ତାଲିବାନରେ ସତ୍ତା ପାଇଁ ସଙ୍ଘର୍ଷ, ଗୁଳିମାଡ଼ରେ ବରାଦର ଆହତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 4, 2021

ତାଲିବାନରେ ସତ୍ତା ପାଇଁ ସଙ୍ଘର୍ଷ, ଗୁଳିମାଡ଼ରେ ବରାଦର ଆହତ

କାବୁଲ: ଆଫଗାନିସ୍ତାନରେ ଆରମ୍ଭ ହୋଇଛି ସଂଘର୍ଷ। ସତ୍ତା ପାଇଁ ଚାଲିଛି ଜୋରଦାର ଲଢ଼େଇ। ତାଲିବାନ ଓ ହକ୍କାନୀ ନେଟ୍‌ୱର୍କ ମଧ୍ୟରେ ଗୁଳିମାଡ ହୋଇଛି। ଏଥିରେ ତାଲିବାନ ମୁଖ୍ୟ ମୁଲ୍ଲା ଅବଦୁଲ ଗନି ବରାଦର ଆହତ ହୋଇଛନ୍ତି।

ସୂଚନା ମୁତାବକ ତାଲିବାନ ଆଫଗାନିସ୍ତାନ ଦଖଲ କରିବା ପରେ ଏପର୍ଯ୍ୟନ୍ତ ସରକାର ଗଠନ କରିନାହିଁ। ଦୋହା ଶାନ୍ତି ଆଲୋଚନାରେ ଏକ ଅନ୍ତର୍ଭୂକ୍ତ ସରକାର ଗଠନ କରିବାକୁ ପ୍ରତିଶ୍ରୁତି ଦେଇଥିବା ତାଲିବାନ, ହକ୍କାନି ନେଟୱାର୍କର ଆତଙ୍କବାଦୀଙ୍କ ଯୋଗୁଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛି। ତାଲିବାନର ସହ-ପ୍ରତିଷ୍ଠାତା ମୁଲ୍ଲା ଅବଦୁଲ ଘନି ବରାଦର ଚାହୁଁଛନ୍ତି ଯେ ସଂଖ୍ୟାଲଘୁ ସମ୍ପ୍ରଦାୟ ସରକାରରେ ଯୋଗ ଦିଅନ୍ତୁ। କିନ୍ତୁ ତାଲିବାନର ଡେପୁଟି ନେତା ସିରାଜୁଦ୍ଦିନ ଏବଂ ତାଙ୍କର ସନ୍ତ୍ରାସବାଦୀ ଗୋଷ୍ଠୀ ହକ୍କାନୀ ନେଟୱାର୍କ କାହା ସହ କ୍ଷମତା ବାଣ୍ଟିବାକୁ ଚାହୁଁନାହାଁନ୍ତି।

ଏହାକୁ ନେଇ ଏହି ଦୁଇ ଆତଙ୍କବାଦୀ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଛି। ପଞ୍ଜଶିର ପର୍ଯ୍ୟବେକ୍ଷକ ଏବଂ NFR ଙ୍କ ରିପୋର୍ଟ ଅନୁଯାୟୀ, ଏହି ସଂଘର୍ଷରେ ଗୁଳି ମାଡ ମଧ୍ୟ ହୋଇଥିଲା। ଏଥିରେ ବରାଦର ଆହତ ହୋଇଥିବା ସୂଚନା ମିଳିଛି। ଏଥିଯୋଗୁଁ ତାଲିବାନ ସରକାର ଗଠନ ଘୋଷଣାକୁ ସ୍ଥଗିତ ରଖାଯାଇଛି। କାରଣ ସରକାରଙ୍କ ନେତୃତ୍ୱ ନେଉଥିବା ବରାଦରଙ୍କ ଚିକିତ୍ସା ଚାଲିଛି। ହକ୍କାନୀ ନେଟୱାର୍କ ଚାହୁଁଛି ଯେ ଆଫଗାନିସ୍ତାନରେ ମଧ୍ୟଯୁଗୀୟ ଭଳି ସରକାର ଗଠନ ହେଉ ଏବଂ ଏଥିରେ କିଛି ବି ଆଧୁନିକତା ନରହୁ।  ହକ୍କାନୀ ନେଟୱାର୍କ କହିଛି ଯେ, ସେ କାବୁଲକୁ ହାସଲ କରିଛି ଏବଂ ଆଫଗାନିସ୍ତାନର ରାଜଧାନୀ ଉପରେ ତା’ର ହିଁ ଦବଦବା ରହିଛି।

ସେପଟେ ତାଲିବାନ ଏବଂ ହକ୍କାନୀ ନେଟ୍‌ୱର୍କର ସଙ୍ଘର୍ଷ ନିଆଁରେ ଘିଅ ଢ଼ାଲୁଛି ପାକିସ୍ତାନ। ପାକିସ୍ତାନର ଗୁପ୍ତ ଏଜେନ୍ସି ଆଇଏସ୍‌ଆଇର ପ୍ରମୁଖ ଲେଫ୍ଟନାଣ୍ଟ ଜେନରାଲ ଫେଜ ହମିଦ ବର୍ତ୍ତମାନ କାବୁଲରେ ଅଛନ୍ତି। ସେ ଦୁଇ ଦଳ ମଧ୍ୟରେ ସମାଧାନ କରି ହକ୍କାନୀ ନେଟୱର୍କ ସପକ୍ଷରେ ଯେପରି ସରକାର ଗଠନ କରିପାରିବେ ସେଥିପାଇଁ ଚେଷ୍ଟା ଚଳାଇଛନ୍ତି।

ଏହାପୂର୍ବରୁ ପାକିସ୍ତାନ ହକ୍କାନୀ ନେଟୱର୍କ ବ୍ୟବହାର କରି କାବୁଲରେ ଥିବା ଭାରତୀୟ ଦୂତାବାସ ଉପରେ ଦୁଇଥର ଆତଙ୍କବାଦୀ ଆକ୍ରମଣ କରିଥିଲା। ହାମିଦ କାବୁଲରେ ରହିବାର ଦ୍ୱିତୀୟ କାରଣ ହେଉଛି ଯେ, ସେ ଏଠାରେ ତାଲିବାନ ଏବଂ ପଞ୍ଜଶିର ବିଦ୍ରୋହୀଙ୍କ ମଧ୍ୟରେ ଚାଲିଥିବା ଲେଢ଼ଇର ମୂଳ କାରଣ କ’ଣ ତାହା ଜାଣିବାକୁ ଚାହୁଁଛନ୍ତି। ଏଥିରୁ ଏହା ସ୍ପଷ୍ଟ ହୋଇଛି ଯେ ତାଲିବାନ ବର୍ତ୍ତମାନ କେବଳ ହକ୍କାନୀ ନେଟୱର୍କ ନୁହେଁ ପାକିସ୍ତାନର ମଧ୍ୟ ଚାପର ସମ୍ମୁଖୀନ ହୋଇଛି।

The post ତାଲିବାନରେ ସତ୍ତା ପାଇଁ ସଙ୍ଘର୍ଷ, ଗୁଳିମାଡ଼ରେ ବରାଦର ଆହତ appeared first on Odisha Reporter.



from Odisha Reporter https://ift.tt/3zMFUPw

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages