ପ୍ରବଳ ବର୍ଷା ଭିତରେ ରାଜଧାନୀରେ ଖୋଲିଲା ସ୍କୁଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 1, 2021

ପ୍ରବଳ ବର୍ଷା ଭିତରେ ରାଜଧାନୀରେ ଖୋଲିଲା ସ୍କୁଲ

ନୂଆଦିଲ୍ଲୀ: ଦେଶର କିଛି ରାଜ୍ୟରେ କରୋନା ମହାମାରୀ ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ପଡ଼ିଥିବା ସ୍କୁଲ ଆଜିଠାରୁ ଖୋଲିଛି। ପ୍ରାୟ ଦେଢ଼ ବର୍ଷ ପରେ ଆଜି ପ୍ରଥମଥର ରାଜଧାନୀ ଦିଲ୍ଲୀର ପିଲାମାନେ ସ୍କୁଲ୍ ପହଞ୍ଚିଛନ୍ତି। ରାଜସ୍ଥାନ, ହରିୟାଣା ଓ ତାମିଲନାଡୁରେ ମଧ୍ୟ ଆଜିଠାରୁ ବଡ଼ ପିଲାମାନଙ୍କ ପାଇଁ ସ୍କୁଲରେ ପାଠପଢ଼ା ଆରମ୍ଭ ହୋଇଛି। ଅନ୍ୟପକ୍ଷରେ ଉତ୍ତର ପ୍ରଦେଶ ଓ ମଧ୍ୟ ପ୍ରଦେଶରେ ଛୋଟ ପିଲାମାନେ ମଧ୍ୟ ସ୍କୁଲ ଯିବା ଆରମ୍ଭ କରିଦେଇଛନ୍ତି।

ସରକାର ସ୍କୁଲ ଖୋଲିବା ପାଇଁ ତ ଅନୁମତି ଦେଇଛନ୍ତି କିନ୍ତୁ ଏହାସହ ସ୍କୁଲ ଗୁଡ଼ିକ ପାଇଁ ଗାଇଡଲାଇନ୍ ପ୍ରସ୍ତୁତ କରିଛନ୍ତି। ଯାହାକୁ କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସାମାଜିକ ଦୂରତା ସହ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ଏହାସହ ସ୍କୁଲରେ ସାନିଟାଇଜେସନ୍ ମଧ୍ୟ ବ୍ୟବସ୍ଥା କରାଯିବ।

ରାଜଧାନୀ ଦିଲ୍ଲୀରେ ନବମରୁ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ବୁଧବାର ସ୍କୁଲ ଖୋଲିଛି। ଏହାରି ଭିତରେ ସହରରେ ପ୍ରବଳ ବର୍ଷା ଯୋଗୁ ହାତରେ ଛତା ଧରି, ମୁହଁରେ ମାସ୍କ ପିନ୍ଧି ଛାତ୍ରଛାତ୍ରୀମାନେ ସ୍କୁଲ ଯାଇଛନ୍ତି। ଦିଲ୍ଲୀରେ କିଛି ଶିକ୍ଷାନୁଷ୍ଠାନରେ ଏବେବି ଛାତ୍ରଛାତ୍ରୀଙ୍କୁ ପରିସରକୁ ଆସିବା ପାଇଁ ଅନୁମତି ମିଳିନାହିଁ। ବର୍ତ୍ତମାନ ସ୍ଥିତିର ଆକଳନ କରିବା ପରେ କିଛି ସପ୍ତାହ ଭିତରେ ସେସବୁ ସ୍ଥାନରେ ସ୍କୁଲ୍ ଖୋଲିପାରେ।

କରୋନା ଭାଇରସ୍ ସଂକ୍ରମଣ ମାମଲା ହ୍ରାସକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ଗତ ଶୁକ୍ରବାର ଘୋଷଣା କରିଥିଲେ ଯେ ସେପ୍ଟେମ୍ବର ୧ ତାରିଖରେ ନବମରୁ ଦ୍ୱାଦଶ ଶ୍ରେଣୀ ପାଇଁ ସ୍କୁଲ, କଲେଜ, କୋଚିଂ ସେଣ୍ଟର ଖୋଲାଯିବ। ଦିଲ୍ଲୀ ସରକାର ସ୍ପଷ୍ଟ କରିଥିଲେ ଯେ ଛାତ୍ରଛାତ୍ରୀଙ୍କୁ ସ୍କୁଲ ଆସିବା ପାଇଁ ବାଧ୍ୟ କରାଯିବ ନାହିଁ ଏବଂ ଏଥିପାଇଁ ଅଭିଭାବକଙ୍କର ଅନୁମତି ନେବା ଅନିବାର୍ଯ୍ୟ।

ସୂଚନାଯୋଗ୍ୟ, ନୂଆ ନିୟମ ଅନୁଯାୟୀ ପ୍ରତି କ୍ଲାସ ରୁମରେ ୫୦ ପ୍ରତିଶତ କ୍ଷମତାରେ ଛାତ୍ରଛାତ୍ରୀ ବସିବେ। ସେହିପରି ପ୍ରତିଟି କ୍ଲାସରେ ସାମାଜିକ ଦୂରତା ପାଇଁ ଭିନ୍ନ ଭିନ୍ନ ସମୟର ଫର୍ମୂଲା ରହିବ। ସକାଳ ଏବଂ ମଧ୍ୟାହ୍ନ ସିଫ୍ଟ ସ୍କୁଲରେ ଉଭୟ ସିଫ୍ଟ ମଧ୍ୟରେ ଅତି କମ୍‌ରେ ଏକ ଘଣ୍ଟାର ଗ୍ୟାପ୍‌ ରହିବ। ଏହାସହ ପିଲାମାନଙ୍କୁ ସେମାନଙ୍କର ଖାଦ୍ୟ, ବହି ଏବଂ ଅନ୍ୟାନ୍ୟ ଷ୍ଟେସନାରୀ ଜିନିଷ ପରସ୍ପର ସହ ନବାଣ୍ଟିବା ପାଇଁ ପରାମର୍ଶ ଦିଆଯାଇଛି। ଏକା ସମୟରେ ଲଞ୍ଚ ବ୍ରେକ ନକରି ଭିନ୍ନ ଭିନ୍ନ ସମୟରେ ଏବଂ ଖୋଲା ସ୍ଥାନରେ ଲଞ୍ଚ ବ୍ରେକ କରିବା ପାଇଁ ପରାମର୍ଶ ଦିଆଯାଇଛି।

ସ୍କୁଲ ଭିତରେ ପିଲାମାନେ ଯେପରି ଗୋଟିଏ ସିଟ୍‌ ଛାଡି ବସିବେ ସେହିପରି ବ୍ୟବସ୍ଥା କରିବାକୁ କୁହାଯାଇଛି। ଅଭିଭାବକମାନେ ଅନୁମତି ଦେବା ପରେ ହିଁ ପିଲା ସ୍କୁଲ ଆସିବେ। ଯଦି ଅଭିଭାବକମାନେ ପିଲାଙ୍କୁ ସ୍କୁଲ ପଠାଇବାକୁ ମନେ କରିବେ ସେମାନଙ୍କୁ ବାଧ୍ୟ କରାଯିବ ନାହିଁ।

The post ପ୍ରବଳ ବର୍ଷା ଭିତରେ ରାଜଧାନୀରେ ଖୋଲିଲା ସ୍କୁଲ appeared first on Odisha Reporter.



from Odisha Reporter https://ift.tt/3gPSI04

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages