ବିପଦ ସଙ୍କେତ ଉପରେ ଜଳକା ନଦୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, September 7, 2021

ବିପଦ ସଙ୍କେତ ଉପରେ ଜଳକା ନଦୀ

ଜଳେଶ୍ୱର(ଅଜିତ ଦାସ): ଲଘୁଚାପଜନିତ ବର୍ଷା ଯୋଗୁ ବାଲେଶ୍ୱର ଜିଲ୍ଲାର ବସ୍ତା ବ୍ଳକ୍ ଦେଇ ପ୍ରବାହିତ ହେଉଥିବା ଜଳକା ନଦୀର ଜଳସ୍ତର ଏବେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି।

ବସ୍ତା ବ୍ଲକ୍‌ର ମଥାନୀଠାରେ ଜଳକା ନଦୀର ବିପଦ ସଙ୍କେତ ୫.୫ ମିଟର ରହିଛି। ହେଲେ ସକାଳ ୬ଟା ମଧ୍ୟରେ ୫.୬ ମିଟରରେ ଜଳ ପ୍ରବାହିତ ହେଉଛି। ଫଳରେ ବସ୍ତା ବ୍ଳକର ମଥାନି ବାହାର୍ଦା , ଦୁଧହଂସା , ସଦାନନ୍ଦପୁର , ବରୁଣଗଡିଆ , ଚକୁରାଇ , ଦରିଡା , ଗଡ଼ିପଦା  ଓ ରାଉତପଡା ସମେତ ସଦର ବ୍ଲକର ୨ଟି ପଞ୍ଚାୟତରେ ବନ୍ୟା ହେବାର ଆଶଙ୍କା ଦେଖାଦେଇଛି।

ସୂଚନାଯୋଗ୍ୟ, ୱେଲମାର୍କ ଲୋ ପ୍ରେସରର ପ୍ରଭାବରେ ତିନି ଦିନ ହେବ ରାଜ୍ୟରେ ବର୍ଷା ଜାରି ରହିଛି। ଆଗାମୀ ୨ରୁ ୩ ଦିନ ମଧ୍ୟରେ ଲଘୁଚାପ କ୍ଷେତ୍ର ପଶ୍ଚିମ-ଉତ୍ତର ପଶ୍ଚିମ ଦିଗକୁ ଗତି କରିବା ସମ୍ଭାବନା ଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।

ଉତ୍ତର ଓ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆସନ୍ତା ୧୧ ତାରିଖ ବେଳକୁ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଥିବା ମଧ୍ୟ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି।

The post ବିପଦ ସଙ୍କେତ ଉପରେ ଜଳକା ନଦୀ appeared first on Odisha Reporter.



from Odisha Reporter https://ift.tt/3DVeeui

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages