ମୁମ୍ବାଇ: ବାପା ସମାନ ଶ୍ୱଶୁର ପାଲଟିଲା ପିସାଚ। ବୋହୂକୁ ଯୌନ ଶୋଷଣ କରିବା ସହ କୁକୁଡା ରକ୍ତ ପିଇବାକୁ କରୁଥିଲା ବାଧ୍ୟ। କେବଳ ଶ୍ୱଶୁର ନୁହେଁ ଏଥିରେ ସାଥ ଦେଇଥିଲେ ହାତ ଧରି ସାତ ଜନମ ପାଇଁ ସାଥୀ ହେବାକୁ ପ୍ରତିଶ୍ରୁତି ଦେଇଥିବା ସ୍ୱାମୀ ମଧ୍ୟ। ଏଭଳି ଅଭିଯୋଗ ଆସିଛି ମହାରାଷ୍ଟ୍ରର ମୁମ୍ବାଇରୁ।
ଅଭିଯୋଗ ମୁତାବକ, ମହାରାଷ୍ଟ୍ରର ଜଣେ ୩୩ ବର୍ଷୀୟ ମହିଳାଙ୍କୁ ତାଙ୍କ ଶ୍ୱଶୁର, ଶାଶୁ ଏବଂ ସ୍ୱାମୀ ମାନସିକ ଏବଂ ଶାରୀରିକ ନିର୍ଯାତନା ଦେଇଛନ୍ତି। ଏପରିକି ନିଜକୁ ଆତ୍ମ ଘୋଷିତ ଭଗବାନ ବୋଲାଉଥିବା ଶ୍ୱଶୁର ବୋହୂକୁ କୁକୁଡା ରକ୍ତ ପିଇବକୁ ବାଧ୍ୟ କରିଛି। ତାଙ୍କ ସ୍ୱାମୀ ଅସମର୍ଥ ଥିବା ବେଳେ ଗତ ୩ ବର୍ଷ ହେଲା ଶ୍ୱଶୁର ତାଙ୍କୁ ଯୌନ ଶୋଷଣ କରିଆସୁଛି ଏଥିସହ ଗର୍ଭବତୀ କରାଇବାକୁ ଚେଷ୍ଟା କରିଥିବା ମଧ୍ୟ ପୀଡିତା ଜଣଙ୍କ କହିଛନ୍ତି।
ଯେତେବେଳେ ସେ ତାଙ୍କ ସ୍ୱାମୀଙ୍କ ଅପାରଗତା ବିଷୟରେ ଜାଣିଲେ ସେତେବେଳେ ପୀଡିତା ଜଣକ ନିଜ ସମ୍ପର୍କୀୟଙ୍କୁ ଏ ବିଷୟରେ କହିଥିଲେ। ଏହା ଜାଣିବା ପରେ ତାଙ୍କୁ ଶାଶୁଘର ଦ୍ୱାରା ଶାରୀରିକ ନିର୍ଯାତନା ଦିଆଯାଇଥିଲା ବୋଲି ସେ ଅଭିଯୋଗ କରିଛନ୍ତି। ଏନେଇ ଭୋସାରୀ ଥାନା ପୁଲିସ ଏକ ମାମଲା ରୁଜୁ କରିଛି। ଅଭିଯୁକ୍ତ ସ୍ୱାମୀ ଏବଂ ଶ୍ୱଶୁରକୁ ଗିରଫ କରାଯାଇଛି। ଏଥିସହ ଶାଶୁଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି।
ହିନ୍ଦୁସ୍ତାନ ଟାଇମ୍ସର ରିପୋର୍ଟ ମୁତାବକ, ଏହି ମାମଲାରେ ପୁଲିସ କହିଛି, ସ୍ନାତକ ଡିଗ୍ରୀଧାରୀ ମହିଳା ଜଣକ ଜଣେ ଡିପ୍ଲୋମା ଇଞ୍ଜିନିୟରକୁ ବିବାହ କରିଥିଲେ। ୨୦୧୮ ଡିସେମ୍ବର ୩୦ ପରେ ଗତ ଚାରିମାସ ହେବ ସେମାନେ ଶାଶୁ ଶ୍ୱଶୁର ଠାରୁ ଅଲଗା ରହୁଥିଲେ। ଅଭିଯୋଗ ଅନୁଯାୟୀ ପୂରା ମାମଲାର ତଦନ୍ତ ଜାରି ରହିଛି।
The post ଯୌନ ଶୋଷଣ, ବୋହୂକୁ କୁକୁଡା ରକ୍ତ ପିଇବାକୁ ବାଧ୍ୟ କରୁଥିଲା ଶ୍ୱଶୁର appeared first on Odisha Reporter.
from Odisha Reporter https://ift.tt/39u41Xw
No comments:
Post a Comment