ସାବାଡ଼ ହେଲେ ଅମାନିଆ,୨ ବର୍ଷରେ ୫୦ କୋଟି ତଣ୍ଡ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 6, 2021

ସାବାଡ଼ ହେଲେ ଅମାନିଆ,୨ ବର୍ଷରେ ୫୦ କୋଟି ତଣ୍ଡ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗତ ୨ ବର୍ଷରେ କମିଶନରେଟ ପୁଲିସ୍‌ ଅମାନିଆଙ୍କଠାରୁ ଆଦାୟ କରିଛି ୫୦ କୋଟି। କଟକଣା ନ ମାନିବା ଏବଂ ଟ୍ରାଫିକ୍ ଉଲଂଘନ କରିବା ଅଭିଯୋଗରେ କମିଶନରେଟ୍ ପୋଲିସ ଏହି ଟଙ୍କା ଆଦାୟ କରିଛି । କେବଳ ଭୁବନେଶ୍ୱରରୁ ୪୫ କୋଟି ଟଙ୍କା ଆଦାୟ ହୋଇଥିବା ବେଳେ କଟକବାସୀ ତଣ୍ଡ ଗଣିଛନ୍ତି ୫ କୋଟି ଟଙ୍କା ।

ସୋମବାର ବିଧାନସଭାରେ ବିଧାୟକ ସୌଭିକ ବିଶ୍ୱାଳଙ୍କ ପ୍ରଶ୍ନର ଉତ୍ତର ଦେଇ ଏହି  ତଥ୍ୟ ରଖିଥିଲେ ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ  ଦିବ୍ୟଶଙ୍କର ମିଶ୍ର । ଭୁବନେଶ୍ୱରରୁ ୨୦୨୦ ମସିହାରେ ଟ୍ରାଫିକ୍ ନିୟମ ଉଲଂଘନ ବାବଦକୁ ସାଢେ ୧୩ କୋଟି, ବିନା ହେଲମେଟ୍ ବାବଦକୁ ସାଢେ ୮ କୋଟି, ବିନା ସିଟ୍ ବେଲ୍ଟ ପାଇଁ ୬୫ ଲକ୍ଷ ଓ ମାସ୍କ ପିନ୍ଧି ନ ଥିବା ଲୋକଙ୍କଠୁ ୮ ଲକ୍ଷରୁ ଅଧିକ ଟଙ୍କା ପୋଲିସ ଆଦାୟ କରିଛି ।

ସେହିଭଳି ୨୦୨୧ରେ ମଧ୍ୟ କମିଶନରେଟ୍ ପୁଲିସ୍‌  ଟ୍ରାଫିକ୍ ନିୟମ ଓ କରୋନା କଟକଣା ଉଲଂଘନ ବାବଦରେ କୋଟି କୋଟି ଟଙ୍କା ଫାଇନ୍ ଆଦାୟ କରିଛି ।

The post ସାବାଡ଼ ହେଲେ ଅମାନିଆ,୨ ବର୍ଷରେ ୫୦ କୋଟି ତଣ୍ଡ appeared first on Odisha Reporter.



from Odisha Reporter https://ift.tt/3zUiM1x

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages