ଚୀନ୍‌କୁ ‘ପାସ୍‌’ ଭଳି ବିଶ୍ୱ ବଜାରରେ ବ୍ୟବହାର କରିବ ତାଲିବାନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, September 5, 2021

ଚୀନ୍‌କୁ ‘ପାସ୍‌’ ଭଳି ବିଶ୍ୱ ବଜାରରେ ବ୍ୟବହାର କରିବ ତାଲିବାନ

କାବୁଲ: ହାତ ଛାଡିଲା ଆମେରିକା, ସାଥ ଦେଲା ବେଜିଂ। ଆର୍ଥିକ ସଙ୍କଟରେ ଥିବା ତାଲିବାନ ପାଇଁ ଭରସା ସାଜିଛି ଡ୍ରାଗନ। ବିଶ୍ୱ ବଜାରରେ ନିଜର ଡ୍ରାଏ ଫ୍ରୁଟ୍ସ ପାଖରୁ ଆରମ୍ଭ କରି ଅଫିମ ପର୍ଯ୍ୟନ୍ତ ବ୍ୟବସାୟ ନେଇ ସବୁଥିରେ ଏବେ ତାଲିବାନ ଶାସନକୁ କାନ୍ଧରେ ବୋହିବ ଚୀନ୍‌। ଯାହାକି ଆଫଗାନିସ୍ତାନର ଅର୍ଥନୀତିକୁ ସୁଦୃଢ଼ କରିବ ବୋଲି ଆଶା ରଖିଛି ତାଲିବାନ। ଏବେ ଅନ୍ତର୍ଜାତୀୟ ପ୍ରସଙ୍ଗରେ ତାଲିବାନ ସମ୍ପର୍କ ବଢ଼ାଇବା ପାଇଁ ଚୀନ୍‌କୁ ‘ପାସ୍‌’ ପରି ବ୍ୟବହାର କରିବ ଆଫଗାନିସ୍ତାନ।

ଚୀନ୍‌ର ସହାୟତା ନେଇ ତାଲିବାନ ଆଫଗାନିସ୍ତାନରେ ଲାଗିରହିଥିବା ଆର୍ଥିକ ସଙ୍କଟ ସହ ଲଢ଼େଇ କରିବ। ଏନେଇ ତାଲିବାନ ପ୍ରବକ୍ତା ଜବିବଉଲ୍ଲା ମୁଜାହିଦ କହିଛନ୍ତି। ଆଫଗାନିସ୍ତାନରୁ ଆମେରିକା ସୈନ୍ୟ ପ୍ରତ୍ୟାହାର ଏବଂ ଦେଶ ଉପରେ କବ୍‌ଜା ପରେ ତାଲିବାନ ମୁଖ୍ୟ ରୂପେ ଚୀନ୍‌ଠାରୁ ମିଳୁଥିବା ସହାୟତା ଉପରେ ନିର୍ଭର ରହିବ। ଏନେଇ ଏକ ସାକ୍ଷାତକାରରେ ଜବିବଉଲ୍ଲା କହିଛନ୍ତି।

ସେ କହିଛନ୍ତି, ଚୀନ୍‌ ତା’ର ବ୍ୟବସାୟ ମାର୍ଗ ଖୋଲି ନିଜ ବୈଶିକ ପ୍ରଭାବ ବଢ଼ାଇବାକୁ ଚାହୁଁଛି। ଆଫଗାନିସ୍ତାନର ଆଧୁନୀକିକରଣ ପାଇଁ ଚୀନ୍‌ ସହଯୋଗ କରିବ ବୋଲି ସେ କହିଛନ୍ତି।

ସେପଟେ ଆଫଗାନିସ୍ତାନକୁ ତାଲିବାନ କବ୍‌ଜା କରିବା ପରେ ଅଧିକ ଉତ୍ସାହିତ ରହିଛି ପାକିସ୍ତାନ। ସରକାର ଗଠନ ପୂର୍ବରୁ ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇ ପ୍ରମୁଖ ଅଧିକାରୀ ଏବେ କାବୁଲରେ ଡେରା ପକାଇଛନ୍ତି। ଯାହାକି ପ୍ରମାଣ କରୁଛି ଯେ, ଆଗାମୀ ଦିନରେ ତାଲିବାନକୁ ସମସ୍ତ ପ୍ରକାର ଅସ୍ତ୍ରଶସ୍ତ୍ର ଏବଂ ସାମରିକ ଶକ୍ତି ଯୋଗାଇବାରେ ପାକିସ୍ତାନ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ। ପଞ୍ଜଶିରରୁ ମସୁଦକୁ ଧରିବା ପାଇଁ ଏବେ ପାକିସ୍ତାନ ତାଲିବାନକୁ ତିନୋଟି ଅତ୍ୟାଧୁନିକ ଡ୍ରୋନ ଦେଇଛି। ଏହି ଡ୍ରୋନ ଜରିଆରେ ପଞ୍ଜଶିରରେ ଥିବା ତାଲିବାନ ବିଦ୍ରୋହୀଙ୍କ ଉପରେ ତୀକ୍ଷ୍ଣ ନଜର ରଖିବ ତାଲିବାନ।

The post ଚୀନ୍‌କୁ ‘ପାସ୍‌’ ଭଳି ବିଶ୍ୱ ବଜାରରେ ବ୍ୟବହାର କରିବ ତାଲିବାନ appeared first on Odisha Reporter.



from Odisha Reporter https://ift.tt/3DOxh9n

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages