ଭଦ୍ରକ (ପାର୍ଥ ସାରଥୀ ନାୟକ): ଅଗ୍ନିକାଣ୍ଡ ବେଳେ ଗୁହାଳରୁ ଗୋରୁଙ୍କୁ ବଞ୍ଚାଇବାକୁ ଯାଇ ପୋଡ଼ି ଗଲେ ଜଣେ ମହିଳା ଓ ତାଙ୍କ ପୁଅ। ସେମାନଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ୍ ଅନ୍ତର୍ଗତ ଦଳାଙ୍ଗ ପଞ୍ଚାୟତର ରାମେଶ୍ୱରପୁର ଗାଁରେ ଘଟିଛି ଏହି ଘଟଣା।
ଗାଁର ପୁରସ୍ତମ ସାହୁଙ୍କ ଘରେ ନିଆଁ ଲାଗି ଯାଇଥିଲା। ନିଆଁ ଗୁହଳା ଘରକୁ ମଧ୍ୟ ବ୍ୟାପୀ ଯାଇଥିଲା। ସେତେବେଳେ ଗୁହାଳରେ ଗୋରୁମାନେ ଥିଲେ। ତେଣୁ ଗୋରୁ ମାନଙ୍କୁ ଉଦ୍ଧାର କରିବାକୁ ଦୌଡ଼ି ଯାଇଥିଲେ ପୁରସ୍ତମଙ୍କ ପତ୍ନୀ ମନୋରମା ଓ ପୁଅ ହୃଦାନନ୍ଦ ସାହୁ। ସେମାନେ ଗୁହାଳରେ ଗୋରୁ ମାନଙ୍କୁ ପଘାରୁ ଖୋଲୁ ଥିବା ବେଳେ ସେମାନଙ୍କ ଉପରେ ନିଆଁ ଝୁଲ ପଡ଼ି ଯାଇଥିଲା।
ନିଆଁରେ ପୋଡ଼ି ଯାଇଥିବା ମା’ ଓ ପୁଅଙ୍କୁ ପ୍ରଥମେ ଧାମନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପରେ ସେମାନଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା। ତେବେ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି।
The post ଗୋରୁଙ୍କୁ ବଞ୍ଚାଇବାକୁ ଯାଇ ମା’ପୁଅ ଗୁରୁତର appeared first on Odisha Reporter.
from Odisha Reporter https://ift.tt/3l3HaaP
No comments:
Post a Comment