ନିଖୋଜ ଛାତ୍ରଙ୍କୁ ଖୋଜିବାକୁ ନୂଆ ଷ୍ଟ୍ରାଟେଜି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, September 19, 2021

ନିଖୋଜ ଛାତ୍ରଙ୍କୁ ଖୋଜିବାକୁ ନୂଆ ଷ୍ଟ୍ରାଟେଜି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସ୍ମାର୍ଟ ସିଟି ଭୁବନେଶ୍ୱରରେ ଗତକାଲି ଡ୍ରେନରେ ଭାସିଯାଇ ନିଖୋଜ ଥିବା ଶିରିପୁର ଶତାବ୍ଦୀ ନଗରର ଦଶମ ଶ୍ରେଣୀ ଛାତ୍ର ଜ୍ୟୋତିପ୍ରକାଶ ବେହେରାଙ୍କର ଏଯାଏ କୌଣସି ପତ୍ତା ମିଳିନାହିଁ । ଗତକାଲି ଦୀର୍ଘ ସମୟ ଧରି ଜ୍ୟୋତିଙ୍କ ସନ୍ଧାନ କରି ନିରାଶ ହୋଇଥିବା ଅଗ୍ନିଶମ ବାହିନୀ ଆଜି ନୂଆ ଷ୍ଟ୍ରାଟେଜି ସହ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିବ।  ଅପରପକ୍ଷେ ପୁଅର ଫେରିବା ବାଟକୁ ଅନାଇ ପରିବାର ଲୋକଙ୍କ ମଧ୍ୟରେ କାନ୍ଦ ବୋବାଳି ପଡ଼ିଛି।

ସୂଚନା ଅନୁଯାୟୀ, ଗତକାଲି ରାତି ସାଢ଼େ ୧୦ଟା ଯାଏ ଅଗ୍ନିଶମ ବାହିନୀର ୪୦ ଜଣିଆ ଟିମ୍ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିଲେ । ମାତ୍ର ଜ୍ୟୋତିଙ୍କ ପତ୍ତା ମିଳି ନ ଥିଲା।  ଆଜି  ଉଦ୍ଧାର କାର୍ଯ୍ୟରେ ବୋଟ୍ ନିୟୋଜିତ ହେବ ବୋଲି ଜଣାପଡ଼ିଛି ।  ଗତକାଲି ଯେଉଁଠି ଜ୍ୟୋତି ନିଖୋଜ ହୋଇଥିଲେ ସେ ସ୍ଥାନରେ ନୁହେଁ ବରଂ ଗଣ୍ଡମୁଣ୍ଡା ମୁଖ୍ୟନାଳରୁ ବୋଟ୍ ଯୋଗେ ଆଜି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିବ ଅଗ୍ନିଶମ ବାହିନୀ  ।

ଗଣ୍ଡମୁଣ୍ଡା ନିକଟରେ ଗୋଟିଏ ମୃତ ଶରୀର ଭାସୁଥିବାର କିଛି ଲୋକ ଦେଖିଥିବା କହିଥିବା ସୂଚନା ମିଳିଛି । ଏହି କାରଣରୁ ସେଠାରୁ ଉଦ୍ଧାର କାର୍ଯ୍ୟ ଆରମ୍ଭ  କରିବା ନେଇ ଅଗ୍ନିଶମ ବାହିନୀ ଯୋଜନା ରଖିଥିବା ଜଣାଯାଇଛି।

ଉଲ୍ଲେଖଯୋଗ୍ୟ,  ଗତକାଲି ଅପରାହ୍ନ ୨ଟାରେ ଟ୍ୟୁସନ ଯିବା ବେଳେ ଡ୍ରେନରେ ଭାସିଯାଇଥିଲେ ଶତାବ୍ଦୀନଗରର ଦଶମ ଶ୍ରେଣୀର ଛାତ୍ର ଜ୍ୟୋତିପ୍ରକାଶ ବେହେରା  । ପ୍ରବଳ ବର୍ଷାରେ ଖୋଲା ଡ୍ରେନରେ ପ୍ରବାହିତ ପାଣିରେ ସେ ଭାସିଯାଇଥିଲେ । ଡ୍ରେନ୍ ନିକଟରୁ ତାଙ୍କର ସାଇକେଲ ଓ ଜୋତା ମିଳିଥିବା ବେଳେ ଏଯାଏ ଜ୍ୟୋତିଙ୍କର ପତ୍ତା ମିଳିନାହିଁ  । ଗତକାଲି ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ଲୋକେ ଖୋଜାଖୋଜି କରିଥିଲେ ବି ତାଙ୍କର କିଛି ପତ୍ତା ପାଇପାରି ନାହାନ୍ତି।

The post ନିଖୋଜ ଛାତ୍ରଙ୍କୁ ଖୋଜିବାକୁ ନୂଆ ଷ୍ଟ୍ରାଟେଜି appeared first on Odisha Reporter.



from Odisha Reporter https://ift.tt/3AoVJfB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages