରେ ସ୍ଥାପିତ କରି ପ୍ରତିଦିନ ପୂଜା କରାଯାଏ, ତେବେ ଏହା ସିଦ୍ଧ ହୋଇଯାଏ ଏବଂ ଏଥିରେ ସର୍ବଦା ଗଣେଶ ବାସ କରନ୍ତି। ଏଥିସହ ଶୀଘ୍ର ଫଳ ମଧ୍ୟ ପ୍ରଦାନ ହୋଇଥାଏ।

କିଭଳି କରିବେ ପୂଜା?

ଯଦି ଆପଣଙ୍କ ପାଖରେ ଶ୍ୱେତାର୍କ ଚେର ବା ମୂଳ ଅଛି, ତେବେ ପ୍ରଥମେ ତାହାକୁ ଭଲ ଭାବେ ଶୁଦ୍ଧ ଜଳରେ ସ୍ନାନ କରାନ୍ତୁ। ପରେ ସେଥିରେ ଏକ ଲାଲ ରଙ୍ଗର କପଡା ଗୁଡାଇ ପୂଜାଘରେ ସ୍ଥାପିତ କରି ପ୍ରତିଦିନ ପୂଜା କରନ୍ତି। ବିଘ୍ନହର୍ତାଙ୍କ ପୂଜାରେ ଲାଲ ଚନ୍ଦନ, ଅକ୍ଷତ, ଫୁଲ, ସିନ୍ଦୁରର ବ୍ୟବହାର ବିଶେଷ ରୂପେ କରିବା ଉଚିତ। ଧୂପ ଦୀପ ଦେଇ ନୈବେଦ୍ୟ ଅର୍ପଣ କରନ୍ତୁ। ଏହାପରେ ଗଣେଶଙ୍କ ମନ୍ତ୍ର ‘ଓଁ ଗଂ ଗଣପତେୟ ନମଃ’ ଜପ କରନ୍ତୁ । ମନ୍ତ୍ର ଜପ ପାଇଁ ଲାଲ ରଙ୍ଗର ମାଳ ବା ରୁଦ୍ରାକ୍ଷ ମାଳର ବ୍ୟବହାର କରନ୍ତୁ।

ଏଭଳି ରୂପେ ଶ୍ୱେତାର୍କ ଗଣେଶଙ୍କୁ ପୂଜା କରିବା ଦ୍ୱାରା ସମସ୍ତ ପ୍ରକାରର ଦୈବିକ ବାଧାବିଘ୍ନ ଦୂର ହେବା ସହ ମନସ୍କାମନା ପୂର୍ଣ୍ଣ ହୋଇଥାଏ। କେବଳ ସେତିକି ନୁହେଁ ଗଣେଶଙ୍କ ଏହି ମୂର୍ତ୍ତିକୁ ପୂଜା କରିବା ଦ୍ୱାରା ଘରେ ଭୂତ, ପ୍ରେତ, ଜାଦୁ ବିଦ୍ୟା, ତନ୍ତ୍ର ମନ୍ତ୍ରର ଭୟ ମଧ୍ୟ ଦୂର ହୋଇଥାଏ।

The post ଶୁଭ ଫଳ ଦିଏ ଶ୍ୱେତାର୍କ ଗଣେଶ appeared first on Odisha Reporter.



from Odisha Reporter https://ift.tt/3BxQIBk

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages