ନୂଆଦିଲ୍ଲୀ: ନୀରଜ ଚୋପ୍ରା ଟୋକିଓ ଅଲିମ୍ପିକ୍ସରେ ଐତିହାସିକ ସ୍ୱର୍ଣ୍ଣ ପଦକ ଜିତିବା ପରେ ଗଣମାଧ୍ୟମରେ ଅନେକ ସାକ୍ଷାତକାର ଦେଇ ସାରିଲେଣି। ଆଉ ଏହି ସାକ୍ଷାତକାର ଗୁଡ଼ିକରେ ସେ ବହୁତ ପ୍ରଶ୍ନର ସମ୍ମୁଖୀନ ହୋଇଛନ୍ତି। ତେବେ ନିକଟରେ ଏକ ସାକ୍ଷାତକାରରେ କଳା ଐତିହାସିକ ରାଜୀବ ସେଠୀ ତାଙ୍କୁ ପଚାରିଥିବା ଏକ ପ୍ରଶ୍ନକୁ ନେଇ ଏବେ ଜୋର ଚର୍ଚ୍ଚା ଚାଲିଛି।
ନୀରଜଙ୍କୁ ରାଜୀବ ତାଙ୍କ ସେକ୍ସ ଲାଇଫ ସଂପର୍କରେ ପ୍ରଶ୍ନ କରିଥିଲେ। ରାଜୀବ ପ୍ରଶ୍ନ କରିଥିଲେ ଯେ ନୀରଜ କେମିତି ତାଙ୍କର ଟ୍ରେନିଂ ଓ ସେକ୍ସ ଲାଇଫ୍ ମଧ୍ୟରେ ସନ୍ତୁଳନ ରକ୍ଷା କରନ୍ତି।
ରାଜୀବ ଏଭଳି ପ୍ରଶ୍ନ କରିବେ ବୋଲି ଆଶା କରି ନଥିଲେ ନୀରଜ। ତେବେ ଅତି ନମ୍ର ଭାବେ ନୀରଜ କହିଥିଲେ, କ୍ଷମା କରିବେ ସାର୍।
ଏହା ପରେ ରାଜୀବ ଆଉ ଥରେ ସେହି ପ୍ରଶ୍ନ କରିବାରୁ ନୀରଜ କହିଥିଲେ ଯେ ଏହି ପ୍ରଶ୍ନରେ ତାଙ୍କ ମନ ଭରି ଗଲା। ଏହି ପ୍ରଶ୍ନ ପଚାରିବା ବେଳେ ରାଜୀବ କହିଥିଲେ ଯେ ଭାରତର କୋଟି କୋଟି ଲୋକ ନୀରଜଙ୍କୁ ଏହି ପ୍ରଶ୍ନ ପଚାରିବାକୁ ଚାହାଁନ୍ତି। କିନ୍ତୁ ପଚାରିବାକୁ ସଙ୍କୋଚ କରୁଛନ୍ତି। ସେ ଏହା ବି କହିଥିଲେ ସେ ଜାଣନ୍ତି ଯେ ଏହା ଏକ ବାଜେ ପ୍ରଶ୍ନ। ତଥାପି ସେ ପଚାରିବାକୁ ଚାହାଁନ୍ତି ବୋଲି କହିଥିଲେ। ଏହା ପଛରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ରହିଛି ବୋଲି କହିଥିଲେ। ଅବଶ୍ୟ କି ଗୁରୁତ୍ୱ ପ୍ରଶ୍ନ ଥିଲା, ତାହା ଜଣାପଡ଼ିଲା ନାହିଁ।
ଟ୍ୱିଟରରେ ଏବେ ଏହି ଭିଡିଓଟି ଭାଇରାଲ ହେଉଛି। ୪ ଲକ୍ଷରୁ ଅଧିକ ଥର ଏହାକୁ ଲୋକେ ଦେଖି ସାରିଛନ୍ତି। ଏହାକୁ ଶୁକ୍ରବାର ଦିନ ଶେଆର କରାଯାଇଥିଲା।
ସୂଚନାଯୋଗ୍ୟ, ସ୍ୱାଧୀନ ଭାରତରେ ପ୍ରଥମ ଆଥ୍ଲେଟ୍ ଭାବେ ନୀରଜ ଟୋକିଓ ଅଲିମ୍ପିକ୍ସରେ ଜାଭେଲିନ୍ ଥ୍ରୋ’ରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି।
If you thought Malishka was Cringe WATCH Rajeev Sethi go a STEP FURTHER He asked Neeraj Chopra : "How Do you Balance your Sеx Life with your training??" Disgusted Neeraj replied "Aapke question se mera mann bhar gaya" #NeerajChopra #RajeevSethi pic.twitter.com/qwVd7hAot4
— Rosy (@rose_k01) September 3, 2021
The post ଯେତେବେଳେ ନୀରଜଙ୍କୁ ପଚରାଗଲା ସେକ୍ସ ସଂପର୍କିତ ପ୍ରଶ୍ନ… appeared first on Odisha Reporter.
from Odisha Reporter https://ift.tt/3n1sJ9U
No comments:
Post a Comment